ଶୁଖିଲା ପଡ଼ିଛି ୭ କୋଟିରେ ନିର୍ମିତ ବିଷ୍ଣୁଗୁଡ଼ା ଡ୍ୟାମ୍‌

ରାୟଗଡ଼ା,୧୪।୧୦(ଆଶିଷ ରଞ୍ଜନ ପଣ୍ଡା): ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ରାୟଗଡ଼ା ବ୍ଲକର ପିତାମହଲ ପଞ୍ଚାୟତ ତେନ୍ତୁଳିଗୁଡ଼ାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବିଷ୍ଣୁଗୁଡ଼ା ଡ୍ୟାମ୍‌ । ପଞ୍ଚାୟତର ୭ରୁ ୮ଖଣ୍ଡ ଗ୍ରାମବାସୀ ଉପକୃତ ହେବା ସହ ୨୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ଥିଲା। ହେଲେ ଡ୍ୟାମ୍‌ ନିର୍ମାଣ ହେବା ଦିନଠାରୁ ଏହା ଶୁଖିଲା ପଡ଼ିଛି। ଡ୍ୟାମ୍‌ ନିର୍ମାଣ ଯୋଗୁ ଶତାଧିକ ଚାଷୀ ଉପକୃତ ହେବା ଦୂରର କଥା ଖଣ୍ଡିଏ ଜମିକୁ ମଧ୍ୟ ପାଣି ମାଡ଼ିପାରି ନାହିଁ। ଏହାସତ୍ତ୍ୱେ ୨୦୧୪-୧୫ ଆର୍ଥିକ ବର୍ଷରେ କ୍ରିଟିକାଲ ଯୋଜନାରେ ଡ୍ୟାମ୍‌ ମରାମତି ପାଇଁ ପୁଣି ୬୦ଲକ୍ଷ ଖର୍ଚ୍ଚ କରାଯାଇଛି। ଏହା ପରେ ବି ଡ୍ୟାମ୍‌ରେ ଟୋପାଏ ପାଣି ନ ଥିବାବେଳେ ଏହା କେବଳ ଅନାବନା ଗଛଲତାରେ ଭର୍ତ୍ତିି ହୋଇଥିବା ଦେଖିବାକୁ ମିଳୁଛି। ଠିକାଦାରଙ୍କୁ ପୋଷିବା ନୀତିରେ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ତେନ୍ତୁଳିଗୁଡ଼ାରେ ୧୯୯୮ରେ ନିର୍ମାଣ ହୋଇଥିଲା ବିଷ୍ଣୁଗୁଡ଼ା ଡ୍ୟାମ୍‌ । କାନ୍ଦିଲି ନାଳର ଜଳକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇଥିଲା ପ୍ରାୟ ୨ କୋଟି ଟଙ୍କା । ପିତାମହଲଠାରେ ମୁଖ୍ୟ କେନାଲ ଏବଂ ବିଷ୍ଣୁଗୁଡ଼ା, ବେହେରାଗୁଡ଼ା ଓ ଜଗନ୍ନାଥପୁର, ଦିସାରିଗୁଡ଼ାଠାରେ ୪ଟି ସବ୍‌କେନାଲ ନିର୍ମାଣ କରାଯାଇଥିଲା । କେନାଲ ନିର୍ମାଣରେ ଅଧିକ ୨କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଗତ ୭ ବର୍ଷ ମଧ୍ୟରେ ମରାମତି ଓ ରକ୍ଷଣାବେକ୍ଷଣ ନାଁରେ ଆହୁରି ୩କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଚାଷୀମାନେ କୌଣସି ପ୍ରକାରେ ଉପକୃତ ହୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି। ତେନ୍ତୁଳିଗୁଡ଼ାରେ ମୂଳ ପ୍ରକଳ୍ପ ରହିଥିଲେ ମଧ୍ୟ ସେହି ଗାଁର ଚାଷଜମିକୁ ଡ୍ୟାମ୍‌ ପାଣି ମାଡ଼ିପାରୁନାହିଁ । ନିର୍ମାଣ ଦିନଠାରୁ ଜଗନ୍ନାଥପୁର ଓ ବେହେରାଗୁଡ଼ା ସବ୍‌କେନାଲରେ ପାଣି ଗଡ଼ି ନ ଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ଜମି ଜବରଦଖଲରେ ରହିଥିବାରୁ କେନାଲ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। କେନାଲ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାବେଳେ କେଉଁ ଉଦ୍ଦେଶ୍ୟରେ ୨୦୧୪-୧୫ରେ ମରାମତି ପାଇଁ କ୍ରିଟିକାଲ ଯୋଜନାରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଦିସାରିଗୁଡ଼ା, ଖଇରାଗୁଡ଼ା, କମାରିଗୁଡ଼ା, ବିଷ୍ଣୁଗୁଡ଼ା, ବେହେରାଗୁଡ଼ା, ପିତାମହଲ, ହଜାରୀଡ଼ାଙ୍ଗ ଓ ଜଗନ୍ନାଥପୁର ଗାଁ ଶତ ପ୍ରତିଶତ ଜମିକୁ ଜଳସେଚନ ସହ ମାଛ ଚାଷ କରାଯିବାର ଲକ୍ଷ୍ୟ ରହିଥିଲା। କିନ୍ତୁ ଏହା ଚାଷୀଙ୍କ ସ୍ବାର୍ଥରେ ନ ଲାଗି କେବଳ ଠିକାଦାର ପୋଷିବା କାମରେ ଲାଗିଛି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଡି.ସୁଧାକର କୁମାରଙ୍କୁ ପଚାରିବାରୁ ଉକ୍ତ କେନାଲ ଯାଇଥିବା ଜମିକୁ କେତେଜଣ ଲୋକ ଜବରଦଖଲ କରି ହୋଟେଲ ଆଦି ନିର୍ମାଣ କରିଛନ୍ତି । ଫଳରେ କେନାଲରେ ପାଣି ଯିବା ପାଇଁ ବାଟ ନାହିଁ। ଏହାଦ୍ୱାରା କେନାଲ କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇପାରୁନାହିଁ ବୋଲି ସେ କହିଛନ୍ତି । ଏହି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଚିଠି କରାଯିବ। ଜବରଦଖଲ ଉଚ୍ଛେଦ ପରେ କେନାଲ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇପାରିବ ଏବଂ ଚାଷୀ ଉପକୃତ ହୋଇପାରିବେ ବୋଲି ସୁଧାକର କହିଛନ୍ତି। ତେବେ ଏହି କେନାଲ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ପିତାମହଲ ପଞ୍ଚାୟତର ଶତାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri