Posted inଫୁରସତ

ବିରିୟାନୀ ଦାମ ୨୦,୦୦୦ଟଙ୍କା

ବିରିୟାନୀ କଥା ଉଠିଲେ ପାଟିରୁ ଲାଳ ଗଡିଆସେ। ପ୍ରାୟ ସମସ୍ତଙ୍କୁ ଭଲ ଲାଗେ ଏହାର ସ୍ବାଦ। ଭଲ ଓ ଫେମସ୍‌ ବିରିୟାନୀ ଖାଇବା ପାଇଁ ତ ଲୋକେ ଯେକୌଣସି ଜାଗାକୁ ଯିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ତେବେ ଆମେ ଏଠାରେ ଏମିତି ଏକ ବିରିୟାନୀ କଥା କହିବାକୁ ଯାଉଛୁ, ଯାହାର ଲୁକ୍‌ ଯେମିତି ସ୍ବାଦ ଆହୁରି ଜବରଦସ୍ତ। ହେଲେ ଏହାକୁ ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ମହଙ୍ଗା ବିରିୟାନୀ, ଯାହାର ଗୋଟିଏ ପ୍ଲେଟ୍‌ର ମୂଲ୍ୟ ୨୦,୦୦୦ଟଙ୍କା। ଏହାକୁ ଦୁବାଇର ଏକ ରେଷ୍ଟୁରାଣ୍ଟ ପ୍ରସ୍ତୁତ କରୁଛି। ରେଷ୍ଟୁରାଣ୍ଟର ନାମ ହେଉଛି ‘ବମ୍ବେ ବୋରୋ’। ଖବର ମୁତାବକ ରେଷ୍ଟୁରାଣ୍ଟର ପ୍ରଥମ ବାର୍ଷିକୀରେ ଏହାର ମାଲିକ ଉକ୍ତ ବିରିୟାନୀକୁ ମେନ୍ୟୁରେ ସାମିଲ କରିଥିଲେ। ତେବେ ଏହି ବିରିୟାନୀକୁ ଜଣେ ଖାଇବା ସମ୍ଭବ ନୁହେଁ। ଏହାକୁ ଏକାଥରେ ୬ ଜଣ ଖାଇପାରିବେ। ଏହା ହେଉଛି ରୟାଲ ବିରିୟାନୀ, ଯାହାକୁ ୨୩ କ୍ୟାରେଟ୍‌ ସୁନାରେ ସଜାଯାଇଥାଏ। ଏହି ବିରିୟାନୀରେ କଶ୍ମୀରୀ ମଟନ କବାବ, ପୁରୁଣା ଦିଲ୍ଲୀ ମଟନ୍‌ ଚପ୍ସ, ରାଜପୁତ ଚିକେନ୍‌ର କବାବ, ମୁଗଲାଇ କୋଫ୍‌ତେ ଏବଂ ମଲାଇ ଚିକେନ୍‌ ଆଦି ସାମିଲ କରାଯାଇଛି। ଏହି ବିରିୟାନୀ ସହ ରାଇତା, କରି ଏବଂ ସସ୍‌ ବି ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ବୁଦ୍ଧି ପ୍ରୟୋଗ କରି କଇଁଛକୁ ଉଦ୍ଧାର କଲେ ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଥର ଫାନ୍ଦରେ ଫଶି ରହିଥିବା ଗୋଟିଏ କଇଁଛକୁ ଜଣେ ଯୁବକ ଉଦ୍ଧାର କରୁଥିବା ଭିଡିଓ...

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର...

ଆକ୍ୱାଗାର୍ଡ ଟ୍ୟାପ ଅନ୍‌ କରି ଏମିତି ପାଣି ପିଉଛି ବିଲେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

କେବଳ ସାଇମଣ୍ଡ୍‌ସ ନୁହନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭାରତର ଏହି ପ୍ରସିଦ୍ଧ ବ୍ୟକ୍ତି

ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲୀୟ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସଙ୍କ ମୃତ୍ୟୁ ହୋଇଛି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଆଣ୍ଡ୍ରିୟୁ ନୁହନ୍ତି, ଭାରତର ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ...

ଭାରତର ରହସ୍ୟମୟ ଷ୍ଟେଶନ: ସନ୍ଧ୍ୟା ପରେ ମାଛି ବି ଉଡନ୍ତି ନାହିଁ, ଶୂନ୍‌ଶାନ୍‌ ହୋଇଯାଏ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ଚମକାଇବା ଭଳି ଥାଏ। ଯେମିତିକି କୋଲକାତାରେ ଥିବା ବେଗନ କୋଡାର ଷ୍ଟେଶନ। ସାଧାରଣତଃ ଷ୍ଟେଶନରେ ସବୁ ସମୟରେ...

ମା’ଙ୍କ ସ୍ମୃତିରେ ହାତରେ ଏଭଳି ଟାଟୁ କଲେ ଯୁବକ: ଲେଖାଯାଇଥିବା ବାର୍ତ୍ତା କରୁଛି ଭାବବିହ୍ବଳ

ସନ୍ତାନ ପାଇଁ ମା’ବାପାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ। ତାଙ୍କୁ ହରାଇବା ଜୀବନରେ ଏକ ଅପୂରଣୀୟ କ୍ଷତ ଛାଡ଼ିଥାଏ। ହେଲେ ସେମାନଙ୍କର ସ୍ମୃତିକୁ...

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି:ବିଜୟ ଚୌଧୁରୀ

ନୟାଗଡ଼ରେ ମୋ ଜନ୍ମ। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଆଇ.ଏ ଓ ବି.ଏ ପଢିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ...

ଫ୍ଲାଇଙ୍ଗ୍‌ କିସ୍‌ରେ ଆନିଭର୍ସାରି

ଓ୍ବାଶିଂଟନ: ବିଭିନ୍ନ ଦେଶରେ କରୋନା ଭାଇରସ୍‌ ସ୍ତ୍ରୀ ସ୍ବାମୀଙ୍କୁ ଅଲଗା କରିବାର ମୁଖ୍ୟ କାରଣ ହୋଇଛ। ଏହି କାରଣରୁ ଏକ ଭିନ୍ନ ଢଙ୍ଗରେ ଏବେ ବିବାହ...

Advertisement
Archives

Model This Week