Posted inଫୁରସତ

ଜନ୍ମଦିନ

ଆଜିକାଲିର ଇଣ୍ଟରନେଟ୍‌ ସର୍ବସ୍ବ ଆଧୁନିକ ଯୁଗରେ ପ୍ରତ୍ୟେକ ମଣିଷର ଅନ୍ତତଃ ଦୁଇ ତିନିଟି ଜନ୍ମଦିନ ପାଳନ ହେଉଛି । ଇଂଲିଶ୍‌ ତାରିଖ, ସାର୍ଟିଫିକେଟ୍‌ ତାରିଖ, ଫେସ୍‌ବୁକ ତାରିଖ ଓ ଘରେ (ସମ୍ଭବତଃ କେବଳ ମା’) ଓଡ଼ିଆ ତିଥି ଅନୁଯାୟୀ ତାରିଖ।
ଜନ୍ମ ହୋଇ ପୃଥିବୀ କିମ୍ବା ଦେଶର କି ଉପକାର କଲ ନ କଲ ତାହା ଭିନ୍ନ କଥା, କିନ୍ତୁ ଜନ୍ମହେଇଛ ସେତକ ମୁଖ୍ୟ। ଜନ୍ମ ହେଇଛ ମାନେ ଜନ୍ମଦିନ ଅଛି ଆଉ ଜନ୍ମଦିନ ଅଛି ମାନେ ଏହା ପାଳନ ହେବା ଦରକାର। ତେଣୁ ବର୍ଷରେ ତିନି ଚାରିଥର କିମ୍ବା ଅଧିକଥର ପାଳନ ହେଲେ କ୍ଷତି ନାହିଁ। ଉତ୍ସବ ପ୍ରିୟ ମଣିଷ ଚାହେଁ ଟିକେ ଖୁସି ହେଉ ପଛେ ମିଛ ଜନ୍ମଦିନର ବାହାନାରେ ପୁଳେ ମିଳିଯାଉ। ତାକୁ ସମସ୍ତେ ଗୁରୁତ୍ୱ ଦିଅନ୍ତୁ, ଶୁଭେଚ୍ଛା ଜଣାନ୍ତୁ। ପରିବାରରେ ସବୁଦିନେ ଗୁରୁତ୍ୱହୀନ ଓ ଅପରିପକ୍ୱ ମନେହେଉଥିବା ବ୍ୟକ୍ତି ଜଣଙ୍କ ଜନ୍ମଦିନରେ ହଠାତ୍‌ ଗୁରୁତ୍ୱପୂର୍ଣ୍ଣ ମନେହୁଅନ୍ତି।

ଆଜି ବାଇଶ ଜାନୁୟାରୀ। ଇଂଲିଶ୍‌ ତାରିଖ ଅନୁଯାୟୀ ମୋର ଜନ୍ମଦିନ। କମ୍ବଳ ଭିତରେ ଶୀତୁଆ ସକାଳର ଉଷୁମ ମଜା ନେଉଥିବାବେଳେ ମୋବାଇଲ ରିଙ୍ଗ୍‌ରେ ନିଦ ଭାଙ୍ଗିଗଲା। ବିରକ୍ତରେ ଫୋନ୍‌ ଉଠାଏ ତ ଆରପଟୁ ଶୁଭିଲା ହ୍ୟାପି ବାର୍ଥ ଡେ ସାଙ୍ଗ।
– ଏଁ ଆଜି କ’ଣ କି? ମୁଁ କୁନ୍ଥେଇକି କହିଲି ।
– ମାନେ! ବନ୍ଧୁ ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ହୁଏତ ମନେ ମନେ ଭାବୁଥିବେ ଶଳାଟାକୁ ବୋଧେ କେହି ଏଯାଏ ଜନ୍ମଦିନ ଉଇସ୍‌ କରିନାହାନ୍ତି। ହଁ, ଇଏ ଏମିତି କେଉଁ ମନୋଜ ଦାସ କି ? ଲୋକ ସକାଳୁ ଫୁଲତୋଡ଼ା ଧରି ଘର ବାହାରେ ଅପେକ୍ଷା କରିଥାନ୍ତେ।

‘ଆଜି ପାର୍ଟି କେତେବେଳେ?’ ପୁଣି ବନ୍ଧୁ ପଚାରିଲେ। ‘ପାର୍ଟି ?, କି ପାର୍ଟି ? ଏ ବୟସରେ ଆଉ ପାର୍ଟି ଫାର୍ଟି କଣ କିଛି ଥାଏ ।’
– ”ନା ନା, ସେମିତି କେମିତି ହେବ। ଦୁଇ ବର୍ଷହେଲା କରୋନା ପାଇଁ ଯିବାଆସିବା ବନ୍ଦ ଥିଲା, ହେଲେ ସେ ସବୁ ବାରଣ ଏବେ ନାହିଁ। ଗୋଟେ ପାର୍ଟି ତ ନିହାତି ଦରକାର।“ ଶେଷରେ ଯେନତେନ ପ୍ରକାରେ ବନ୍ଧୁଙ୍କୁ ବୁଝେଇ ଫୋନ କାଟିଲି।

କମ୍ବଳ ଭିତରେ ଅର୍ଦ୍ଧନିଦ୍ରାରେ ସ୍ବପ୍ନ ଦେଖୁଛି ମୋ’ ଜନ୍ମଦିନ ପାଇଁ ବନ୍ଧୁମାନେ ସପ୍ତାହ ଆଗରୁ ପ୍ରସ୍ତୁତି ଚଲେଇଛନ୍ତି । ମୋ ସମ୍ମାନାର୍ଥେ ଏକ ସଭାର ଆୟୋଜନ କରି ମୋତେ ସମ୍ମାନିତ କରୁଛନ୍ତି । ଚକମକିଆ ଜରିରେ ବନ୍ଧା ହୋଇଥିବା ବଡ଼ ବଡ଼ ଉପହାର ପ୍ୟାକେଟରେ ଭର୍ତ୍ତି ହୋଇଯାଉଛି ମୁଁ ବସିଥିବା ଟେବୁଲ ଉପର। ଏହି ଦିନର ସ୍ମୃତି ସ୍ବରୂପ ଏକ ଅଭିନନ୍ଦନ ପୁସ୍ତିକା ଛପାଯାଇଛି । ସୁନ୍ଦରିଆ ଫଟୋଗୁଡିକ ମୋର ଗ୍ଲସି ପେପରରେ ଚମକୁଛି । ମୋ’ ଟାଇମ୍‌ ଲାଇନ, ମେସେଞ୍ଜର ଓ ହ୍ବାଟ୍ସଆପରେ ଶହ ଶହ ଶୁଭେଚ୍ଛା ବାର୍ତ୍ତା ଓ ଭିଡିଓ। ପ୍ରସିଦ୍ଧ ଲେଖକମାନେ ମୋତେ ଶୁଭେଚ୍ଛା ଜଣେଇ ଲେଖିଛନ୍ତି କାଳେ ମୋ ଜନ୍ମ ଦ୍ୱାରା ଏ ଦେଶ, ଏ ମାଟି, ଭାଷା ଓ ସାହିତ୍ୟ ଧନ୍ୟ ହୋଇଛି। ଏପରି ଏକ ସୁଯୋଗ୍ୟ ସନ୍ତାନକୁ ଜନ୍ମଦେଇ ଏ ଜାତି ପାଇଁ ଯେଉଁ ଅନୁଗ୍ରହ କରିଛନ୍ତି, ସେଥିପାଇଁ ମୋ ମା’ପିତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଃ ଏତେ ପ୍ରଶସ୍ତି! ଏତେ ଖୁସି, ଏତେ ସମ୍ମାନ!

ଆଉ ଶୋଇପାରିଲି ନାହିଁ। କମ୍ବଳ ଫମ୍ବଳ ଫୋପାଡ଼ି ଉଠିଲି । ଶୀଘ୍ର ଯାଏ, ଘର ବାହାରେ ହୁଏତ ଅନେକ ଲୋକ ମୋ’ ଭଳି ଜଣେ ବାଣୀପୁରୁଷକୁ ଜନ୍ମଦିନର ଶୁଭେଚ୍ଛା ଜଣେଇବା ପାଇଁ ଅପେକ୍ଷା କରିଥିବେ !

ସହଳ ନିତ୍ୟକର୍ମ ସାରି ବସିଛି। ସକାଳର ସେହି ପାର୍ଟି ଆଶାୟୀ ବନ୍ଧୁଙ୍କ ଛଡ଼ା ଏଯାଏ କାହାରି ଫୋନ୍‌ କି ମେସେଜ୍‌ ନାହିଁ । ହୁଏତ ଏମିତି ହୁଏ। ଏ ଜାତି କେବେ ବି ପୂଜ୍ୟପୂଜାମାନଙ୍କୁ ସମ୍ମାନ ଦେଇ ଶିଖିନି । ଦେଶ, ଭାଷା, ସଂସ୍କୃତିର ରକ୍ଷା ପାଇଁ ଅକଳନୀୟ ତ୍ୟାଗ ସହିଥିବା ଓଡ଼ିଆ ଜାତିର ଚିରସ୍ମରଣୀୟ ଯୁଗଜନ୍ମାମାନଙ୍କ ଜନ୍ମଦିବସକୁ ଏ ଜାତି ମନେରଖିନି। ନିଜ ମନକୁ ବୁଝେଇଦେଲି,ଏପରି ସମୟରେ ଏ ସଦା ଦୀପ୍ତିମାନ ବ୍ୟଙ୍ଗକାରକୁ କିଏ ମନେରଖିବ! ଏପରି ଆଶା ଏ କୃତଘ୍ନ ଲୋକମାନଙ୍କଠାରୁ ରଖିବା ବୃଥା।

ହମ୍‌ କୋ ମାଲୁମ୍‌ ହୈ ଜନ୍ମ କି ହକିକତ୍‌ ଲେକିନ୍‌, ଦିଲ୍‌ କୋ ଖୁସ୍‌ ରଖନେ କୋ ଗାଲିବ ୟେ ଖୟାଲ ଅଚ୍ଛା ହୈ।
ପତ୍ନୀ ଚା ନେଇ ଆସିଲାଠୁ ଆଜି ସକାଳୁ ଦେଖିଥିବା ସ୍ବପ୍ନ ବିଷୟରେ କହିଲି । ପତ୍ନୀ ଦାର୍ଶନିକ ଭଳି ମୋତେ ବୁଝେଇଦେଲେ- ହଁ, ଭୋର ସ୍ବପ୍ନ ସତ ହୁଏଯେ ହେଲେ ସମସ୍ତଙ୍କର ହେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଯଦି କହିବ ମୋର ଜଣେ ସାଙ୍ଗ ଅଛନ୍ତି। ସେ ଅନେକ ପ୍ରସିଦ୍ଧ ଲୋକମାନଙ୍କ ପାଇଁ ଫେସ୍‌ବୁକ୍‌ରେ ଜନ୍ମଦିନର ଶୁଭେଚ୍ଛା ଲେଖନ୍ତି। ସେ ଯାହା ପାଇଁ ଲେଖନ୍ତି ସେମାନେ ପ୍ରସିଦ୍ଧ ହୋଇଯାଆନ୍ତି । ଯଦି କହିବ ମୁଁ ତାଙ୍କୁ ଅନୁରୋଧ କରିବି ତୁମ ପାଇଁ ବନେଇ ଚୁନେଇ ଫେସ୍‌ବୁକରେ କିଛି ଲେଖିଦେବେ। ଦେଖ ଯଦି ଭାଗ୍ୟ ଜୋର ଥିବ, ତା’ହେଲେ ଦଶ କୋଡିଏଟା ‘ହାପି ବାର୍ଥ ଡେ’ କମେଣ୍ଟ ଆସିଯିବ। ମନ ଦୁଃଖରେ ଫୋନ ଅଣ୍ଡାଳୁଥିଲି। ଆଜି ସକାଳୁ ହ୍ବାଟ୍ସଆପ୍‌ରେ ଅଳ୍ପ କିଛି ଶୁଭେଚ୍ଛା ବାର୍ତ୍ତା ଆସିଥିଲା। ତା’ ଭିତରେ ମୋ’ ଅର୍ଦ୍ଧାଙ୍ଗିନୀଙ୍କର ଜନ୍ମଦିନ ପାଇଁ ପଠାଇଥିବା ଶୁଭେଚ୍ଛାଟା ବି ଥିଲା। ଅତ୍ୟନ୍ତ ସୁନ୍ଦରୀ ଝିଅଟିଏ ହାତରେ ଗୋଲାପ ଫୁଲ ଧରିଥିବା ଫଟୋ ତଳେ ଲେଖା ଅଛି ‘ଏ ଫୁଲଟା ଖାସ୍‌ ତୁମ ପାଇଁ’। ପତ୍ନୀ ଏପଟ ସେପଟ ହେଉଥା’ନ୍ତି ତାଙ୍କ ଶୁଭେଚ୍ଛା ଫଟୋ ଉପରେ ମୋ ମନ୍ତବ୍ୟ ଜାଣିବା ପାଇଁ। କିଛି ସମୟ ପରେ ପଚାରିଲେ- ‘ମୁଁ ପଠେଇଥିବା ଶୁଭେଚ୍ଛାଟା କେମିତି ଲାଗିଲା ?’

– ହୁଁ, ବହୁତ ଭଲ ଲାଗିଲା ।
– କୋଉଟା ?
ହଠାତ୍‌ ଏପରି ପ୍ରଶ୍ନରେ ମୁଁ ଅପ୍ରସ୍ତୁତ ହେଇଗଲି। ଅତି ନିରୀହ ପିଲାଟି ପରି ତାଙ୍କ ମୁହଁକୁ ଚାହିଁଲି ।
– ମୋତେ ଏତେ ବୋକା ଭାବନି, ମୁଁ ଠିକ୍‌ ଜାଣିଛି ତୁମକୁ କୋଉଟା ଭଲ ଲାଗିଥିବ।
– ଯଦି ଜାଣିଛ, ତେବେ ଏତେ ସୁନ୍ଦରୀ ଝିଅଙ୍କ ଫଟୋ ମୋ’ ପାଖକୁ କାହିଁକି ପଠାଉଥିଲ? ଖାଲି ଫୁଲର ଫଟୋ ପଠେଇଥିଲେ ଚଳିଥାନ୍ତା ।
– ଛାଡ଼, ଆଜି ତୁମର ଜନ୍ମଦିନ। ତୁମ ସାଙ୍ଗରେ ଝଗଡ଼ା କରିବିନି। ଆଜିର ଏଇ ପବିତ୍ର ଦିନରେ ତୁମେ ଶପଥ ନିଅ- ଆଜିଠୁ ଦୁନିଆର ସବୁ ଝିଅଙ୍କୁ ନିଜ ଭଉଣୀ ଭଳି ଦେଖିବ ଆଉ ଭଦ୍ରଲୋକଙ୍କ ଭଳି ସେମାନଙ୍କୁ ସମ୍ମାନ ଦେବ ।
– ହଉ କଥା ଦଉଛି ।
ପ୍ରାୟ ଘଣ୍ଟାଏ ବିତିଛି କି ନାହିଁ, ମୋର ଏକମାତ୍ର ଫୁଲେଇ ସାନ ଶାଳୀର ଫୋନ୍‌ ଆସିଲା, ବୋଧେ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣେଇବା ପାଇଁ।
– ହାଲୋ, ଭାଇ।
– ହଁ ବୋଲିବା ହେଉ ବହେନଜି ।
-ଏଇଟା… କଟକରୁ କହୁଛନ୍ତି ତ ?
-ଆଜ୍ଞା, କୁହନ୍ତୁ ଭଗ୍ନୀଶ୍ରୀ।
– ସଟ୍‌ ଅପ୍‌… ଭଦ୍ରାମି ଶିଖିନ ?
– ମୁଁ ଏମିତି କ’ଣ କହିଲିଯେ ଆପଣ ରାଗିଲେ ପ୍ରିୟ ଭଉଣୀ!
– ସରି … ରଙ୍ଗ ନମ୍ବର । ସେପଟୁ ଫୋନ୍‌ କଟିଗଲା। ପୁଣି ଥରେ ରିଂ ହେଲା, କିନ୍ତୁ ଶ୍ରୀମତୀଙ୍କ ନମ୍ବରରେ।
– ହାଲୋ ନାନୀ, ଭାଇଙ୍କ ଫୋନ୍‌ ନମ୍ବରଟା କ’ଣ ଚେଞ୍ଜ୍‌ ହେଇଯାଇଛିକି?
– କାହିଁ ନାହିଁ ତ ସେଇ ପୁରୁଣା ନମ୍ବର ଅଛି ତ।

– ଭାଇ ଯଦି ପାଖରେ ଅଛନ୍ତି ଟିକେ ଫୋନଟା ଦେ’ ତ। ଭାଇ ତୁମେ ଏବେ ମୋ’ ସାଙ୍ଗରେ କଥା ହେଉଥିଲଟି! ଆଉ ଏମିତି କ’ଣ ବହେନଜୀ, ଭଗ୍ନୀଶ୍ରୀ ସବୁ କହୁଥିଲ? ମୁଁ କ’ଣ ଏବେ ବହେନଜୀ ଭଳିଆ ଦେଖାଗଲିଣି କି ?
– ନାହିଁ ଭଉଣୀ, ତୁମେ ତ ମୋତେ ଗୋଟେ ସାଇଡ୍‌ରୁ ଅସୁରି ରାୟ (ସରି ସ୍ପେଲିଂ ମିଷ୍ଟେକ୍‌ ଐଶ୍ୱରିୟା) ଭଳିଆ ଦେଖାଯାଅ, କିନ୍ତୁ କ’ଣ କରିବା ଆପଣଙ୍କ ଭଗ୍ନୀ ତ ମୋତେ ଶପଥ ଦେଇଛନ୍ତି ଆଜିଠୁ ସମସ୍ତଙ୍କୁ ସମ୍ମାନର ସହ ଭଉଣୀ ଦୃଷ୍ଟିରେ ଦେଖିବା ପାଇଁ। ଆଉ କୁହନ୍ତୁ କ’ଣ ପାଇଁ ଫୋନ୍‌ କରିଥିଲେ ବହେନଜୀ?
– ବହେନଜୀ ନା ଚୋପା। ନାନୀର ମୁଣ୍ଡ ଖରାପ ହେଇଗଲାଣି।
-ବନମାଳୀ ଭବନ, ଖାନ୍‌ନଗର, କଟକ

ମୋ: ୯୪୩୭୦୧୦୭୫୮ ପ୍ରଫେସର ଚିତ୍ତରଂଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉପରେ ଆଧାରିତ ଲେଖାର ସମାହାର ହେଉଛି ରାଜକିଶୋର ପାଢୀଙ୍କ ବିଶ୍ୱନୀଡର ପକ୍ଷୀ। ଚିତ୍ତରଂଜନ ଦାସ ତାଙ୍କ ଘରର ନାମକରଣ ଦେଇଥିଲେ ‘ବିଶ୍ୱନୀଡ’। ଚିତ୍ତରଂଜନଙ୍କ ମୃତ୍ୟୁର ୧୦ବର୍ଷ ପରେ ଲେଖକ ବିଶ୍ୱନୀଡକୁ ଯାଇଥିଲେ। ଯାହାର ବର୍ଣ୍ଣନା ସେ ଖୁବ୍‌ ନିଖୁଣ ଭାବେ କରିଛନ୍ତି। ତାଙ୍କ ଫଟୋଟି ଏକ ଚଉକି ଉପରେ ରଖା ଯାଇଥିଲା ା ତାଙ୍କ ରଚନା ପାଇଁ ହୁଏତ ବିଶ୍ୱନୀଡ ଘରଟି କ୍ଷୁଦ୍ର ହେବାରୁ ସେ ବାହାରକୁ ଉଡି ଯାଇଛନ୍ତି ବୋଲି ଲେଖକ ଭାବ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?