କେବଳ ବାପାଙ୍କ ଏହି ସର୍ତ୍ତ ପାଇଁ ଆଜି ବି କୁଆଁରୀ ଅଛନ୍ତି ଏକତା କପୁର, ହେଲେ ପୁଅକୁ ନେଇ ଭାରି ଖୁସି

ଟିଭିର କ୍ୱିନ୍‌ କୁହାଯାଉଥିବା ଏକତା କପୁରଙ୍କ ଆଜି ଜନ୍ମ ଦିନ। ସେ ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା ଛୋଟ ପରଦାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସେ ଅନେକ ନାମ ଅର୍ଜନ କରିଛନ୍ତି। ଏକତା ଜଣେ ସଫଳ ନିର୍ଦ୍ଦେଶକ, ସ୍କ୍ରିପ୍ଟ ଲେଖକ ଏବଂ ନିର୍ମାତ। ଏକତା ଏବଂ ଶୋଭା କପୁର ମଧ୍ୟ ବାଲାଜୀ ଟେଲିଫିଲ୍ମର ପାର୍ଟନର ଅଟନ୍ତି । ଏଥି ସହିତ, ତାଙ୍କ ବାପାଙ୍କଠାରୁ ଆର୍ଥିକ ସହାୟତା ପାଇବା ପରେ ଏକତା ଟିଭି ସିରିଏଲ ଆରମ୍ଭ କରିଥିଲେ । ଏକତା ୧୯ ବର୍ଷ ବୟସରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ । ତେବେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ କିଛି କଥା ଜାଣନ୍ତୁ।

ବୃତ୍ତିଗତ ଜୀବନରେ ଅନେକ ଆଗକୁ ବଢ଼ିଥିବା ଏକତା ଏବେ ବି କୁଆଁରୀ ଅଛନ୍ତି। ଏକ ସାକ୍ଷାତକାରରେ ଏକତା କହିଥିଲେ, ବାପାଙ୍କ ଏକ ସର୍ତ୍ତ ପାଇଁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଅନ୍ୟଥା, ସେ ୨୨ ବର୍ଷ ବୟସରେ ବିବାହ କରିବାକୁ ଚାହୁଁଥିଲେ। ଏକତା କହିଥିଲେ, ‘ଯେତେବେଳେ ମୋର ବୟସ ୧୭ ବର୍ଷ ହୋଇଥିଲା, ମୋ ବାପା କହିଥିଲେ, ଯେ ମୁଁ ଚାହୁଁଛି ତୁ ପାର୍ଟି କରିବା ପରିବର୍ତ୍ତେ ବିବାହ କର କିମ୍ବା କାମ କର। ସେ ମୋତେ ପକେଟ ଖର୍ଚ୍ଚ ବ୍ୟତୀତ ଅନ୍ୟ କିଛି ଦେବେ ନାହିଁ ବୋଲି କହିଥିଲେ। ତେଣୁ ଟଙ୍କା ରୋଜଗାର କରିବା ପାଇଁ ମୁଁ ଏକ ବିଜ୍ଞାପନ ଏଜେନ୍ସିରେ କାମ କରିବା ଆରମ୍ଭ କଲି ।

ସେ ଆହୁରି କୁହନ୍ତି, ‘ପରିସ୍ଥିତିକୁ ଦେଖି ମୁଁ ଅନୁଭବ କରୁଥିଲ ମୋ ଜୀବନ ବଦଳିଯିବ । ମୁଁ ୨୨ ବର୍ଷ ବୟସରେ ବିବାହ କରିବି ଏବଂ ଜୀବନକୁ ଉପଭୋଗ କରିବି । କିନ୍ତୁ ଦୁର୍ଭାଗ୍ୟବଶତ ହେଉ କିମ୍ବା ସୌଭାଗ୍ୟବଶତ ଆମେ ଯାହା ଭାବୁ, ଏହା କେବେ ହୁଏ ନାହିଁ । ମୁଁ ‘ହମ୍‌ ପାଞ୍ଚ ନାମ’ ଶୋ ପାଇଁ ପାଇଲଟ ଶୁୁଟ କରିବାକୁ ସ୍ଥିର କଲି ଏବଂ ଏହାକୁ ଜି-ଟିଭିରେ ବିକ୍ରି କଲି । ଯେତେବେଳେ ଏହା ପ୍ରସାରିତ ହେଲା ସେତେବେଳେ ମୋର ବୟସ ୧୯ ଥିଲା ।ଶୋ ଏକ ହିଟ ହୋଇଗଲା ଏବଂ ମୋର ସମସ୍ତ ରାସ୍ତା ବଦଳିଗଲା। ଏକତା କପୁର ସରୋଗେସି ମାଧ୍ୟମରେ ୨୦୧୯ ରେ ମାତା ହୋଇଥିଲେ। ଏକତା କପୁର ତାଙ୍କ ପୁଅର ନାମ ରବି କପୁର ରଖିଛନ୍ତି। ସେ ତାଙ୍କ ପୁଅକୁ ନେଇ ଅଧିକ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri