ବଢୁଛି ଯାଆଁଳାଙ୍କ ଜନ୍ମ

ଲଣ୍ଡନ, ୧୭।୩: ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ଯାଆଁଳା ଶିଶୁଙ୍କ ସଂଖ୍ୟା। ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ ଓ ଅନ୍ୟାନ୍ୟ କୃତ୍ରିମ ପ୍ରଜନନ କୌଶଳ ଦ୍ୱାରା ଅଧିକ ସଂଖ୍ୟାରେ ଯମଜ ଶିଶୁଙ୍କ ପ୍ରସବ ହେଉଥିବା ବିଶ୍ୱସ୍ତରୀୟ ଏକ ଅଧ୍ୟୟନ ତଥ୍ୟ କହୁଛି। ରିପୋର୍ଟ ମୁତାବକ, ପ୍ରତି ବର୍ଷ ୧୬ ଲକ୍ଷ ଯାଆଁଳା ଶିଶୁଙ୍କ ଜନ୍ମ ହେଉଛି, ଯାହାକି ୧୯୮୦ ଦଶକ ପରଠାରୁ ଏକ ତୃତୀୟାଂଶ ଅଧିକ। ୩୦ ବର୍ଷ ପୂର୍ବେ ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ୯ ଜଣ ଏଭଳି ଶିଶୁ ଜନ୍ମ ନେଉଥିଲାବେଳେ ଏବେ ତାହା ୧୨କୁ ବୃଦ୍ଧି ପାଇଛି। ଅଧ୍ୟୟନର ନେତୃତ୍ୱ ନେଇଥିବା ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଖ୍ରିଷ୍ଟିୟାନ ମାଣ୍ଡେନ୍‌ ଏହି ସଂଖ୍ୟାକୁ ସର୍ବାଧିକ ବୋଲି କହିଛନ୍ତି। ବିଶେଷକରି ଧନୀ ଦେଶ ତଥା ୟୁରୋପ, ଉତ୍ତର ଆମେରିକା ଆଦିରେ ଯାଆଁଳ ଶିଶୁଙ୍କ ଜନ୍ମ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି।
ହ୍ୟୁମାନ ରିପ୍ରଡକ୍ସନ୍‌ ଜର୍ନାଲରେ ଶୁକ୍ରବାର ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶିତ ହୋଇଛି। ଅଧ୍ୟୟନରେ ୨୦୧୦ରୁ ୨୦୧୫ ମଧ୍ୟରେ ୧୬୫ ଦେଶ ଏବଂ ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ୧୧୨ ଦେଶରେ ଯାଅଁାଳାଙ୍କ ଜନ୍ମ ତଥ୍ୟ ଆକଳନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ଉତ୍ତର ଆମେରିକାରେ ଯମଜ ସନ୍ତାନଙ୍କ ସଂଖ୍ୟା ୭୧ ପ୍ରତିଶତ ବୃଦ୍ଧିପାଇଛି। ୟୁରୋପ ଏବଂ ଏସିଆ ମହାଦେଶର ବିଭିନ୍ନ ଦେଶରେ ମଧ୍ୟ ଏହି ସଂଖ୍ୟା ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏସିଆରେ ଏହି ସଂଖ୍ୟା ୩୨ ପ୍ରତିଶତ ଅଧିକ ରହିଛି। କେବଳ ୭ ଦେଶରେ ଯମଜ ସନ୍ତାନଙ୍କ ଜନ୍ମ ହାର ପୂର୍ବାପେକ୍ଷା ୧୦ ପ୍ରତିଶତରୁ ଅଧିକ କମିଥିବା ଜଣାପଡ଼ିଛି।
ଜାପାନରେ ଆଇଡେଣ୍ଟିକାଲ ଟୁଇନ୍ସ ବା ସମାନ ଦେଖାଯାଉଥିବା ଯାଆଁଳା ଶିଶୁଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ଆଫିକ୍ରାରେ ନନ୍‌ ଆଇଡେଣ୍ଟିକାଲ ବା ଭିନ୍ନ ଦିଶୁଥିବା ଯାଆଁଳାଙ୍କ ସଂଖ୍ୟା ବେଶି। ଜିନ୍‌ଗତ କାରଣରୁ ଏପରି ହୋଇଥିବା ମାଣ୍ଡେନ କହିଛନ୍ତି। ବିଶେଷକରି ବିଳମ୍ବରେ ମହିଳାଙ୍କ ଗର୍ଭଧାରଣ ଇଚ୍ଛା, ଗର୍ଭନିରୋଧକର ଅଧିକ ବ୍ୟବହାର, ଦୁର୍ବଳ ପ୍ରଜନନ କ୍ଷମତା ଆଦି ପ୍ରମୁଖ କାରଣରୁ ସହାୟକ ପ୍ରଜନନ କୌଶଳର ଆବଶ୍ୟକତା ପଡ଼ୁଛି। ଏଥିଯୋଗୁ ୧୯୭୦ ଦଶକରୁ ଆରମ୍ଭ ହୋଇଥିବା କୃତ୍ରିମ ପ୍ରସବ ପଦ୍ଧତିର ବ୍ୟବହାର ବଢ଼ିଥିବାରୁ ଯାଆଁଳା ଶିଶୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ବୋଲି ମାଣ୍ଡେନ ପ୍ରକାଶ କରିଛନ୍ତି।

ଆଇଭିଏଫ୍‌ କ’ଣ
ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ୍‌ (ଆଇଭିଏଫ୍‌) ହେଉଛି ଏକ କୃତ୍ରିମ ପ୍ରକ୍ରିୟା, ଯାହାଦ୍ୱାରା ଫର୍ଟିଲିଟି (ପ୍ରଜନନ କ୍ଷମତା) କିମ୍ବା ଶିଶୁଙ୍କ ଜିନ୍‌ଗତ ସମସ୍ୟାକୁ ରୋକିବା ସହ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ହୁଏ। ଏହି ପ୍ରକ୍ରିୟାରେ ମହିଳାଙ୍କ ଓଭାରିରୁ ପରିପକ୍ୱ ଡିମ୍ବାଣୁ ସଂଗ୍ରହ କରାଯାଇଥାଏ। ପୁରୁଷଙ୍କଠାରୁ ନିଆଯାଇଥିବା ଶୁକ୍ରାଣୁ ସହ ଲାବରେଟୋରୀରେ ଡିମ୍ବାଣୁକୁ ଫର୍ଟିଲାଇଜ କରାଯାଏ। ଏହା ପରେ ଭ୍ରୂଣକୁ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଏ। ଆଇଭିଏଫ୍‌ର ଗୋଟିଏ ଚକ୍ର (ସାଇକେଲ) ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ତିନି ସପ୍ତାହ ଲାଗିଥାଏ। ବେଳେବେଳେ ଏହି ପ୍ରକ୍ରିୟାଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଉଥିବାରୁ ସେହି ଅନୁସାରେ ଅଧିକ ସମୟ ମଧ୍ୟ ଲାଗିପାରେ। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଶୁକ୍ରାଣୁ ସହାୟତାରେ ଆଇଭିଏଫ୍‌ ମାଧ୍ୟମରେ ସୃଷ୍ଟ ଭ୍ରୂଣକୁ ଗର୍ଭାଶୟରେ ସ୍ଥାପନ ପରେ ପ୍ରସବ କରିପାରିବେ। ଏହାଛଡ଼ା ମା’ ହେବାକୁ ଚାହୁଁଥିବା ମହିଳା ତାଙ୍କ ଚିହ୍ନା ପରିଚିତ ପୁରୁଷ ବନ୍ଧୁଙ୍କ ଶୁକ୍ରାଣୁ ସହାୟତାରେ ମଧ୍ୟ ଗର୍ଭଧାରଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ

ପ୍ୟାରିସ୍‌,୪-୧୦(ଏଏଫ୍‌ପି):ପ୍ୟାରିସ୍‌ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି।...

ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍‌ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି...

୫୦ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

ଓ୍ବଶିଂଟନ, ୨।୧୧: ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ ଜନିତ ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୫୦ ଲକ୍ଷ ଅତିକ୍ରମ କରିଛି। ୨ ବର୍ଷରୁ କମ୍‌ ସଙ୍କଟ କାଳରେ କେବଳ...

ଆମେରିକାରେ ମହାତ୍ମାଙ୍କ ପ୍ରତିମା ପ୍ରତି ଅସମ୍ମାନ ପ୍ରଦର୍ଶନ

ଓ୍ବାଶିଂଟନ,୧୩।୧୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରି ଆମେରିକାରେ ଖଲିସ୍ତାନୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ କରାଯାଇଛି। ପ୍ରଦର୍ଶନ ସମୟରେ...

ବିଟ୍‌କଏନ୍‌କୁ ଅଫିସିଆଲ କରେନ୍ସି ମାନ୍ୟତା

ସାନ୍‌ ସାଲ୍‌ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍‌ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି।...

୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ସୁରକ୍ଷା ଦେବ ଆମେରିକା

ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ...

ଦିନେ ବିମାନ ଟିକେଟ ପାଇଁ ନେଇଥିଲେ ଉଧାର: ଏବେ ଗୁଗଲ, ଆଲ୍ଫାବେଟ୍‌ର ସିଇଓ

ଓ୍ବାଶିଂଟନ,୪।୧୨: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଆଉ ଏକ ଦାୟିତ୍ୱ ମିଳିଛି।...

ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା...

Advertisement
Archives

Model This Week