ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ ଶିଶୁପୁତ୍ର ଜିମା ନେବାରୁ ବଞ୍ଚିତ କରାଯାଇ ପାରିବ ନାହିଁ। ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର ମିଶ୍ର ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ଅଜା ଶିଶୁପୁତ୍ର ହସ୍ତାନ୍ତର କରିବାକୁ ରାୟ ପ୍ରଦାନ କରିଛନ୍ତି। ଏଥିସହ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବାରୁ ଶିଶୁପୁତ୍ରର ଜିମା ପାଇବା ପାଇଁ ବାପା ଦାଏର କରିଥିବା ଆବେଦନକୁ ଖାରଜ କରି ଭଦ୍ରକ ପରିବାର ଅଦାଲତ ୨୦୨୨ ଜୁଲାଇ ୭ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଯଦି ଆବେଦନକାରୀଙ୍କୁ ଶିଶୁର ଜିମା ଦିଆ ନ ଯାଏ, ତେବେ ଉଭୟ ବାପା-ପୁଅ ପରସ୍ପରର ସ୍ନେହ ମମତାରୁ ବଞ୍ଚିତ ହେବେ। ମା’ଙ୍କ ମୃତ୍ୟୁ ହେବା ବେଳେ ଶିଶୁ ଅତି ଛୋଟ ଥିଲା ଓ ଏବେ ତାକୁ ସାଢ଼େ ୫ବର୍ଷ ବୟସ। ଏଭଳି ସ୍ଥିତିରେ ଶିଶୁର ପସନ୍ଦ ଆକଳନ କରାଯାଇ ପାରିବ ନାହିଁ। ତେଣୁ ହସ୍ତାନ୍ତର ପାଇଁ ଅଜା ତାରିଖ ଓ ସମୟ ସଂପର୍କରେ ଆବେଦନକାରୀଙ୍କୁ ଆଗୁଆ ସୂଚନା ଦେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ରମାକାନ୍ତ ମାଝିଙ୍କ ବିବାହ ୨୦୧୯ରେ ହୋଇଥିଲା। ତାଙ୍କ ସ୍ତ୍ରୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ସ୍ତ୍ରୀ ଶିଶୁପୁତ୍ର ସହିତ ବାପଘରେ ଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ଶିଶୁପୁତ୍ର ଅଜାଙ୍କ ଘରେ ରହୁଥିଲା। ପୁଅର ଜିମା ପାଇଁ ଆବେଦନକାରୀ ୨୦୨୧ରେ ଭଦ୍ରକ ପରିବାର ଅଦାଲତରେ ମାମଲା ଦାୟର କରିଥିଲେ। ମାମଲାରେ ଅଜା ଦାଖଲ କରିଥିବା ଜବାବରେ ଆବେଦନକାରୀଙ୍କ ବିବାହ ଓ ଶିଶୁପୁତ୍ରର ଜନ୍ମ ପ୍ରସଙ୍ଗ ସ୍ବୀକାର କରାଯାଇଥିଲା। କିନ୍ତୁ ଆବେଦନକାରୀ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟ ଓ ପୁଅର ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ। ଏହାପରେ ପରିବାର ଅଦାଲତ ଆବେଦନକାରୀଙ୍କ ଦରଖାସ୍ତକୁ ୨୦୨୨, ଜୁଲାଇ ୭ରେ ଖାରଜ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?