Posted inଜାତୀୟ

ରାମ ମନ୍ଦିର ପ୍ରତିଷ୍ଠା ପାଇଁ କରିଥିଲେ ଭୀଷ୍ମ ପ୍ରତିଜ୍ଞା, ୩୧ବର୍ଷ ହେଲା ପେଟକୁ ଯାଇନି ଅନ୍ନ

ଅଯୋଧ୍ୟା,୧୯।୧: ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏବେ ଗଗନେ ପବନେ କେବଳ ରାମନାମର ହିଁ ଗୁଞ୍ଜରଣ ହେଉଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଥମ ଥର ରାମଲଲାଙ୍କ ମୂର୍ତ୍ତିର ଫଟୋ ସାମ୍ନାକୁ ଆସିଛି। କେବଳ ଦେଶବାସୀ ନୁହେଁ ମନ୍ଦିର ପାଇଁ କାହିଁ କେବେ ଠୁ ସଂଘର୍ଷ କରିଥିବା ଏବଂ ପ୍ରାଣବଳି ଦେଇଥିବା ପରିବାରଙ୍କ ପାଇଁ ଏହା ଏକ ଖୁସିର ମୂହୁର୍ତ୍ତ। ଏହି ସଂଘର୍ଷରେ ସାମିଲ ବିରେନ୍ଦ୍ର କୁମାରଙ୍କ ନାଁ ଚର୍ଚ୍ଚାକୁ ଆସିଛି। ବିରେନ୍ଦ୍ରଙ୍କ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯୋଗଦାନ ବହୁ ଗୁରୁତ୍ୱପୂର୍ଣ୍ଣ। ଆଜକୁ ୩୧ବର୍ଷ ହେଲା ସେ ଅନ୍ନ ବି ଛୁଇଁ ନାହାନ୍ତି।

ବିରେନ୍ଦ୍ର କୁମାର ବିହାରର ଦରଭଙ୍ଗା ନିବାସୀ। ସେ ତିନି ଦଶକରୁ ଅଧିକ ଦିନ ଦରି ରାମ ମନ୍ଦିର ପ୍ରତିଷ୍ଠା ନେଇ ଅପେକ୍ଷା କରି ଅନ୍ନ ଛୁଇଁ ନାହାନ୍ତି। ବିରେନ୍ଦ୍ର ଆଜିଯାଏଁ କେବଳ ଫଳାହାର କରି ବଞ୍ଚିଛନ୍ତି। ତେଣୁ ସେ ସବୁଠି ଫଳାହାରୀ ବାବା ନାମରେ ପରିଚିତ।

ସୂଚନାଥାଉ କି, ବାବା ଦାବି କରିଛନ୍ତି, ୧୯୯୨ ଡିସେମ୍ବର ୬ରେ ବିଶ୍ୱ ହିନ୍ଦୁ ପରିଷଦର ଆହ୍ବାନରେ କିଛି କରସେବକଙ୍କ ସହ ମିଶି ସେ ଅଯୋଧ୍ୟା ଯାଇଥିଲେ। ବାବ୍ରି ମସଜିଦର ଗମ୍ବୁଜ ଉପରେ ଚଢିଥିବା ସେ ପ୍ରଥମ ବ୍ୟକ୍ତି ବୋଲି ଦାବି କରିଛନ୍ତି। ଗମ୍ବୁଜ ଉପରେ ପହଞ୍ଚି ଏକ ଲୁହାର ପାଇପ ଦ୍ୱାରା ଗମ୍ବୁଜକୁ ଭାଙ୍ଗିିଥିଲେ।
ଏହି ଘଟଣା ପରେ ଫଳାହାରୀ ବାବା ରାମ ମନ୍ଦିର ନ ହେବା ଯାଏଁ ଅନ୍ନ ଗ୍ରହଣ ନ କରିବା ପାଇଁ ସଂକଳ୍ପ ନେଇଥିଲେ। ତେବେ ଜାନୁଆରୀ ୨୨ ପ୍ରାଣ ପ୍ରତିଷ୍ଠା ଦିନ ଗଙ୍ଗାରେ ସ୍ନାନ କରି ଅନ୍ନ ସହ ଲୁଣ ଗୋଳେଇ ଖାଇବେ ବୋଲି ବାବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri