ପକ୍ଷୀ ବି ଦେଇଥାନ୍ତି ଭବିଷ୍ୟତର ସଙ୍କେତ

କେତେକ ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ହୋଇଥାନ୍ତି ସେମିତି ଆକର୍ଷଣୀୟ ବି ହୋଇଥାଏ ସେମାନଙ୍କ ସ୍ବର। ଆଉ ଏହି ପକ୍ଷୀମାନେ ମଧ୍ୟ ବେଳେବେଳେ ଆମକୁ ଭବିଷ୍ୟତର ସଙ୍କେତ ଦେଇଥାନ୍ତି। ତେବେ କେଉଁ ପକ୍ଷୀ କିଭଳି ସଙ୍କେତ ଦେଇଥାନ୍ତି ଆସନ୍ତୁ ଜାଣିନେବା ସେ ସମ୍ପର୍କରେ-

*ଯଦି କୌଣସି ସ୍ଥାନରେ ଏକାଧିକ କାଉ ବସି କର୍କଶ ରାବ ଦେଉଥିବାର ଦେଖନ୍ତି ତା’ହେଲେ ସେ ସ୍ଥାନ ଛାଡ଼ି ଶୀଘ୍ର ପଳାଇଯିବା ଉଚିତ। କାରଣ ଏହା କୌଣସି ବିପଦ ବା ଅଶୁଭ ଘଟଣାର ସଙ୍କେତ ଦେଇଥାଏ।

*ଅନ୍ୟପକ୍ଷେ କାଉଟିଏ ପାଣି ପାତ୍ରରୁ ପାଣି ପିଉଥିବାର ଅବା ଖାଦ୍ୟ ଧରି ଉଡ଼ିଯାଉଥିବାର ଦୃଶ୍ୟ ଶୁଭ ସୂଚନା ଦେଇଥାଏ। ତେଣୁ ପ୍ରତ୍ୟେକେ ନିଜ ନିଜ ଘର ସମ୍ମୁଖରେ ପକ୍ଷୀଙ୍କ ପିଇବା ପାଇଁ ପାଣିପାତ୍ର ରଖିବା ଦରକାର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।

*ଘରର ଛାତ ଉପରେ ପେଚା ବସିବା ବା ପେଚା ବୋବାଇବାର ଶବ୍ଦ ଶୁଣିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଆଗକୁ କିଛି ବିପଦ ଆସୁଛି ବୋଲି ସୂଚନା ମିଳିଥାଏ। କିନ୍ତୁ ଧଳା ରଙ୍ଗର ପେଚା ଦେଖିବା ଶୁଭ ସଙ୍କେତ ଦେଇଥାଏ। କୁହାଯାଏ, ଧଳା ପେଚା ଦେଖିଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

*କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଯାଉଥିବାବେଳେ ବାଟରେ ଯଦି ମୟୂର ଦେଖିବାକୁ ମିଳେ କିମ୍ବା ତା’ର ସ୍ବର ଶୁଣିବାକୁ ମିଳେ ତା’ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

*ଚଢ଼େଇମାନେ ମୁଖ୍ୟତଃ ଡରୁଆ ସ୍ବଭାବର ହୋଇଥାନ୍ତି। କିନ୍ତୁ ଯଦି କାହାରି ଘରକୁ ବହୁ ସଂଖ୍ୟାରେ ଚଢ଼େଇ ବିନା ଡରରେ ଯା’ଆସ କରୁଥାନ୍ତି, ଖାଦ୍ୟ ଖାଉଥାନ୍ତି, ତା’ହେଲେ ସେ ଘରେ ସକାରାତ୍ମକ ଉର୍ଜା ଖୁବ୍‌ ରହିଛି ବୋଲି ବୁଝିନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନରେ କରୁଥିବା ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ।...

ସଂସ୍କାର ପାଠ

ମା’ ପେଟରୁ ହିଁ ପିଲାଟିଏ ଶିଖିଥାଏ ପ୍ରଥମ ପାଠ। ଜନ୍ମ ହେଲାମାତ୍ରେ ପରିବାର ପାଲଟେ ତା’ର ପ୍ରଥମ ପାଠଶାଳା। ମା, ବାପା,ଭଉଣୀ ଭାଇଙ୍କଠାରୁ ଆରମ୍ଭ ହୋଇଥିବା...

ପର୍ସରେ ରଖନ୍ତୁ ନାହିଁ ଏଭଳି ଜିନିଷ, ହୋଇଥାଏ ଦୁର୍ଭାଗ୍ୟର କାରଣ

ପର୍ସ ବା ଓ୍ବାଲେଟ ଟଙ୍କା ପଇସା ରଖିବା ପାଇଁ ଉଦ୍ଦିିଷ୍ଟ। ତେବେ ଅନେକେ ଏଥିରେ ଏଭଳି କିଛି ଜିନିଷ ରଖିଥାନ୍ତି, ଯାହା ଧନହାନି ବା ଦୁର୍ଭାଗ୍ୟର...

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅଭ୍ୟାସକରି ପ୍ରତିଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ। ଘାସ ଉପରେ ପଡ଼ିଥିବା କାକର ପାଦରେ ଲାଗିଲେ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

ନିଜ ଫୋନ୍‌

ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ ସାଜିଛି ଅନେକଙ୍କ ପାଇଁ ପର୍ସନାଲ ଡାଟା ଷ୍ଟୋରେଜ୍‌ର ଏକ ବଳିଷ୍ଠ ମାଧ୍ୟମ। ଯେଉଁଥିପାଇଁ ଆବଶ୍ୟକ ସମୟରେ ହାତପାହାନ୍ତାରେ ତତ୍‌କ୍ଷଣାତ୍‌ ମିଳିଯାଉଛି ଫଟୋ,...

କ୍ୟାନ୍‌ସରର ପୂର୍ବାନୁମାନ କରିହେବ

ଚିକିତ୍ସା ବିଜ୍ଞାନରେ ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ ହେଲା କ୍ୟାନ୍‌ସର ବା କର୍କଟ ରୋଗ। ଏବେ କେତେକ କ୍ୟାନ୍‌ସର ରୋଗୀ ପ୍ରାରମ୍ଭିକ ଅବସ୍ଥାରେ...

ଦାମୀ ରାଖୀ

ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଉପଲକ୍ଷେ ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ରାଖୀ ଉପଲବ୍ଧ ହୋଇଥାଏ। ସେଥିରୁ କିଛି ରାଖୀରେ ଜରି, ଚୁମୁକି କାମ ହୋଇଥାଏ ତ ଆଉ କିଛି...

Advertisement
Archives

Model This Week