Posted inଜାତୀୟ

ଉତ୍ତରପ୍ରଦେଶ ସମେତ ୭ ରାଜ୍ୟରେ ବାର୍ଡ ଫ୍ଲୁ: କାନପୁର ଚିଡ଼ିଆଖାନା ବନ୍ଦ, ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୦।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ପକ୍ଷୀଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। କାନପୁର ଚିଡ଼ିଆଖାନାରେ ବାର୍ଡ ଫ୍ଲୁ ଭୂତାଣୁ ମିଳିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରି ଦିଆଯାଇଛି। ବାର୍ଡ ଫ୍ଲୁ ମିଳିଥିବା ଓ୍ବାର୍ଡର ସମସ୍ତ ପକ୍ଷୀଙ୍କୁ ହତ୍ୟା କରିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ଚିଡ଼ିଆଖାନାର ଆଖପାଖ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଗାଜିପୁର କୁକୁଡ଼ା ଫାର୍ମକୁ ଦିଲ୍ଲୀ ସରକାର ବନ୍ଦ କରିଦେଇଛନ୍ତି। ଦିଲ୍ଲୀର ୧୧ ଜିଲାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ହିମାଚଳପ୍ରଦେଶର ପୋଙ୍ଗ୍‌ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ମିଳିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ୩୫୦୦ ପକ୍ଷୀଙ୍କୁ ହତ୍ୟା କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ୍‌ଠାରେ ଥିବା କୁକୁଡ଼ା ଫାର୍ମର ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ ଏବଂ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨ ହଟସ୍ପଟ୍‌ ତାଲିକା ଜାରି କରାଯିବା ସହିତ କଣ୍ଟ୍ରୋଲ ରୁମ୍‌ ସ୍ଥାପନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ପରେ ଏବେ ଆଉ ଏକ ବିମାନର କର୍ମଚାରୀ ସାମୂହିକ ଛୁଟିରେ

ନୂଆଦିଲ୍ଲୀ,୧୩ା୭: ବିମାନ କମ୍ପାନୀଗୁଡିକର ଆୟ ହ୍ରାସ ହେତୁ ୨ ବର୍ଷ ପୂର୍ବେ କର୍ମଚାରୀଙ୍କ ବେତନ ହ୍ରାସର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି। ଅନେକ କମ୍ପାନୀର କର୍ମଚାରୀମାନେ ଏଥିରେ...

ବିହାରରେ ଏକ୍‌ଜିଟ୍‌ ପୋଲ ଉପରେ କଟକଣା

ନୂଆଦିଲ୍ଲୀ, ୧୫ା୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଏକ୍‌ଜିଟ୍‌ ପୋଲ୍‌ ଉପରେ କଟକଣା ଲଗାଯାଇଛି। ଅକ୍ଟୋବର ୨୮ ସକାଳ...

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୨’ ପାଇଁ ଆଜିଠାରୁ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୨୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ବାର୍ଷିକ ପରୀକ୍ଷା ପୂର୍ବରୁ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିବେ ।...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ଆସାମରେ ରାହୁଲ ଗାନ୍ଧୀଙ୍କ ନାମରେ ହଜାରେ ଅଭିଯୋଗ

ଗୁଆହାଟି,୧୫।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତର ଆତ୍ମା’ ଟୁଇଟ୍‌ ବିରୋଧରେ ଶହ ଶହ ଅଭିଯୋଗ ରୁଜୁ କରିଛନ୍ତି ଆସାମ ଭାଜପା ଓ ଏହାର ବିଭିନ୍ନ...

ଲେମ୍ବୁ କିଲୋ ୩୦୦

ନୂଆଦିଲ୍ଲୀ,୭।୪: ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନ୍‌ଜି ଉପରେ ମହଙ୍ଗା ମାଡ଼ ପରେ ସାଧାରଣଲୋକଙ୍କ ପାଇଁ ପନିପରିବା ଦର ଏବେ ଆକାଶଛୁଆଁ ହୋଇଛି। ଇତିମଧ୍ୟରେ ଦିଲ୍ଲୀରେ...

ଚେତାବନୀ ପରେ ରିସର୍ଟକୁ ଫେରିଲେ  ୬ ବିଧାୟକ

ଜୟପୁର,୫।୬: ରାଜ୍ୟ ସଭା ନିର୍ବାଚନ ଆସନ୍ତା ୧୦ ତାରିଖରେ ହେବାକୁ ଥିବାବେଳେ ଘୋଡ଼ାବେପାର ଆଶଙ୍କାରେ ରାଜସ୍ଥାନ କଂଗ୍ରେସ ଏହାର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ତାଜ ଆରାବଳି ରିସର୍ଟରେ...

ବାବା ଆମ୍‌ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା

ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍‌ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍‌ତେ-କରାଜ୍‌ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ...

Advertisement
Archives

Model This Week