Posted inଜାତୀୟ

ଦିଲ୍ଲୀ ସମେତ ୧୦ ରାଜ୍ୟରେ ବାର୍ଡ ଫ୍ଲୁ

ନୂଆଦିଲ୍ଲୀ, ୧୨।୧: କରୋନା ମହାମାରୀ ଦୂର ହୋଇ ନ ଥିବାବେଳେ ଏବେ ବାର୍ଡ ଫ୍ଲୁ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଇତିମଧ୍ୟରେ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା ୧୦ଟି ରାଜ୍ୟକୁ ବ୍ୟାପି ସାରିଲାଣି। ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିୟାଣା ଓ ଗୁଜରାଟରେ ବାର୍ଡ ଫ୍ଲୁ ହୋଇଥିବା ସରକାର ସ୍ପଷ୍ଟ କରିଥିବାବେଳେ ଏବେ ଏହା ଦିଲ୍ଲୀ ସମେତ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡକୁ ବ୍ୟାପିଛି। ଫଳରେ ବହୁସଂଖ୍ୟାରେ ଦେଶୀ ଓ ବିଦେଶୀ ପକ୍ଷୀ ପ୍ରତିଦିନ ପ୍ରାଣ ହରାଉଛନ୍ତି। ଭୋପାଳ ଲାବରେଟୋରୀକୁ ଦିଲ୍ଲୀରୁ ପଠାଯାଇଥିବା ନମୁନାଗୁଡ଼ିକ ବାର୍ଡ ଫ୍ଲୁ ପଜିଟିଭ୍‌ ଜଣାପଡ଼ିଛି। ହରିୟାଣାରେ ସର୍ବାଧିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ମୃତ୍ୟୁ ହେଲାଣି। ଜମ୍ମୁ-କଶ୍ମୀର ଓ ଛତିଶଗଡ଼କୁ ମଧ୍ୟ ଆଲର୍ଟରେ ରଖାଯାଇଛି।
ଦିଲ୍ଲୀ ସରକାର ପକ୍ଷୀ ଆମଦାନୀକୁ ନିଷିଦ୍ଧ କରିଥିବାବେଳେ ଗାଜିପୁରରେ ଥିବା ସର୍ବବୃହତ୍‌ ପଲ୍‌ଟ୍ରି ହୋଲ୍‌ସେଲ୍‌ ବଜାରକୁ ସାମୟିକ ଭାବେ ବନ୍ଦ କରିଦିଆଯିବାରୁ ୨.୫ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟର ବାର୍ଡ ଫ୍ଳୁ ସ୍ଥିତିର ସମୀକ୍ଷା କରିଛନ୍ତି। ଦୁଇଦିନରେ ମହାରାଷ୍ଟ୍ରର ପର୍‌ଭାନିରେ ୮୦୦ କୁକୁଡ଼ା ମଲେଣି। ଫ୍ଲୁ ବ୍ୟାପିଥିବା ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ଜାରି ରହିଛି। ସେହିପରି କେରଳରେ ୧୨ ହଜାର ବତକ ଫ୍ଲୁରେ ମରିବା ପରେ ସେଠାରେ ହଜାର ହଜାର ପକ୍ଷୀଙ୍କୁ ମାରିଦିଆଗଲାଣି। ହରିୟାଣାରେ ୧.୬ ଲକ୍ଷରୁ ଅଧିକ ପକ୍ଷୀଙ୍କୁ ମରାଯାଇଛି।

ମଣିଷ ସଂକ୍ରମିତ ହେବାର ରିପୋର୍ଟ ନାହିଁ: ଗିରିରାଜ

ବାର୍ଡ ଫ୍ଲୁ ମଣିଷ ଶରୀରକୁ ସଂକ୍ରମିତ ହେବାର କୌଣସି ବିଜ୍ଞାନସମ୍ମତ ରିପୋର୍ଟ ନ ଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ତେଣୁ ଚିକେନ୍‌ ବିକ୍ରି ଉପରେ କଟକଣା ନ ଲଗାଇବାକୁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଗ୍ରାହକମାନେ ଭୟ କରିବାର କୌଣସି କାରଣ ନାହିଁ। ପ୍ରୋସେସ୍‌ଡ ଏବଂ ପ୍ୟାକିଂ ଚିକେନ ଆମଦାନୀ ଓ ବିକ୍ରି ଉପରେ ଦିଲ୍ଲୀ ସରକାର କଟକଣା ଲଗାଇବା ପରେ ଗିରିରାଜ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri