ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍‌

ମୁମ୍ବାଇ: ବଡ ପରଦାରେ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍ । କପିଲଙ୍କ ପପୁଲାରିଟି କେବଳ ଦେଶ କାହିଁକି ବିଦେଶରେ ବି ରହିଛି । ଲୋକଙ୍କ ମଧ୍ୟରେ ତାଙ୍କର ପପୁଲାରିଟିକୁ ଦେଖି ଏବେ ମେକର୍ସ ତାଙ୍କର ବାୟୋପିକ୍ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ପ୍ରଯୋଜକ ମହାବୀର ଜୈନ ଶୁକ୍ରବାର ଲାଇକା ପ୍ରଡକଶନ ଦ୍ୱାରା କପିଲଙ୍କ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ଟାଇଟଲ ରହିଛି, ‘ଫନକାର’ । ଏହାର ନିର୍ଦ୍ଦେଶନା ‘ଫୁକରେ’ ଫେମ ମ୍ରିଗଦ୍ୱୀପ ସିଂ ଲାମ୍ବା କରିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ କହିଛନ୍ତି କୋଟି କୋଟି ଲୋକଙ୍କ ପସନ୍ଦର କମେଡିଆନ୍ କପିଲ ଶର୍ମାଙ୍କ ଜୀବନିର ଅନଟୋଲ୍ଡ ଷ୍ଟୋରିକୁ ବଡ ପରଦାରେ ଦେଖାଇବାକୁ ଆମେ ପ୍ରୟାସ କରିବୁ । ପଞ୍ଜାବର ଅମୃତସରରେ ଜନ୍ମ ନେଇଥିବା କପିଲଙ୍କର ରହିଛି ଲମ୍ବା ଲାଇଫ୍ ଜର୍ଣ୍ଣି । କପିଲ ପ୍ରଥମେ ‘ ଦ ଗ୍ରେଟ ଇଣ୍ଡିଆନ୍ ଲାପ୍ଟର ଚ୍ୟାଲେଞ୍ଜ’ ଜିତିବା ପରେ ‘କମେଡି ସର୍କସ’ରେ ନଜର ଆସିଥିଲେ । ଏହାପରେ ସେ ତାଙ୍କର ଏକ ନିଜସ୍ୱ ଶୋ’ ‘ଦ କପିଲ ଶର୍ମା ଶୋ’ ଆରମ୍ଭ କରଥିଲେ । ଯାହା ଆଜି ବେଶ୍ ଲୋକପ୍ରିୟ ହୋଇଛି । ଏହାସହ ବଲିଉଡରେ ବି ଏଣ୍ଟ୍ରି କରିସାରିଛନ୍ତି କପିଲ । କିସ କିସ କୋ ପ୍ୟାର କରୁ ଓ ଫିରଙ୍ଗିରେ କପିଲଙ୍କ ଅଭିନୟ ଦେଖିବାକୁ ମିଳିଛି । ଏବେ ବଡ ପରଦାରେ କପିଲଙ୍କ ବାୟୋପିକ୍ ଦେଖିବାକୁ ଦର୍ଶକେ ନିଶ୍ଚିତ ଭାବେ ଅପେକ୍ଷା ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri