ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍‌

ମୁମ୍ବାଇ: ବଡ ପରଦାରେ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ବାୟୋପିକ୍ । କପିଲଙ୍କ ପପୁଲାରିଟି କେବଳ ଦେଶ କାହିଁକି ବିଦେଶରେ ବି ରହିଛି । ଲୋକଙ୍କ ମଧ୍ୟରେ ତାଙ୍କର ପପୁଲାରିଟିକୁ ଦେଖି ଏବେ ମେକର୍ସ ତାଙ୍କର ବାୟୋପିକ୍ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ପ୍ରଯୋଜକ ମହାବୀର ଜୈନ ଶୁକ୍ରବାର ଲାଇକା ପ୍ରଡକଶନ ଦ୍ୱାରା କପିଲଙ୍କ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ଟାଇଟଲ ରହିଛି, ‘ଫନକାର’ । ଏହାର ନିର୍ଦ୍ଦେଶନା ‘ଫୁକରେ’ ଫେମ ମ୍ରିଗଦ୍ୱୀପ ସିଂ ଲାମ୍ବା କରିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ କହିଛନ୍ତି କୋଟି କୋଟି ଲୋକଙ୍କ ପସନ୍ଦର କମେଡିଆନ୍ କପିଲ ଶର୍ମାଙ୍କ ଜୀବନିର ଅନଟୋଲ୍ଡ ଷ୍ଟୋରିକୁ ବଡ ପରଦାରେ ଦେଖାଇବାକୁ ଆମେ ପ୍ରୟାସ କରିବୁ । ପଞ୍ଜାବର ଅମୃତସରରେ ଜନ୍ମ ନେଇଥିବା କପିଲଙ୍କର ରହିଛି ଲମ୍ବା ଲାଇଫ୍ ଜର୍ଣ୍ଣି । କପିଲ ପ୍ରଥମେ ‘ ଦ ଗ୍ରେଟ ଇଣ୍ଡିଆନ୍ ଲାପ୍ଟର ଚ୍ୟାଲେଞ୍ଜ’ ଜିତିବା ପରେ ‘କମେଡି ସର୍କସ’ରେ ନଜର ଆସିଥିଲେ । ଏହାପରେ ସେ ତାଙ୍କର ଏକ ନିଜସ୍ୱ ଶୋ’ ‘ଦ କପିଲ ଶର୍ମା ଶୋ’ ଆରମ୍ଭ କରଥିଲେ । ଯାହା ଆଜି ବେଶ୍ ଲୋକପ୍ରିୟ ହୋଇଛି । ଏହାସହ ବଲିଉଡରେ ବି ଏଣ୍ଟ୍ରି କରିସାରିଛନ୍ତି କପିଲ । କିସ କିସ କୋ ପ୍ୟାର କରୁ ଓ ଫିରଙ୍ଗିରେ କପିଲଙ୍କ ଅଭିନୟ ଦେଖିବାକୁ ମିଳିଛି । ଏବେ ବଡ ପରଦାରେ କପିଲଙ୍କ ବାୟୋପିକ୍ ଦେଖିବାକୁ ଦର୍ଶକେ ନିଶ୍ଚିତ ଭାବେ ଅପେକ୍ଷା ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ

ମୁମ୍ବାଇ,୭।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ ହୋଇଛି। ଏ ନେଇ ଅଭିନେତା ଶେଖର ସୁମନ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଶେଖର...

ନବାଗତା ଅମ୍ରିତା

ଆଉ ଜଣେ ବଙ୍ଗୀୟ ସୁନ୍ଦରୀ ଓଡ଼ିଆ ସିନେମାରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସେ ହେଲେ ଅମ୍ରିତା। ତାଙ୍କୁ ଏଭଳି ବ୍ରେକ୍‌ ଦେଇଛନ୍ତି ପ୍ରଯୋଜକ...

୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍‌: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ...

ସଲମାନଙ୍କ ଭାଇ ସୋହେଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ: ଘରୁ ପଳାଇ ଯାଇ ଆର୍ଯ୍ୟ ସମାଜ ମନ୍ଦିରରେ..

ବମ୍ବେ: ବଲିଉଡ୍‌ ଅଭିନେତା ସୋହେଲ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ।...

ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଦେଶୀ ଗର୍ଲଙ୍କ ଭାଇ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଏମିତି ଏକ ପୋଷ୍ଟ କରିଛନ୍ତି...

ପ୍ରଥମଥର ଜାହ୍ନବୀଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବରୁଣ

ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମଥର ଲାଗି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଫିଲ୍ମ ‘ବୱାଲ’ ଜରିଆରେ...

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି।...

Advertisement
Archives

Model This Week