ଜୈବ ବିବିଧତା ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ୧୫ ତାରିଖରୁ ଜାତୀୟଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ୬୭୨ ବର୍ଗ କି.ମି. ଏହି ଅଞ୍ଚଳ ଲୁଣା ଓ ମଧୁର ଜଳର ସମ୍ମିଶ୍ରଣରେ ସୃଷ୍ଟି ହୋଇଥିବା ହେନ୍ତାଳବଣ ବାହାରୁ ଆସୁଥିବା ଲୋକଙ୍କ ଆକର୍ଷଣ ସାଜିଛି। ଲୁଣା କୁମ୍ଭୀର, ବଗଗହଣ, ବିରଳ ପ୍ରଜାତିର ଅଲିଭରିଡ୍‌ଲେ, ଦାଗଯୁକ୍ତ ହରିଣ, ଶମ୍ବର, ବାର୍‌ହା, ଶିଆଳ, ଜଙ୍ଗଲି ବିଲେଇ, ଚିତା ବିଲେଇ, ହାଇନା, ନେଉଳ, ଓଧଠାରୁ ଆରମ୍ଭ କରି ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର, ସରୀସୃପ ଦିବାଲୋକରେ ମନ ମୋହୁଛନ୍ତି।
ଭିତରକନିକା ଇକୋ ରିଟ୍ରିଟ୍‌ ସମ୍ପର୍କରେ କଲିକତାରୁ ଆସିଥିବା ପର୍ଯ୍ୟଟକ ପୂର୍ଣ୍ଣ ସମ୍ଭବା ଗୋସ୍ବାମୀ କୁହନ୍ତି, ଏହି ଅଞ୍ଚଳ ପ୍ରାକୃତିକ ପରିବେଶର ଗନ୍ତାଘର। ପେଣ୍ଠ, ସାତଭାୟା, ବରୁଣେଇ ବେଳାଭୂମିରେ ଚିକ୍‌ମିକ ବାଲି, ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରାଜି ସହ ହେନ୍ତାଳ ବଣ, ବହିରାଗତ ପକ୍ଷୀଙ୍କ ସମାବେଶ, ନଦୀର ଦୁଇ ପଠା ଅଞ୍ଚଳରେ ଲୁଣା କୁମ୍ଭୀର, ନାଲି କଙ୍କଡା, ବିଭିନ୍ନ ପ୍ରକାର ମାଛ ଆଦି ଦେଖିବା ପରେ ମନ ଉତ୍‌ଫୁଲ୍ଲିତ ହେଉଛି। ଏହାର ଫଟୋ ଉଠାଇ ମଜା ନେଉଛୁ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଏହି ଅଞ୍ଚଳ କନିକା ରାଜାଙ୍କ ଅଧୀନରେ ଥାଇ ବନ୍ୟଜନ୍ତୁ ଶିକାରସ୍ଥଳ ଭାବେ ପରିଚିତ ଥିଲା। ୧୯୫୨ ମସିହା ଜମିଦାରି ଉଚ୍ଛେଦ ପରେ ଏହି ଅଞ୍ଚଳକୁ ରାଜ୍ୟ ବନ୍ୟ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୧୯୭୫ରେ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ୟୁଏନ୍‌ଡିପିର ମୁଖ୍ୟ ପରାମର୍ଶଦାତା ଡ. ବଷ୍ଟାର୍ଡ ଭିତରକନିକାରେ ପ୍ରସିଦ୍ଧ ଲୁଣା କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରକଳ୍ପ ସମୟରେ ବିରଳ ପ୍ରଜାତିର ଅଲିଭରିଡ୍‌ଲେ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ପ୍ରଜନନ ପାଇଁ ଆସୁଥିବା ଅନୁଧ୍ୟାନ କରିଥିଲେ। ତାଙ୍କ ପ୍ରସ୍ତାବକ୍ରମେ ୧୯୯୭ରେ ବଙ୍ଗୋପସାଗରର ଏହି ୧୪୫ ବର୍ଗ କି.ମି. ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘୋଷଣା ହେଲା। ୧୯୯୮ସେପ୍ଟେମ୍ବର ୧୬ରେ ଭିତରକନିକାକୁ ଜାତୀୟଉଦ୍ୟାନର ମାନ୍ୟତା ମିଳିଛି। ପ୍ରାକୃତିକ ପରିବେଶ ସହ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲଫିନ ଆଦି ସାମୁଦ୍ରିକ ପ୍ରାଣୀ ଦେଖିବାକୁ ମିଳୁଛନ୍ତି। ଇକୋ ରିଟ୍ରିଟ୍‌ ସମ୍ପର୍କରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ କୁହନ୍ତି, ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଭିତରକନିକାକୁ ଜାଣିବା ପାଇଁ ବିଶ୍ୱବାସୀଙ୍କୁ ଆହ୍ବାନ ଦେଇଛି। ଏହାଦ୍ୱାରା ଭିତରକନିକାର ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ। ରହଣି ଓ ଭ୍ରମଣ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜରେ ୩ ତାରକା ହୋଟେଲର ସମସ୍ତ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଅସୁବିଧା ନାହିଁ। ଦିନରେ ଭିତରକନିକାର ନୈସର୍ଗିକ ଶୋଭା ପର୍ଯ୍ୟଟକ ଉପଭୋଗ କରୁଛନ୍ତି। ସେହିପରି ଇକୋ ରିଟ୍ରିଟ୍‌ ସ୍ଥଳରେ ସ୍ବୟଂ ସହାହିକା ଗୋଷ୍ଠୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଷ୍ଟଲରେ ବ୍ୟବସାୟ ଚାଲିଛି। କୋଭିଡ୍‌-୧୯ ସଂକ୍ରମଣ ନିୟମ ମଧ୍ୟରେ ଇକୋ ରିଟ୍ରିଟ୍‌ ଏହି ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିଛି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଜାତୀୟଉଦ୍ୟାନ ଭିତରକନିକାର ଅନ୍ତର୍ଜାତୀୟସ୍ତରରେ ସୁନାମ ଅଛି। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବର୍ଷ ସାରା ଭିଡ ହୋଇଥାଏ। ଇକୋ ରିଟ୍ରିଟ୍‌ ସ୍ଥଳ ବ୍ୟତୀତ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ଟି ସ୍ଥାନରେ ପାନ୍ଥଶାଳା ଓ ଯାତ୍ରୀନିବାସ ଅଛି। ଇକୋ ରିଟ୍ରିଟ୍‌ ଦେଶବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ପ୍ରତି ଆକର୍ଷିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri