ଜୈବ ବିବିଧତା ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ୧୫ ତାରିଖରୁ ଜାତୀୟଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ୬୭୨ ବର୍ଗ କି.ମି. ଏହି ଅଞ୍ଚଳ ଲୁଣା ଓ ମଧୁର ଜଳର ସମ୍ମିଶ୍ରଣରେ ସୃଷ୍ଟି ହୋଇଥିବା ହେନ୍ତାଳବଣ ବାହାରୁ ଆସୁଥିବା ଲୋକଙ୍କ ଆକର୍ଷଣ ସାଜିଛି। ଲୁଣା କୁମ୍ଭୀର, ବଗଗହଣ, ବିରଳ ପ୍ରଜାତିର ଅଲିଭରିଡ୍‌ଲେ, ଦାଗଯୁକ୍ତ ହରିଣ, ଶମ୍ବର, ବାର୍‌ହା, ଶିଆଳ, ଜଙ୍ଗଲି ବିଲେଇ, ଚିତା ବିଲେଇ, ହାଇନା, ନେଉଳ, ଓଧଠାରୁ ଆରମ୍ଭ କରି ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର, ସରୀସୃପ ଦିବାଲୋକରେ ମନ ମୋହୁଛନ୍ତି।
ଭିତରକନିକା ଇକୋ ରିଟ୍ରିଟ୍‌ ସମ୍ପର୍କରେ କଲିକତାରୁ ଆସିଥିବା ପର୍ଯ୍ୟଟକ ପୂର୍ଣ୍ଣ ସମ୍ଭବା ଗୋସ୍ବାମୀ କୁହନ୍ତି, ଏହି ଅଞ୍ଚଳ ପ୍ରାକୃତିକ ପରିବେଶର ଗନ୍ତାଘର। ପେଣ୍ଠ, ସାତଭାୟା, ବରୁଣେଇ ବେଳାଭୂମିରେ ଚିକ୍‌ମିକ ବାଲି, ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷରାଜି ସହ ହେନ୍ତାଳ ବଣ, ବହିରାଗତ ପକ୍ଷୀଙ୍କ ସମାବେଶ, ନଦୀର ଦୁଇ ପଠା ଅଞ୍ଚଳରେ ଲୁଣା କୁମ୍ଭୀର, ନାଲି କଙ୍କଡା, ବିଭିନ୍ନ ପ୍ରକାର ମାଛ ଆଦି ଦେଖିବା ପରେ ମନ ଉତ୍‌ଫୁଲ୍ଲିତ ହେଉଛି। ଏହାର ଫଟୋ ଉଠାଇ ମଜା ନେଉଛୁ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଏହି ଅଞ୍ଚଳ କନିକା ରାଜାଙ୍କ ଅଧୀନରେ ଥାଇ ବନ୍ୟଜନ୍ତୁ ଶିକାରସ୍ଥଳ ଭାବେ ପରିଚିତ ଥିଲା। ୧୯୫୨ ମସିହା ଜମିଦାରି ଉଚ୍ଛେଦ ପରେ ଏହି ଅଞ୍ଚଳକୁ ରାଜ୍ୟ ବନ୍ୟ ବିଭାଗକୁ ହସ୍ତାନ୍ତର ହୋଇଥିଲା। ୧୯୭୫ରେ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ୟୁଏନ୍‌ଡିପିର ମୁଖ୍ୟ ପରାମର୍ଶଦାତା ଡ. ବଷ୍ଟାର୍ଡ ଭିତରକନିକାରେ ପ୍ରସିଦ୍ଧ ଲୁଣା କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରକଳ୍ପ ସମୟରେ ବିରଳ ପ୍ରଜାତିର ଅଲିଭରିଡ୍‌ଲେ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ପ୍ରଜନନ ପାଇଁ ଆସୁଥିବା ଅନୁଧ୍ୟାନ କରିଥିଲେ। ତାଙ୍କ ପ୍ରସ୍ତାବକ୍ରମେ ୧୯୯୭ରେ ବଙ୍ଗୋପସାଗରର ଏହି ୧୪୫ ବର୍ଗ କି.ମି. ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଘୋଷଣା ହେଲା। ୧୯୯୮ସେପ୍ଟେମ୍ବର ୧୬ରେ ଭିତରକନିକାକୁ ଜାତୀୟଉଦ୍ୟାନର ମାନ୍ୟତା ମିଳିଛି। ପ୍ରାକୃତିକ ପରିବେଶ ସହ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲଫିନ ଆଦି ସାମୁଦ୍ରିକ ପ୍ରାଣୀ ଦେଖିବାକୁ ମିଳୁଛନ୍ତି। ଇକୋ ରିଟ୍ରିଟ୍‌ ସମ୍ପର୍କରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ କୁହନ୍ତି, ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସ ଭିତରକନିକାକୁ ଜାଣିବା ପାଇଁ ବିଶ୍ୱବାସୀଙ୍କୁ ଆହ୍ବାନ ଦେଇଛି। ଏହାଦ୍ୱାରା ଭିତରକନିକାର ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ। ରହଣି ଓ ଭ୍ରମଣ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜରେ ୩ ତାରକା ହୋଟେଲର ସମସ୍ତ ବ୍ୟବସ୍ଥା ଥିବାରୁ ପର୍ଯ୍ୟଟକଙ୍କ ଅସୁବିଧା ନାହିଁ। ଦିନରେ ଭିତରକନିକାର ନୈସର୍ଗିକ ଶୋଭା ପର୍ଯ୍ୟଟକ ଉପଭୋଗ କରୁଛନ୍ତି। ସେହିପରି ଇକୋ ରିଟ୍ରିଟ୍‌ ସ୍ଥଳରେ ସ୍ବୟଂ ସହାହିକା ଗୋଷ୍ଠୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଷ୍ଟଲରେ ବ୍ୟବସାୟ ଚାଲିଛି। କୋଭିଡ୍‌-୧୯ ସଂକ୍ରମଣ ନିୟମ ମଧ୍ୟରେ ଇକୋ ରିଟ୍ରିଟ୍‌ ଏହି ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିଛି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଜାତୀୟଉଦ୍ୟାନ ଭିତରକନିକାର ଅନ୍ତର୍ଜାତୀୟସ୍ତରରେ ସୁନାମ ଅଛି। ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ବର୍ଷ ସାରା ଭିଡ ହୋଇଥାଏ। ଇକୋ ରିଟ୍ରିଟ୍‌ ସ୍ଥଳ ବ୍ୟତୀତ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ଟି ସ୍ଥାନରେ ପାନ୍ଥଶାଳା ଓ ଯାତ୍ରୀନିବାସ ଅଛି। ଇକୋ ରିଟ୍ରିଟ୍‌ ଦେଶବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ପ୍ରତି ଆକର୍ଷିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri