ଟୁଇଟର ଡିଲ୍‌ ପଛରେ ବିନିତା

ଓ୍ବାଶିଂଟନ୍‌, ୧୧ା୫: ଟେସ୍‌ଲା ସିଇଓ ଏଲନ୍‌ ମସ୍କ ଟୁଇଟର କିଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏବେ ଏଥିରେ ଆଉ ଏକ ଖବର ଆଲୋଚନାକୁ ଆସିଛି। ଟୁଇଟମର ଡିଲ୍‌ରେ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌ର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍‌ଙ୍କ ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ମସ୍କ ୭.୧ ବିଲିୟନ ଡଲାର ଫାଇନାନ୍ସ କମିଟମେଣ୍ଟ (ପାଣ୍ଠି ଯୋଗାଣ ପ୍ରତିଶ୍ରୁତି) କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ଦେବ ବୋଲି ରାଜି ହୋଇଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ରହିଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍‌କୁ ଫଣ୍ଡିଂ ପାଇଁ ବିନିତାଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି। ମସ୍କ ଟୁଇଟର କ୍ରୟ କରିବା ପରେ ବିନିତାଙ୍କୁ ଟୁଇଟରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଅପରପକ୍ଷେ ଟୁଇଟର ଓ ଫେସ୍‌ବୁକ୍‌ ପରସ୍ପରର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ଏହି ଫାର୍ମ ମେଟାକୁ ମଧ୍ୟ ବିପୁଳ ମାତ୍ରାରେ ପାଣ୍ଠି ଯୋଗାଣ କରିଛି। ଫାର୍ମ ସହ-ପ୍ରତିଷ୍ଠାତା ବେନ୍‌ ହୋରୋଓ୍ବିଜ୍‌ ନିକଟରେ ମସ୍କଙ୍କୁ ପ୍ରଶଂସା କରିବା ସହ ଟୁଇଟରକୁ ଆଶା ଅନୁଯାୟୀ ସଫଳତାର ଶୀର୍ଷକୁ ନେବାରେ ଟେସ୍‌ଲା ସିଇଓଙ୍କ ନିକଟରେ ସାହସ ଓ ଦକ୍ଷତା ଥିବା ଟୁଇଟ କରିଥିଲେ। ଏହାଦ୍ୱାରା ଏକ ବଡ଼ ଧରଣର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ (ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ) ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
ବିନିତା ଅଗ୍ରଓ୍ବାଲ କିଏ
ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍‌ଥ କେୟାର ସେକ୍ଟରରେ କାର୍ଯ୍ୟରତ ଥିଲେ। ସେ ଜଣେ ଫିଜିସିଆନ୍‌ ସହ ହେଲ୍‌ଥଟେକ୍‌ ଷ୍ଟାର୍ଟଅପ୍‌ ପରିଚାଳକ ଥିଲେ। ଗୁଗଲ ଭେଞ୍ଚର ଲାଇଫ୍‌ ସାଇନ୍ସ ଟିମ୍‌ରେ ଜଣେ ଭେଞ୍ଚର ଇନ୍‌ଭେଷ୍ଟର ରହିଛନ୍ତି। କିରୁସ୍‌ରେ ଜଣେ ଡାଟା ସାଇଣ୍ଟିଷ୍ଟ ଭାବେ ସେ କାମ କରିବା ସହ ମ୍ୟାକ୍‌କିଞ୍ଜି ଆଣ୍ଡ୍‌ କୋ. ସଂସ୍ଥାରେ ବାୟୋଟେକ୍‌, ଫାର୍ମାସ୍ୟୁଟିକାଲ, ମେଡିକାଲ ଡିଭାଇସ୍‌ କ୍ଲାଇଣ୍ଟଙ୍କ ପାଇଁ ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ଫ୍ଲାଟିରନ୍‌ ହେଲ୍‌ଥରେ ସେ ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡିରେକ୍ଟର ମଧ୍ୟ ରହିଛନ୍ତି। ବିନିତା ବୋର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମ୍‌ଆଇଟି ଏବଂ ହାଭାର୍ଡରୁ କମ୍ପ୍ୟୁଟେଶନାଲ ବାୟୋଲୋଜି ଓ ହ୍ୟୁମାନ୍‌ ଜେନେଟିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଣ୍ଡ୍ରେସେନ୍‌ ହୋରୋଓ୍ବିଜ୍‌ରେ ଜେନେରାଲ ପାର୍ଟନର ଭାବେ ସେ ଫାର୍ମର ବାୟୋ ଏବଂ ହେଲ୍‌ଥ ଫଣ୍ଡ ପାଇଁ ପୁଞ୍ଜି ବିନିଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଏହାବାଦ୍‌ ବିନିତା ବିଗ୍‌ହ୍ୟାଟ୍‌ ବାୟୋସାଇନ୍ସ, ଜିସି ଥେରାପିଟିକ୍ସ, ମେମୋରା ହେଲ୍‌ଥ, ଥାଇମି କେୟାର, ପର୍ଲ ହେଲ୍‌ଥ ଏବଂ ଓ୍ବେମାର୍କ କମ୍ପାନୀରେ ବୋର୍ଡ ସଦସ୍ୟ ରହିଛନ୍ତି। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?