ଟୁଇଟର ଡିଲ୍‌ ପଛରେ ବିନିତା

ଓ୍ବାଶିଂଟନ୍‌, ୧୧ା୫: ଟେସ୍‌ଲା ସିଇଓ ଏଲନ୍‌ ମସ୍କ ଟୁଇଟର କିଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏବେ ଏଥିରେ ଆଉ ଏକ ଖବର ଆଲୋଚନାକୁ ଆସିଛି। ଟୁଇଟମର ଡିଲ୍‌ରେ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌ର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ବିନିତା ଅଗ୍ରଓ୍ବାଲ୍‌ଙ୍କ ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ମସ୍କ ୭.୧ ବିଲିୟନ ଡଲାର ଫାଇନାନ୍ସ କମିଟମେଣ୍ଟ (ପାଣ୍ଠି ଯୋଗାଣ ପ୍ରତିଶ୍ରୁତି) କରିଥିବାବେଳେ ସେଥିରୁ ୪୦ କୋଟି ଡଲାର କେବଳ ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ ନାମକ ଆମେରିକୀୟ ଭେଞ୍ଚର କ୍ୟାପିଟାଲ ଫାର୍ମ ଦେବ ବୋଲି ରାଜି ହୋଇଛି। ୩୫ ବର୍ଷୀୟା ବିନିତା ଏହି ଫାର୍ମର ଜେନେରାଲ ପାର୍ଟନର ରହିଛନ୍ତି। ତେଣୁ ମସ୍କଙ୍କ ଏହି ଡିଲ୍‌କୁ ଫଣ୍ଡିଂ ପାଇଁ ବିନିତାଙ୍କ ପ୍ରମୁଖ ଭୂମିକା ଥିବା କୁହାଯାଉଛି। ମସ୍କ ଟୁଇଟର କ୍ରୟ କରିବା ପରେ ବିନିତାଙ୍କୁ ଟୁଇଟରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଅପରପକ୍ଷେ ଟୁଇଟର ଓ ଫେସ୍‌ବୁକ୍‌ ପରସ୍ପରର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାବେଳେ ଏହି ଫାର୍ମ ମେଟାକୁ ମଧ୍ୟ ବିପୁଳ ମାତ୍ରାରେ ପାଣ୍ଠି ଯୋଗାଣ କରିଛି। ଫାର୍ମ ସହ-ପ୍ରତିଷ୍ଠାତା ବେନ୍‌ ହୋରୋଓ୍ବିଜ୍‌ ନିକଟରେ ମସ୍କଙ୍କୁ ପ୍ରଶଂସା କରିବା ସହ ଟୁଇଟରକୁ ଆଶା ଅନୁଯାୟୀ ସଫଳତାର ଶୀର୍ଷକୁ ନେବାରେ ଟେସ୍‌ଲା ସିଇଓଙ୍କ ନିକଟରେ ସାହସ ଓ ଦକ୍ଷତା ଥିବା ଟୁଇଟ କରିଥିଲେ। ଏହାଦ୍ୱାରା ଏକ ବଡ଼ ଧରଣର କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ (ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ) ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।
ବିନିତା ଅଗ୍ରଓ୍ବାଲ କିଏ
ଆଣ୍ଡ୍ରିସେନ୍‌ ହୋରୋଓ୍ବିଜ୍‌ରେ କାମ କରିବା ପୂର୍ବରୁ ଭାରତୀୟ-ଆମେରିକୀୟ ବିନିତା ଅଗ୍ରଓ୍ବାଲ ହେଲ୍‌ଥ କେୟାର ସେକ୍ଟରରେ କାର୍ଯ୍ୟରତ ଥିଲେ। ସେ ଜଣେ ଫିଜିସିଆନ୍‌ ସହ ହେଲ୍‌ଥଟେକ୍‌ ଷ୍ଟାର୍ଟଅପ୍‌ ପରିଚାଳକ ଥିଲେ। ଗୁଗଲ ଭେଞ୍ଚର ଲାଇଫ୍‌ ସାଇନ୍ସ ଟିମ୍‌ରେ ଜଣେ ଭେଞ୍ଚର ଇନ୍‌ଭେଷ୍ଟର ରହିଛନ୍ତି। କିରୁସ୍‌ରେ ଜଣେ ଡାଟା ସାଇଣ୍ଟିଷ୍ଟ ଭାବେ ସେ କାମ କରିବା ସହ ମ୍ୟାକ୍‌କିଞ୍ଜି ଆଣ୍ଡ୍‌ କୋ. ସଂସ୍ଥାରେ ବାୟୋଟେକ୍‌, ଫାର୍ମାସ୍ୟୁଟିକାଲ, ମେଡିକାଲ ଡିଭାଇସ୍‌ କ୍ଲାଇଣ୍ଟଙ୍କ ପାଇଁ ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ଫ୍ଲାଟିରନ୍‌ ହେଲ୍‌ଥରେ ସେ ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡିରେକ୍ଟର ମଧ୍ୟ ରହିଛନ୍ତି। ବିନିତା ବୋର୍ଡ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମ୍‌ଆଇଟି ଏବଂ ହାଭାର୍ଡରୁ କମ୍ପ୍ୟୁଟେଶନାଲ ବାୟୋଲୋଜି ଓ ହ୍ୟୁମାନ୍‌ ଜେନେଟିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଣ୍ଡ୍ରେସେନ୍‌ ହୋରୋଓ୍ବିଜ୍‌ରେ ଜେନେରାଲ ପାର୍ଟନର ଭାବେ ସେ ଫାର୍ମର ବାୟୋ ଏବଂ ହେଲ୍‌ଥ ଫଣ୍ଡ ପାଇଁ ପୁଞ୍ଜି ବିନିଯୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଏହାବାଦ୍‌ ବିନିତା ବିଗ୍‌ହ୍ୟାଟ୍‌ ବାୟୋସାଇନ୍ସ, ଜିସି ଥେରାପିଟିକ୍ସ, ମେମୋରା ହେଲ୍‌ଥ, ଥାଇମି କେୟାର, ପର୍ଲ ହେଲ୍‌ଥ ଏବଂ ଓ୍ବେମାର୍କ କମ୍ପାନୀରେ ବୋର୍ଡ ସଦସ୍ୟ ରହିଛନ୍ତି। ୨୦୧୬ରେ ବିନିତା ତାଙ୍କ ଦୀର୍ଘଦିନର ପ୍ରେମିକ ପରାଗ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ବିରୋଧ ପ୍ରଦର୍ଶନ କଲେ ଗିରଫ ହେବ’

ଇସଲାମାବାଦ,୬ା୨: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ସୋମବାର ଇମ୍ରାନ ଖାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇମ୍ରାନ ପୁଣିଥରେ ସରକାର ବିରୋଧୀ  ପ୍ରଦର୍ଶନ ଆରମ୍ଭ...

୨ଲକ୍ଷ ସୈନ୍ୟଙ୍କୁ ନେଇ କ୍ୱିଭ୍‌ ଆକ୍ରମଣ ପାଇଁ ପ୍ରସ୍ତୁତ ପୁଟିନ୍‌: ନୂଆ କଟକଣା ଲଗାଇଲା ଇୟୁ

କ୍ୱିଭ୍‌,୧୬।୧୨: ଗତ ୧୦ମାସରୁ ଊର୍ଦ୍ଧ୍ୱ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଅଧିକ...

ଗିରଫ ହେଲେ ମରିୟମ

ଇସଲାମାବାଦ,୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଗୁରୁବାର ଗିରଫ କରାଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ତାଙ୍କୁ...

ଟେକ୍ସାସ୍‌ ଡେଏରି ଫାର୍ମରେ ବିସ୍ଫୋରଣ: ୧୮ ହଜାର ଗୋରୁ ମୃତ

ଟେକ୍ସାସ୍‌, ୧୪ା୪: ଆମେରିକା ଟେକ୍ସାସର ଡିମିଟ ସହରରେ ଥିବା ଡେଏରି ଫାର୍ମରେ ସୋମବାର ବିସ୍ଫୋରଣ ଘଟି ୧୮,୦୦୦ ଗୋରୁଙ୍କ ମୃତ୍ୟୁ ଘଟିଛି। ଡେଏରି ଫାର୍ମରେ ଲାଗିଥିବା...

ଝିଅମାନେ ପିଲାଦିନେ ସକ୍ରିୟ ରହିଲେ ଯୁବାବସ୍ଥାରେ ଫୁସଫୁସ ସୁସ୍ଥ ରହେ

ମାଦ୍ରିଦ: ପିଲାବେଳେ ଝିଅମାନେ ସକ୍ରିୟ ରହିଲେ ଯୁବାବସ୍ଥାରେ ପୁଅମାନଙ୍କ ତୁଳନାରେ ସେମାନଙ୍କ ଫୁସଫୁସ ସୁସ୍ଥ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏ ସମ୍ବନ୍ଧିତ...

ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ, ପୋଲିସ ଅଧିକାରୀ ଆହତ

ୱାଶିଂଟନ,୨୨ ।୧୦: ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି ଚାଳନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଗୁରୁବାରର ଘଟଣା । ଆମେରିକାର ରାଜଧାନୀ...

ଆଫଗାନ ମହିଳାଙ୍କୁ ସମର୍ଥନ କରିବାକୁ ଜାତିସଂଘ ମୁଖ୍ୟଙ୍କ ଆହ୍ବାନ…

ଜେନେଭା,୧୫।୩ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଆଫଗାନିସ୍ତାନ ମହିଳାମାନଙ୍କୁ ସମର୍ଥନ କରିବାକୁ ବିଶ୍ୱକୁ ଅନୁରୋଧ କରିଛନ୍ତି। ଗୁଟେରସ କହିଛନ୍ତି ଯେ ଆଫଗାନିସ୍ତାନର ମହିଳାମାନେ...

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ...

Advertisement
Archives

Model This Week