ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ୍‌

ଢେଙ୍କାନାଳ ଅଫିସ, ୧୩।୭ – ସହରରେ ଘୂରି ବୁଲୁଥିଲେ। ସାମାନ୍ୟ ସୁବିଧା ମିଳିଲେ ମାଷ୍ଟର କି’ ସହାୟତାରେ ଚୋରି କରି ନେଇଯାଉଥିଲେ ବହୁ ମୂଲ୍ୟ ଟଙ୍କାର ବାଇକ୍‌। ଜାଲ୍‌ ନମ୍ବର ପ୍ଲେଟ୍‌ ଲଗାଇ ଏହାକୁ ଶାଗମାଛ ଦରରେ ବିକ୍ରି କରିଦେଉଥିଲେ। ଏଭଳି ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍‌ ସମେତ ୬ଜଣଙ୍କୁ ମଙ୍ଗଳବାର ଗିରଫ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୭ଟି ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ଲାଗି ଉଦ୍ୟମ କରାଯାଉଥିବା ପୋଲିସ କହିଛି।
ଢେଙ୍କାନାଳ ସହରରେ ବାଇକ୍‌ ଚୋରି ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ଗତ ୪ମାସ ମଧ୍ୟରେ ସମାନ ଉପାୟରେ ଅଭିଯୁକ୍ତମାନେ ବାଇକ୍‌ ଉଠାଇ ନେଉଥିବା ବେଳେ ଏହାକୁ ନେଇ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିଲା। ଚୋରି ବାଇକ୍‌ଗୁଡ଼ିକ ଉଦ୍ଧାର କରିବା ଲାଗି ଟାଉନ ଥାନା ପୋଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏ ସମ୍ପର୍କିତ ସୁରାକ୍‌ ମିଳିବା ପରେ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଢେଙ୍କାନାଳ ସହର କାଞ୍ଚନବଜାର ଅଞ୍ଚଳର ଚନ୍ଦନ ସେଠୀ (୧୯), ପରଜଙ୍ଗ ଥାନା କୁଲେଇ ଅଞ୍ଚଳର ମୁଖ୍ୟ ରିସିଭର ଲିଲୁ ଜେନା (୩୮), ଅମରେନ୍ଦ୍ର ଖଟୁଆ(୨୫), ଗୁଲବାସ ସାହୁ (୪୦), ବସୁଲେଇ ଅଞ୍ଚଳର କପିଳ ପରିଡା (୩୦) ଏବଂ କେନ୍ଦୁଝର ଜିଲା ତେଲକୋଇ ଥାନା କରଡ଼ାଙ୍ଗି ଗ୍ରାମର ଦୁଷ୍ମନ୍ତ ସ୍ବାଇଁ (୪୭)ଙ୍କୁ ପୋଲିସ ଗିରଫ କରିଛି। ପରଜଙ୍ଗ ଥାନା କୁଲେଇ ଏବଂ ଗେଙ୍ଗୁଟିଆ ଅଞ୍ଚଳରେ ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
ଅଭିଯୁକ୍ତମାନେ ଦାମୀ ବାଇକ୍‌ ଚୋରି କରିବା ପରେ ମାତ୍ର ୭ରୁ ୯ ହଜାର ଟଙ୍କାରେ ବିକ୍ରି କରିଦେଉଥିଲେ। ଜବତ ହୋଇଥିବା ଅଧିକାଂଶ ବାଇକ୍‌ ନମ୍ବର ବଦଳାଯାଇଛି। କେତେକ ବାଇକ୍‌ର ନମ୍ବର ପ୍ଲେଟ୍‌ ବାହାର କରିଦିଆଯାଇଛି। ପୋଲିସ ଗିରଫଦାରି ଏଡ଼ାଇବାକୁ ଅଭିଯୁକ୍ତମାନେ ଏଭଳି ଉପାୟ ଅବଲମ୍ବନ କରିଥିଲେ। କୌଣସି ସୂତ୍ରରୁ ସୂଚନା ମିଳିବା ପରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି.ଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ବିକାଶ ବେଉରାଙ୍କ ତତ୍ତ୍ୱାବଧାନରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ, ସୌଭାଗ୍ୟ ପାଣି, ସୁଧାକର ମହାନ୍ତି, ଏଏସ୍‌ଆଇ ସୁଶାନ୍ତ ବେହେରା ପ୍ରମୁଖ ଢେଙ୍କାନାଳ, ପରଜଙ୍ଗ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ସୂଚନା ଆଧାରରେ ବାଇକ୍‌ଗୁଡ଼ିକୁ ଜବତ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଟାଉନ୍‌ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ବେଉରା ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ଚନ୍ଦନ ମାଷ୍ଟର କି’ ସହାୟତାରେ ଢେଙ୍କାନାଳ ସହରରୁ ବାଇକ୍‌ଗୁଡ଼ିକ ଚୋରି କରି ପରଜଙ୍ଗ ଅଞ୍ଚଳର ସମ୍ପୃକ୍ତ ଅଭିଯୁକ୍ତଙ୍କ ସହାୟତାରେ ବିକ୍ରି କରିଦେଉଥିଲେ। ତଦନ୍ତ ପରେ ଆହୁରି ଅନେକ ଚୋରି ବାଇକ୍‌ ଜବତ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?