ବାଇକ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଗିରଫ, ୬ ଗାଡି ଜବତ

କୋରାପୁଟ,୧୬।୫(ସ୍ବପ୍ର ): କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲା ଚୋରି ବାଇକ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କୋରାପୁଟ ପୋଲିସ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୋଲିସ। ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ବାଇକ୍‌ ଚୋରି କରୁଥିବା ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବାଇକ୍‌ ଜବତ କରିଛି। କୋରାପୁଟ ସହର ହସ୍ପିଟାଲ ପରିସର ଓ ବିଭିନ୍ନ ଅଞ୍ଚଳରୁ ଅଭିଯୁକ୍ତମାନେ ଚୋରି କରୁଥିବା ନେଇ ମଙ୍ଗଳବାର କୋରାପୁଟ ଟାଉନ ପୁଲିସ ପକ୍ଷରୁ ଏସଡିପିଓ ମନୋଜ ପୂଜାହାରୀ ଓ ଆଇଆଇସି ଧୀରେନ ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେମାନେ ହେଲେ ପୂଜାରୀପୁଟ ଅଞ୍ଚଳର ହେରେକୃଷ୍ଣ ପାଣିଗ୍ରାହୀଙ୍କ ପୁଅ ଅଜିତ କୁମାର ପାଣିଗ୍ରାହୀ(୩୦) ଓ କକନ ବଢେଇଙ୍କ ପୁଅ ଚନ୍ଦନ ବଢେଇ(୨୧)। ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ୪ଟି ଲେଖାଏଁ ଚୋରି, ଡକାୟତି ଓ ଗାଡି ଚୋରି ପରି ମାମଲା ରହିଥିବା ପୋଲିସ କହିଛି। ଆନ୍ତଃଜିଲ୍ଲା ୨ ବାଇକ ଲୁଟେରାଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତି ରହିଛି ସେ ନେଇ ପୋଲିସର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଚନ୍ଦନ ବଢେଇଙ୍କ ନାଁରେ ୪ ଟି ମାମଲା ରହିଥିବା ବେଳେ ଅଜିତ ପାଣିଗ୍ରାହୀ ନାମରେ ମଧ୍ୟ ୪ ଟି ମାମଲା ରହିଥିବା କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି । ମାଥିଲି ଅଞ୍ଚଳର ଧନ ପୂଜାରୀ ନାମକ ବ୍ୟକ୍ତିଙ୍କର ବାଇକ୍‌ଟି କୋରାପୁଟ ମେଡିକାଲ କଲେଜ ହସ୍‌ପିଟାଲରୁ ଚୋରି ହେବା ନେଇ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି କୋରାପୁଟ ସହରର ଏହି ୨ ଜଣଙ୍କୁ ଗିରଫ କରିଛି । ସେମାନେ ଚୋରି ଗାଡିକୁ ଜୟପୁର, ନବରଙ୍ଗପୁର ଜିଲାରେ ବିକ୍ରୟ କରୁଥିଲେ । ତେବେ ସେମାନେ କାହାକୁ କାହାକୁ କେତୋଟି ମୋଟର ସାଇକେଲ ବିକ୍ରୟ କରିଛନ୍ତି, ଏନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରରେ ଅଣାଯାଇ ତଦନ୍ତ କରାଯିବ ବୋଲି ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri