ଖଲ୍ଲିକୋଟରେ ଧରାପଡ଼ିଲା ବାଇକ ଚୋରି ଗ୍ୟାଙ୍ଗ: ୪ ଗିରଫ, ୧୯ ବାଇକ ଜବତ କରି…

ଖଲ୍ଲିକୋଟ,୧ା୭(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ପୋଲିସ ବାଇକ ଚୋରି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଖଲ୍ଲିକୋଟ ଥାନା ଅଞ୍ଚଳରେ ଗତ ୩ ମାସ ମଧ୍ୟରେ ବାଇକଚୋରି ହେଉଥିଲା। ଜୁନ ୧୯ ରେ ସୁରେଶ ଚନ୍ଦ୍ର ରାଉଳଙ୍କ ବାଇକ ଚୋରି ହୋଇଥିଲା। ଏତାଲା ପ୍ରକାରେ ଥାନା କେଶ୍‌ ନଂ. ୫୧୩/୨୦୨୫ ମାମଲାରେ ଖଲ୍ଲିକୋଟ ଥାନା ଏସଆଇ କେଶବ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୯ଟି ବାଇକ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ବାହାଡାପଲ୍ଲୀ ଗ୍ରାମର ଦିଲ୍ଲୀପ ପଲାଇ (୨୭)ଙ୍କୁ ଗିରଫ କରିଥିଲେ। ପରେ ସହଯୋଗି ଆଉ ୩ଜଣ ଗିରଫ ହୋଇଥିଲେ। ଏହି ବାଇକ ଚୋରି ଗ୍ୟାଙ୍ଗ ଖଲ୍ଲିକୋଟ, ବେଗୁନିଆପଡା, କବିସୂର୍ଯ୍ୟନଗର, ଆସିକା, ଶେରଗଡ଼ ଏ ସବୁ ଅଞ୍ଚଳରୁ ଚୋରି କରି କମ ଦାମରେ ବିକ୍ରି କରନ୍ତି। ଏହି ଚୋରି ଗ୍ୟାଙ୍ଗରେ ଆହୁରି କିଛି ସଦସ୍ୟ ଅଛନ୍ତି, ତଦନ୍ତ ଚାଲୁ ରହିଛି। ଆହୁରି କିଛି ବାଇକ ଉଦ୍ଧାର ହେବ ବୋଲି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ବାଇକ ମାଲିକଙ୍କୁ ଗାଡ଼ିଗୁଡିକ ହସ୍ତାନ୍ତର କରାଯାଇଥିଲା।  ଚୋରୀ ବାଇକ ଫେରି ପାଇବା ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ବାଇକ ମାଲିକମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ଖଡିଆଳ କଂଗ୍ରେସର ବିରୋଧ

ଖଡ଼ିଆଳ,୧୪ା୭ (ସୁଜିତ କୁମାର ପ୍ରଧାନ)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନୂଆପଡ଼ା ଜିଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବିରୋଧ...

କାର୍‌-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ପଁର୍ରାପାଟ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ ସଡକ ଦୁର୍ଘଟଣା ଘଟିଛି।...

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ...

ଝାଡାବାନ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର...

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

ପୁଅ ବିବାହ କରିବାକୁ ରାଜି ନ ହେବାରୁ ପ୍ଲାଟଫର୍ମରେ କୀଟନାଶକ ପିଇଦେଲେ  ମା’ବାପା: ପରେ…

ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri