ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଧରାପଡ଼ିଲା

ଭୁବନେଶ୍ୱର(ବ୍ୟୁରୋ)/ଜଟଣୀ, ୧୨ା୮ (ଡି.ଏନ୍‌.ଏ.): ଜଟଣୀ, ଖୋର୍ଦ୍ଧା, ପୁରୀ, ଟାଙ୍ଗୀ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଛିନ୍‌ତାଇ ଓ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍‌ ପୋଲିସ। ଏକ ନମ୍ବରବିହୀନ ଗାଡ଼ିରେ ଯାଇ ଲୋକଙ୍କଠାରୁ ମୋବାଇଲ, ଭ୍ୟାନିଟ୍‌, ଟଙ୍କା ଆଦି ଲୁଟ୍‌ ଓ ବାଇକ୍‌ ଚୋରି କରିଥିବା ୩ ଲୁଟେରାଙ୍କୁ ଧରିଛି ଜଟଣୀ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ଅଧୀନ ତିରିମଲ ଗ୍ରାମର ଗୁଡୁ ଓରଫ ରଘୁନାଥ ସେଠୀ (୨୨), ପିପିଲି ଥାନା ଅଧୀନ ବଡକଣ୍ଟି ଅଞ୍ଚଳର ଜଗନ ଓରଫ ଜଗଦୀଶ ସାମନ୍ତରାୟ (୨୭) ଏବଂ ଜଟଣୀ ଥାନା ବାଲିଛକ ମୁଣ୍ଡିଆସାହି ଅଞ୍ଚଳର ବବଲୁ ଓରଫ ସୟଦ ସୈଫ ଅଲି (୨୭)। ଏମାନଙ୍କଠାରୁ ୩ଟି ମୋବାଇଲ୍‌, ୪ ବାଇକ୍‌ ଜବତ ହୋଇଛି। ଏଥିରେ ଗୋଟିଏ ବାଇକ୍‌ ନମ୍ବରବିହୀନ ରହିଛି। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ.୨୮୦/୨୨) ରୁଜୁକରି ୩ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଗୁଡୁଙ୍କ ନଁାରେ ଜଟଣୀ, ଖୋର୍ଦ୍ଧା ଜିଆର୍‌ପି, ଖୋର୍ଦ୍ଧା, ଭରତପୁର, ଚନ୍ଦକା ଓ ଡେଲାଙ୍ଗ ଥାନାରେ ମୋଟ୍‌ ୮ଟି ମାମଲା ରହିଛି। ସେହିପରି ଜଗନଙ୍କ ନାମରେ ଜଟଣୀ ଓ ପିପିଲି ଥାନାରେ ୪ ଏବଂ ବବଲୁଙ୍କ ନାମରେ ଜଟଣୀ ଓ ଖୋର୍ଦ୍ଧା ଥାନାରେ ୨ଟି ଚୋରି, ଲୁଟ୍‌ ଓ ଅନେକ ଆପରାଧିକ ମାମଲା ରହିଛି। ଅଭିଯୁକ୍ତମାନେ ଅଭ୍ୟାସଗତ ଭାବେ ଅପରାଧରେ ସମ୍ପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁସାରେ କାଯର୍‌ୟାନୁଷ୍ଠାନ ନିଆଯିବାର ପଦକ୍ଷେପ ନିଆଯାଉଛି। ଏଥିସହ ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସାମିଲ ଅଛନ୍ତି ତାହାର ଖୋଲତାଡ଼ କରୁଛି ଜଟଣୀ ପୋଲିସ। ସୂଚନା ମୁତାବକ, ଗତ ୬ ତାରିଖ ସନ୍ଧ୍ୟାରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ରାଜେନ୍ଦ୍ର ବେହେରା ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ଶରତ ପାଇକରାୟ ଖେଳପଡ଼ିଆ ରାସ୍ତାରେ ୩ଜଣ ଯୁବକ ଏକ ବାଇକ୍‌ରେ ଆସି ହଠାତ୍‌ ରାଜେନ୍ଦ୍ରଙ୍କ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ ରାଜେନ୍ଦ୍ରଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଚଳାଇବା ସହ ଉପରୋକ୍ତ ୩ ଲୁଟେରାଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri