Posted inଜାତୀୟ

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ବନ୍ଦ

ନୂଆଦିଲ୍ଲୀ,୨୩।୩ (ପି.ଟି.): ନିର୍ବାଚନ ହେବାକୁ ଥିବା ସମସ୍ତ ଆସନରେ ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲିକୁ ନିର୍ବାଚନ କମିଶନ ନିଷିଦ୍ଧ କରିଛନ୍ତି। ଅର୍ଥାତ୍‌ ଭୋଟଦାନ ଦିନ ଏବଂ ଏହାର ପୂର୍ବ ୩ ଦିନ କୌଣସି ବାଇକ୍‌ ରାଲି ଆୟୋଜନ କରାଯାଇପାରିବ ନାହିଁ। ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ ପୁଡ଼ୁଚେରୀର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଇସି ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ବାଚନ ଦିନ କିମ୍ବା ଏହା ପୂର୍ବରୁ ଅସାମାଜିକ ତତ୍ତ୍ୱମାନେ ଭୋଟରଙ୍କୁ ଭୟଭୀତ କରିବା ଲାଗି ବାଇକ ବ୍ୟବହାର କରୁଥିବା ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ପ୍ରାର୍ଥୀ, ରାଜନୈତିକ ଦଳ ଏବଂ କମିଶନଙ୍କ ପର୍ଯ୍ୟବେକ୍ଷକମାନଙ୍କୁ ଜଣାଇ ଦେବା ସହ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ...

ଗାନ୍ଧୀ ଲିଗାସିକୁ ନେଇ ଭାଜପା-ବିରୋଧୀ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୩ା୧୦(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସାରା ଦେଶ ସମେତ ବିଦେଶରେ ପାଳନ କରାଯାଉଥିବାବେଳେ ତାଙ୍କ ଲିଗାସୀକୁ ନେଇ ଭାଜପା ଓ ବିରୋଧୀ ଦଳ ମଧ୍ୟରେ...

ଭାଜପାରେ ଯୋଗ ଦେଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ, ୧୯।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ...

ସୁରକ୍ଷିତ ନୁହେଁ ଜଙ୍ଗଲ ରାଜା: ୭ ବର୍ଷରେ ଶିକାରୀ ଗୁଳିରେ ୨ ଶହ ୨୨ ମୃତ; ମଧ୍ୟପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ,୮।୭: ଜଙ୍ଗଲର ରାଜା ବାଘକୁ ସୁରକ୍ଷା ମିଳିପାରୁନି। ୨୦୧୨ରୁ ୨୦୧୮ ମଧ୍ୟରେ ଗତ ୭ ବର୍ଷରେ ଦେଶରେ ମୋଟ ୬ ଶହ ୫୭ ବାଘଙ୍କ ମୃତ୍ୟୁ...

ଖାର୍ଗେଙ୍କ ବିବାଦୀୟଙ୍କ ବୟାନକୁ ନେଇ ସଂସଦରେ ଭାଜପାର ହଟ୍ଟଗୋଳ

ନୂଆଦିଲ୍ଲୀ,୨୦।୧୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ଜୋରଦାର ହଟ୍ଟଗୋଳ ହୋଇଛି। ମଙ୍ଗଳବାର ରାଜ୍ୟ ସଭାରେ ଖାର୍ଗେ କ୍ଷମା ମାଗନ୍ତୁ ବୋଲି...

୬ ପୋଲିସ କରୋନା ପଜିଟିଭ: ବନ୍ଦ ହେଲା ୨ ପୋଲିସ ଷ୍ଟେଶନ

କୋଏମ୍ବାଟୁର,୨୬।୪: ତାମୁଲନାଡୁର କୋଏମ୍ବାଟୁରରେ ୬ଜଣ ପୋଲିସଙ୍କ ନିକଟରେ କରୋନା ପଜିଟିଭ ମିଳିବାରୁ ଏବେ ସେଠାକାର ୨ ପୋଲିସ ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।...

ସଞ୍ଜୟଙ୍କୁ କଂଗ୍ରେସର ସମର୍ଥନ, ଆମେ ଅଛୁ ସାଥିରେ, କହିଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୧।୮ : ପାତ୍ରା ଚୋଲ ଜମି ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ସୋମବାର ତାଙ୍କୁ ପିଏମଏଲଏ ସ୍ବତନ୍ତ୍ର...

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚିଛି ଆଇଏସ୍‌ଆଇ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୯।୧: ଆଗକୁ ଗଣତନ୍ତ୍ର ଦିବସ। ଏହା ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର...

Advertisement
Archives

Model This Week