ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ

ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି ବଜାରରେ ପାର୍କିଂ ବ୍ୟବସ୍ଥା, ଦୋକାନୀ ଓ ଗ୍ରାହକଙ୍କ ପାଇଁ ଶୌଚାଳୟ, ପରିସ୍ରାଗାର ପରି ସର୍ବନିମ୍ନ ସୁବିଧା ଉପଲବ୍ଧ ନାହିଁ। ଗୋଦାମ ହଟାଇବା ଓ ସର୍ବନିମ୍ନ ସୁବିଧା ଯୋଗାଇବା ନେଇ ସେମାନେ ବିଭିନ୍ନ ସମୟରେ ପୌର ନିର୍ବାହୀ ଅଧିକାରୀ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ଏବେ ପୁଣି ଥରେ କେତେଜଣ ବ୍ୟବସାୟୀ ଜିଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ଭେଟି ବଜାରର ସମସ୍ୟା ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ ଉଠାଦୋକାନୀଙ୍କ ସଂଖ୍ୟା ହ୍ରାସ, ବେକାରଙ୍କୁ କର୍ମନିଯୁକ୍ତି ଦେବା ଓ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ପ୍ରାୟ ୨୦ବର୍ଷ ତଳେ ନୟାଗଡ଼ ଏନ୍‌ଏସି ପକ୍ଷରୁ ବିଜୁ ମାର୍କେଟ କରାଯାଇ ୧୦୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ଏ ବାବଦରେ ପ୍ରତି ମାସରେ ଏନ୍‌ଏସି ଭଡ଼ା ଆଦାୟ କରୁଥିଲା। ତେବେ ଦୋକାନ ନିର୍ମାଣ ସମୟରେ ଶୌଚାଳୟ, ପରିସ୍ରାଗାର, ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିଲା। ୨୦ବର୍ଷ ପରେ ବି ଏହି ସୁବିଧା କରାଯାଇ ନାହିଁ। ଏହି ବଜାରରେ ଗୋଦାମ ଘର ଅଧିକ ଓ ଦୋକାନ ସଂଖ୍ୟା କମିଚାଲିଛି। ମାଲିକମାନେ ଗୋଦାମରୁ ଅଧିକ ଭଡ଼ା ପାଉଥିବାରୁ ଦୋକାନ ପାଇଁ ଭଡ଼ା ନ ଦେଇ ଗୋଦାମକୁ ଭଡ଼ା ଦେଉଛନ୍ତି। ଏହା ଦ୍ୱାରା ଲିଜ୍‌ ନେଇଥିବା ମାଲିକମାନେ ଲାଭରେ ରହୁଥିବାବେଳେ ହାତଗଣତି ଯେଉଁ ଦୋକାନୀ ଅଛନ୍ତି ସେମାନଙ୍କ ବ୍ୟବସାୟ କମିବାରେ ଲାଗିଛି। ଗୋଦାମ ହେବାରୁ ବଜାର ରାସ୍ତାରେ ଯାନବାହନ ରହି ସବୁବେଳେ ଜାମ୍‌ ରହୁଛି। ଫଳରେ ଗ୍ରାହକମାନେ ବଜାର ଭିତରକୁ ଆସିବାରେ ହଇରାଣ ହେଉଛନ୍ତି। ପୁଣି ବର୍ଷା ହେଲେ ବଜାର ପରିସର କର୍ଦ୍ଦମାକ୍ତ ହୋଇପଡୁଛି। ସେହିପର ସିମେଣ୍ଟ ପ୍ଲାଷ୍ଟର ଖସିବା ଦ୍ୱାରା ଦୋକାନ ଘରଗୁଡିକ ଅସୁରକ୍ଷିତ ହୋଇ ପଡିଲାଣି। ଇତିମଧ୍ୟରେ ନୟାଗଡ଼ ଏନ୍‌ଏସି ମ୍ୟୁନିସିପାଲିଟି ହୋଇସାରିଲାଣି। ତେବେ ବିଜୁ ମାର୍କେଟର ପରିବର୍ତ୍ତନ ହେଲା ନାହିଁ। ଜଣେ ଦୋକାନୀ ନିଜ ନଁା ଗୋପନ ରଖି କହିଛନ୍ତି, ୧୦୫ଟି ଘରକୁ ଦୋକାନ ପାଇଁ ଲିଜ୍‌ ଦିଆଯାଇଛି। ଏଥିରୁ ୧୫ ପ୍ରତିଶତ ବ୍ୟକ୍ତି ନିଜେ ମାଲିକ ହୋଇ ଦୋକାନ କରିଛନ୍ତି। ଆଉ ୩୫ ପ୍ରତିଶତ ଲୋକ ଦୋକାନକୁ ଭଡ଼ା ଦେଇଛନ୍ତି। ବଳକା ୫୦ ପ୍ରତିଶତ ଘର ଗୋଦାମ ହୋଇଛି। ଗୋଦାମ କଲେ ଦେଢ଼ ହଜାରରୁ ସାଢ଼େ ୩ ହଜାର ଟଙ୍କା ଭଡ଼ା ମିଳୁଛି। କିନ୍ତୁ ଦୋକାନ ହେଲେ ୧ ହଜାରରୁ ଅଢ଼େଇ ହଜାର ଟଙ୍କା ଭଡ଼ା ମିଳେ। ଟଙ୍କା ଅଧିକ ମିଳୁଥିବାରୁ ଦୋକାନ ମାଲିକ ଗୋଦାମ ପାଇଁ ଘର ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଦୋକାନ ପାଇଁ ଲିଜ୍‌ ନେଇଛନ୍ତି। ଯଦି ଗୋଦାମ ହେଉଛି ତେବେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri