ଅବହେଳିତ ଅବସ୍ଥାରେ ବିଜୁ ଉଦ୍ୟାନ

ସୁନାବେଡ଼ା/ସେମିଳିଗୁଡ଼ା,୨୮ା୯(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ହାଲ୍‌ ଟାଉନଶିପ ୱାଇ ଜୋନ୍‌ରେ ପୌର ପ୍ରଶାସନ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଉଦ୍‌ଘାଟନ ପରେ ସେତେବେଳେ ବିଜୁ ଉଦ୍ୟାନ ରୂପେ ପରିଚିତ ଏହି ପାର୍କ ଭିତରକୁ ଯିବା ପାଇଁ ପ୍ରବେଶ ଶୁଳ୍କ ମଧ୍ୟ ରଖାଯାଇଥିଲା। ସେ ସମୟରେ ଏହାର ରକ୍ଷଣାବେକ୍ଷଣ ପାଇଁ ଶାଶ୍ୱତୀ ମହିଳା ମହାସଂଘକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିପାଇଁ ମାସକୁ ପ୍ରାୟ ୭୪ହଜାର ଟଙ୍କା ମହାସଂଘ ବ୍ୟାଙ୍କ ଜମାଖାତାକୁ ଯାଉଥିଲା। ତେବେ ୨ ବର୍ଷ ଉକ୍ତ ମହିଳା ମହାସଂଘ ଦାୟିତ୍ୱ ନେବା ପରେ ତାକୁ ପ୍ରଶାସନ ଅପସାରଣ କରି ମା’ ଗଙ୍ଗା ମା’ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଥିଲା। ଗତ ୮ମାସ ହେବ ଏହି ଗୋଷ୍ଠୀ ଦାୟିତ୍ୱ ନେଇଛି। ପ୍ରତି ମାସରେ ପ୍ରଶାସନ ବିଜୁ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ୬୪,୯୯୯ ଟଙ୍କା ଖର୍ଚ୍ଚ କରୁଛି। ଏହା ସତ୍ତ୍ୱେ ଉଦ୍ୟାନର ଅବସ୍ଥା ଶୋଚନୀୟ ହୋଇପଡିଛି। ଏତେ ଟଙ୍କା ମାସକୁ ମାସ କେଉଁଠି ବିନିଯୋଗ ହେଉଛି ସେନେଇ ସନ୍ଦେହ ପ୍ରକାଶ ପାଇଛି। ନିୟମ ଅନୁସାରେ ଉଦ୍ୟାନ ପାଇଁ ୬ ଜଣ ମାଳୀ ଓ ଜଣେ ସୁପରଭାଇଜର ରହିବା କଥା। ମାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାରା ଉଦ୍ୟାନରେ ଘାସବଣରେ ପରିଣତ ହେବା ସହ ଲଗାଯାଇଥିବା ଲାଇଟଗୁଡିକ ଭାଙ୍ଗିରୁଜିଗଲାଣି। ବସିବା ପାଇଁ ପଡିଥିବା ଚେୟାରଗୁଡିକ ଅବସ୍ଥା ମଧ୍ୟ ନ କହିବା ଭଲ। ସନ୍ଧ୍ୟା ହେଲେ ଏହି ଉଦ୍ୟାନରେ ଅସାମାଜିକ ବ୍ୟକ୍ତିଙ୍କ ଆସର ଜମୁଛି। ଏଥିପ୍ରତି ପୌର ପ୍ରଶାସନର ନଜର ନାହିଁ। ଏ ସମ୍ପର୍କରେ ସୁନାବେଡ଼ା ପୌର ନିର୍ବାହୀ ଅଧିକାରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ସେ ଅବଗତ ଅଛନ୍ତି । କାର୍ଯ୍ୟବ୍ୟସ୍ତ ଯୋଗୁ ଉଦ୍ୟାନକୁ ଯାଇପାରୁନାହାନ୍ତି। ଦିନେ ଦୁଇଦିନ ମଧ୍ୟରେ ଉଦ୍ୟାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅପରପକ୍ଷରେ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରତନି ଖେମୁଣ୍ଡୁଙ୍କ ତାଙ୍କ ମୋବାଇଲ ୯୭୭୭୯୦୨୯୭୩ ଯୋଗେ ବାରମ୍ବାର ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା ପଛପଟେ ଚାଲିଥିଲା ଜୁଆ କାରବାର: ଅତାବିରା ପୋଲିସର ଅଚାନକ ଚଢ଼ାଉରେ ୨୮ ହଜାରରୁ ଅଧିକ ଟଙ୍କା ଜବତ

ଅତାବିରା/ଗୋଡଭଗା,୧୭।୧୧(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ))- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ନିକଟ ଏକ ଢାବା ପଛପଟେ ରୁଟିନ୍ ବାହାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ…

ପୂରଣ ହେଲା ଦୀର୍ଘ ବର୍ଷର ସ୍ୱପ୍ନ: ଗୁଡ଼ାରି ତହସିଲ ଝିଗିଡ଼ିବାଟା ଗ୍ରାମର ୨୦ ପରିବାରକୁ ମିଳିଲା…

ଗୁଡ଼ାରି, ୧୭।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ଝିଗିଡ଼ିବାଟା ଗ୍ରାମର ୨୦ଟି ପରିବାରକୁ ସ୍ଥାୟୀ ଘରବାରି ପଟ୍ଟା ପ୍ରଦାନ…

ଭାତ ଗାଳୁଥିଲେ ମା’, ଗରମ ପେଜରେ ପଡ଼ି ୨ ବର୍ଷୀୟା ଶିଶୁକନ୍ୟା ଗୁରୁତର; ଶରୀରର…

ପାଟଣା, ୧୭।୧୧(ବୀର କିଶୋର ଦାଶ): ଗରମ ପେଜରେ ପଡ଼ି ଜଣେ ଦୁଇ ବର୍ଷର ଶିଶୁକନ୍ୟା ଗୁରୁତର ଭାବେ ପୋଡ଼ିଯାଇ ଆହତ ହୋଇଛନ୍ତି। ଏହି ଅଘଟଣରେ ଶିଶୁକନ୍ୟାଙ୍କ ଶରୀରର…

ସ୍କୁଲ ଯାଇ ନିଖୋଜ ଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଯାତ୍ରୀବାହୀ ବସ୍‌ରୁ ଉଦ୍ଧାର; ୨ ଅଭିଯୁକ୍ତ ଜେଲ…

ଦିଗପହଣ୍ଡି, ୧୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା…

ଚୋରା ମଦ ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦିଗପହଣ୍ଡି ସୀମାନ୍ତ ଜଙ୍ଗଲରୁ ୫୨୦ ଲିଟର ଦେଶୀ ମଦ ଜବତ, ୨ ମାମଲା ରୁଜୁ

ଦିଗପହଣ୍ଡି,୧୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତବର୍ତ୍ତୀ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ବେଆଇନ ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗ ଓ ପୋଲିସ…

ସମାଜରୁ କୁଷ୍ଠ ରୋଗ ସମ୍ପର୍କିତ ବାଛବିଚାର ଦୂର କରିବା ଲକ୍ଷ୍ୟ: ଉଦଯାପିତ ହେଲା ‘କୁଷ୍ଠମୁକ୍ତ ଦାରିଙ୍ଗବାଡ଼ି ଅଭିଯାନ’, କୃତୀ ଛାତ୍ରଛାତ୍ରୀ…

ଦାରିଙ୍ଗବାଡ଼ି, ୧୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ‘କୁଷ୍ଠମୁକ୍ତ ଦାରିଙ୍ଗବାଡ଼ି ଅଭିଯାନ’ ମଙ୍ଗଳବାର ଉଦଯାପିତ…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

ଆସାମ ସିଲାବସରେ ସଞ୍ଜୟଙ୍କ ଭୂଗୋଳ ବହି

କୋକସରା,୧୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) ଓଡ଼ିଶା ଏବଂ ଜମ୍ମୁ-କଶ୍ମୀର ପରେ ଏବେ ଆସାମ ରାଜ୍ୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର କଳାହାଣ୍ଡି ଜିଲାର ସୁନାମଧନ୍ୟ ଅଧ୍ୟାପକ ସଞ୍ଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?