Posted inଜାତୀୟ

ସ୍ବାମୀଙ୍କ ଶହୀଦ ହେବା କଥା ଶୁଣି ଚେତାଶୂନ୍ୟ ଗର୍ଭବତୀ ସ୍ତ୍ରୀ

ଲକ୍ଷ୍ନୌ,୬।୪: ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ଉତ୍ତର ପ୍ରଦେଶର ଚାନ୍ଦୁଲିର କୋବ୍ରା ବ୍ୟାଟାଲିଅନର କମାଣ୍ଡୋ ଧର୍ମଦେବ ଶହୀଦ ହୋଇଛନ୍ତି। ତାଙ୍କ ମୃତଦେହ ମଙ୍ଗଳବାର ସକାଳେ ଠେକାହାଁ ଗ୍ରାମରେ ପହଞ୍ଚିଛି। ଏହି ସମୟରେ ହଜାର ହଜାର ଲୋକ ଲୁହ ଭିଜା ଆଖିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ର ହୋଲିର ଦଶ ଦିନ ପୂର୍ବରୁ ଗାଁ ଛାଡିଥିଲେ ଏବଂ ଶୀଘ୍ର ଫେରିବେ ବୋଲି ପ୍ରତିଶୃତି ଦେଇଥିଲେ। ଧର୍ମଦେବ ରାମନଗରର ମାନ୍ନାପୁରର ମୀନା ଦେବୀଙ୍କୁ ବିବାହ କରିଥିଲେ। ଦୁଇ ଝିଅ ହେଉଛନ୍ତି ଜ୍ୟୋତି (୮) ଏବଂ ସାକ୍ଷି(୨) । ଏବେ ମୀନା ଗର୍ଭବତୀ ଅଛନ୍ତି। ସ୍ବାମୀଙ୍କ ଶହୀଦ ହେବା ଖବର ଶୁଣି ଚେତାଶୂନ୍ୟ ହୋଇ ପଡିଯାଉଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ପରିବାର ଲୋକେ ଶହୀଦଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଆସିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ସେମାନେ ମନା କରିଦେଇଥିଲେ। ଏମ୍‌ପି ଏବଂ ବିଧାୟକଙ୍କ ଅନୁପସ୍ଥିତି ଲୋକଙ୍କ କ୍ରୋଧ ଆହୁରି ବଢିଯାଇଥିଲା। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶହୀଦଙ୍କ ପିତା ରାମେଶ୍ୱର ଗୁପ୍ତାଙ୍କ ସହ କଥା ହୋଇଥିଲେ। ଏଥି ସହ ଶହୀଦଙ୍କ ସ୍ତ୍ରୀ ମୀନା, ଦୁଇ ଝିଅ ଜ୍ୟୋତି ଏବଂ ସାକ୍ଷିଙ୍କ ସହ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଛନ୍ତି। ସୂଚନାନୁସାରେ, ଛତିଶଗଡର ବିଜାପୁରର ତରେମ ପୋଲିସ ଷ୍ଟେଶନ ଅଞ୍ଚଳର ଜୋନ୍ନାଗୁଡା ଜଙ୍ଗଲରେ ଶନିବାର ଅପରାହ୍ନରେ ଧର୍ମଦେବ କୁମାର (୩୨) ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri