Posted inଜାତୀୟ

ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…

ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍‌ଜେଡ଼ି ଏବଂ ଏଲ୍‌ଜେପି ପକ୍ଷରୁ ୩ ଯୁବ ଚେହେରାଙ୍କୁ ନେଇ ଭୋଟ ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଛି। ଆର୍‌ଜେଡ଼ିର ତେଜସ୍ବୀ ଯାଦବ ଏବଂ ଏଲ୍‌ଜେପିର ଚିରାଗ ପାସଓ୍ବାନ ସଧାସଳଖ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଲଢ଼ିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଦୁଇ ଯୁବ ନେତା ଭୋଟରଙ୍କ ପାଇଁ ଆଶାର ଆଲୋକ ପାଲଟିବେ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ତେଜସ୍ବୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ କ୍ରିକେଟ ଖେଳୁଥିଲେ। ସେ ଆଇପିଏଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ପଡ଼ିଆରେ ଖେଳିବା ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ। ସେହିପରି ଚିରାଗ ବଲିଉଡ୍‌ରେ କେତେକ ଫିଲ୍ମରେ ଅଭିନୟ କରିଛନ୍ତି। ଅପରପକ୍ଷରେ ଭାଜପା ପକ୍ଷରୁ ଶୁଟର ଶ୍ରେୟସୀ ସିଂଙ୍କୁ ନିର୍ବାଚନରେ ଯୁବ ଚେହେରା ଭାବେ ପରଖା ଯାଉଛି। ଶ୍ରେୟସୀଙ୍କ ଲୋକପ୍ରିୟତା ଭାଜପା ପାଇଁ କେତେଦୂର ସଫଳତା ଆଣୁଛି ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଦୁଇଖଣ୍ଡ ହେଲା ବାୟୁସେନା ମିରାଜ ବିମାନ…

ଭୋପାଳ,୨୧।୧୦: ମଝି ଆକାଶରେ ବାୟୁସେନାର ମିରାଜ ଯୁଦ୍ଧ ବିମାନ ଦୁଇଖଣ୍ଡ ହୋଇଯାଇଛି। ତେବେ ପାଇଲଟ ସୁରକ୍ଷିତ ରହିଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଭିଣ୍ଡ...

ଗଣିତ ବଦଳାଇଦେଲେ ହେମନ୍ତ

ରାଞ୍ଚି,୨୪ା୧୨: ଜେଏମ୍‌ଏମ୍‌ ନିଜ ୪୬ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଏତେ ବଡ଼ ସଫଳତା ପାଇଛି। ଏହାସହ ଦଳର ନେତା ହେମନ୍ତ ସୋରେନ ଦ୍ୱିତୀୟଥର ଲାଗି...

ଏଲ୍‌ଏସିରେ ଉତ୍ତେଜନା: ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ, ୪।୧୦: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ...

‘ମସ୍‌ଜିଦ ପାଇଁ ବି ଟ୍ରଷ୍ଟ ଗଠନ କରୁ କେନ୍ଦ୍ର’

ଲକ୍ଷ୍ନୌ,୨୦ା୨(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିଛନ୍ତି। ସେହିପରି ମସ୍‌ଜିଦ ଲାଗି ମଧ୍ୟ ଏକ ଟ୍ରଷ୍ଟ ଗଠନ କରନ୍ତୁ। ମସ୍‌ଜିଦ...

୧୫ ଲକ୍ଷ ୭୬ ହଜାର ଦୀପରେ ଆଲୋକିତ ହେଲା ଆଯୋଧ୍ୟା

ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଐତିହାସିକ ଦୀପୋତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପୋତ୍ସବ ଉଦ୍‌ଘାଟନ କରିଥିଲେ। ୧୫ ଲକ୍ଷ ୭୬ ହଜାର ୯୯୫ ଦୀପ ଜଳିବା...

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର...

‘ଅଗଷ୍ଟ ୧୫ ସୁଦ୍ଧା ଟିକା ସମ୍ଭବ ନୁହେଁ’

କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ...

ଜନସଂଖ୍ୟା ସମସ୍ୟା କୌଣସି ଧର୍ମର ନୁହେଁ, ଏହା ସମଗ୍ର ଦେଶର…

ନୂଆଦିଲ୍ଲୀ, ୧୩।୭ : ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ବିସ୍ଫୋରଣ ବିଷୟରେ କହିଥିଲେ ଯେ ଏହା ଘଟିବା ଉଚିତ ନୁହେଁ। ତେବେ କୌଣସି ଏକ ବର୍ଗର...

Advertisement
Archives

Model This Week