Posted inଜାତୀୟ

ବିହାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା

ପାଟନା, ୨୦ା୧୧:ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମଓ୍ବୋଲାଲ୍‌ ଚୌଧରୀ ଶପଥ ନେବାର ୩ ଦିନ ପରେ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଓ୍ବୋଲାଲ୍‌ଙ୍କ ବିରୋଧରେ ଦୁର୍ନୀତି ମାମଲା ଥିବାରୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯିବାକୁ ବିରୋଧୀ ଦଳ ପକ୍ଷରୁ ଦାବି ହୋଇଥିଲା। ଦୁର୍ନୀତିଗ୍ରସ୍ତ ମଓ୍ବୋଲାଲ୍‌ଙ୍କୁ ମନ୍ତ୍ରୀ କରାଯାଇଥିବାରୁ ବୁଧବାର ଆର୍‌ଜେଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଥିଲା। ଏପରିକି ନବନିଯୁକ୍ତ ଶିକ୍ଷାମନ୍ତ୍ରୀଙ୍କୁ ଜାତୀୟ ସଙ୍ଗୀତ ଜଣା ନ ଥିବା ଆରଜେଡି ଅଭିଯୋଗ ଆଣିବା ସହ ଏହାର ଏକ ଭିଡିଓ ପ୍ରଦର୍ଶନ କରିଥିଲା। ତେବେ ମାମଲାରେ ଏପର୍ଯ୍ୟନ୍ତ ଚାର୍ଜଶିଟ୍‌ ଦାଖଲ ହୋଇନାହିଁ କିମ୍ବା କୋର୍ଟ ଦୋଷୀସାବ୍ୟସ୍ତ କରି ନ ଥିବାରୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ନୁହେଁ ବୋଲି ମଓ୍ବୋଲାଲ୍‌ କହିଛନ୍ତି। ସୂଚନାଯୋଗ୍ୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ମଓ୍ବୋଲାଲ୍‌ଙ୍କ ବିରୋଧରେ ନିଯୁକ୍ତି ଅନିୟମିତତା ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ୨୦୧୭ରେ ତାଙ୍କୁ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁରୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଭାତ ଖାଇ ୪ ମୃତ୍ୟୁ: ଗାଁରେ ପହଞ୍ଚି ସ୍ଥିତି ପରଖିଲେ ଜିଲାପାଳ, ୧୫ ଦିନ ଯାଏ ପୋଖରୀ ପାଣି ମନା

ସୁନ୍ଦରଗଡ,୨୫।୫(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକ ନୂଆଡିହି ଗାଁରେ ଏକ ଶୁଦ୍ଧ କ୍ରିୟା ଭୋଜି ଖାଇ ୪ଜଣଙ୍କ ମୃତ୍ୟୁ ଘଟଣା ପରେ ସୋମବାର ଜିଲାପାଳ,…

କାଳବୈଶାଖୀ ବର୍ଷା ପାଣି ଯୋଗୁ ଧସିଲା ପୋଲର ସୁରକ୍ଷା ପାଚେରୀ, ଭୟରେ ପଞ୍ଚାୟତବାସୀ

ନନ୍ଦପୁର ୨୫।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ସଂଯୋଗୀ ଆରଡି ରାସ୍ତାରେ ଥିବା ଏକ…

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

ମାଲିକର ପୋଷା କୁକୁର ସହିତ ଅପ୍ରାକୃତ ସମ୍ପର୍କ ପାଇଁ ଚେଷ୍ଟା କରୁଥିଲେ ରୋଷେୟା, ଧରାପଡିବା ପରେ…

ଭୁବନେଶ୍ବର୨୬।୫(ପ୍ରସନଜିତ୍‌ ସାହୁ): ଚନ୍ଦକା ଥାନା ଅଞ୍ଚଳରେ ଏକ ଫାର୍ମ ହାଉସର ରୋଷେୟା ଏକ ପୋଷା ଡାଲ୍‌ମିଶନ କୁକୁରକୁ ଆକ୍ରମଣ ସହ ଅପ୍ରାକୃତ ସମ୍ପର୍କ ଉଦ୍ୟମ କରିଥିବା ନେଇ…

୮୦ କିମି ବେଗରେ ଝଡ ପବନ! ସତର୍କତା ଜାରି କଲା IMD, ଓଡ଼ିଶା ସମେତ…

ନୂଆଦିଲ୍ଲୀ,୨୬।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶର ବାନ୍ଦା ଏବଂ ବିଦର୍ଭର ବ୍ରହ୍ମପୁରୀରେ ତାପମାତ୍ରା ୪୭ଡିଗ୍ରୀରୁ ଅଧିକ ରହିଥିଲା। ଛତରପୁରର ଖଜୁରାହୋରେ ୪୭.୨…

ମୋଦିଙ୍କ ଶାସନ କ୍ଷମତାକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ!

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦିଙ୍କ ଆସନ୍ନ ବିଦାୟ ସମ୍ପର୍କରେ କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ନେଇ…

ମୋଦିଙ୍କ କାର୍ଯ୍ୟକାଳକୁ ପୂରିଲା ୧୨ ବର୍ଷ, ୨୦୧୪ ବିଜୟ ପରେ ପ୍ରଧାନମନ୍ତ୍ରୀ କଣ କହିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ  ମେ ୨୬ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ । ଆଜି ସେ ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri