Posted inଜାତୀୟ

ଅଖିଳେଶ-ମୁଲାୟମ୍‌ଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦେଶର ସମସ୍ତ ବଡ଼ ବିରୋଧୀ ଦଳର ନେତାଙ୍କୁ ଭେଟୁଛନ୍ତି। ଏହି କ୍ରମରେ ମଙ୍ଗଳବାର ନୀତୀଶ ସମାଜବାଦୀ ପାର୍ଟିର ସଂଯୋଜକ ମୁଲାୟମ ସିଂ ଯାଦବଙ୍କୁ ଭେଟିଛନ୍ତି। ମୁଲାୟମ ସିଂ ଯାଦବ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ମୁଲାୟମ ସିଂଙ୍କ ସହ ସାକ୍ଷାତ ସମୟରେ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୁଲାୟମଙ୍କୁ ଭେଟିବା ପୂର୍ବରୁ ନୀତୀଶ କୁମାର ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌଟାଲାଙ୍କୁ ମଧ୍ୟ ସାକ୍ଷାତକାର କରିଛନ୍ତି। ଓମ୍‌ପ୍ରକାଶଙ୍କୁ ଭେଟିବା ପରେ ନୀତୀଶ ଗଣମାଧ୍ୟମ ସହ କଥା ହେବା ବେଳେ କହିଛନ୍ତି, ମୁଁ ଆଜି ତାଙ୍କୁ ଭେଟିଥିଲି, ଭାଜପାଠାରୁ ଅଲଗା ହେବା ମୋର ନିଷ୍ପତ୍ତି ଠିକ୍‌ ବୋଲି ସେ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବିରୋଧରେ ସମଗ୍ର ବିରୋଧୀଙ୍କୁ ଏକତ୍ର କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ସେ ସମସ୍ତ ବିରୋଧୀଦଳ ନେତାଙ୍କ ସହ ସାକ୍ଷାତକାର ଏବଂ ବୈଠକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀତାରାମନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ରେ ୪୯ ବର୍ଷ ପରେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି...

ଦିଲ୍ଲୀରେ ଦ୍ୱିତୀୟ ଲହର ନେଲାଣି ୧୦୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ,୨୨।୫: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଜୀବନ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଇଣ୍ଡିଆନ...

ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା

ଲକ୍ଷ୍ନୌ,୧।୧୨: ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ଆପତ୍ତି ଜନକ ପୋଷ୍ଟ...

ଦେବୀ ସରସ୍ବତୀଙ୍କୁ ଅପମାନ କରି ପ୍ରିନ୍ସପାଲ୍‌ ଗିରଫ

ଭୋପାଳ, ୨।୬: ମଧ୍ୟ ପ୍ରଦେଶର ଭୋପାଳରେ ଦେବୀ ସରସ୍ବତୀଙ୍କୁ ଅପମାନ କରିବା ଅଭିଯୋଗରେ ଏକ ସରକାରୀ କଲେଜର ପ୍ରିନ୍ସପାଲ୍‌ଙ୍କୁ ଗିରଫ କରିଛି ପୋଲିସ। ପ୍ରିନ୍ସପାଲ୍‌ ଏସଏସ...

ଭାରତ ପହଞ୍ଚି ଭାବୁକ ହେଲେ ଆଫଗାନ ସାଂସଦ, ଯାହା ୨୦ ବର୍ଷରେ ହୋଇଥିଲା ସବୁ ଶେଷ ହୋଇଗଲା

ଗାଜିଆବାଦ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ କରିବା ପୂର୍ବରୁ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାମ ଚାଲିଛି । ରବିବାର ବାୟୁସେନାର ଏକ...

ଏବେ ବି କୋମାରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ମଧ୍ୟ କୋମାରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ...

ଆସିଲେ ନାହିଁ ହସ୍ପିଟାଲର କୌଣସି କର୍ମଚାରୀ ଏକେଲା ସନ୍ତାନ ପ୍ରସବ କଲେ ମହିଳା

ନାଗପୁର,୪।୬: ମହାରାଷ୍ଟ୍ର ନାଗପୁରର ସୁକେଶ୍ରୀ ଶ୍ରୀକାନ୍ତ ନାମକ ଜଣେ ୨୩ ବର୍ଷୀୟା ମହିଳା ସନ୍ତାନ ପ୍ରସବ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଠିକ୍‌...

ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪।୫: ଦେଶରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୨,୫୩୩ରେ। ଏମାନଙ୍କ ମଧ୍ୟରୁ ୧,୩୭୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ ଘଣ୍ଟା...

Advertisement
Archives

Model This Week