Posted inଜାତୀୟ

ଟିଏମ୍‌ସି ଝଡରେ ଉଡିଗଲେ ଭାଜପାର ବଡ଼ ବଡ଼ ନେତା: ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରିକେଟର୍‌ ପର୍ଯ୍ୟନ୍ତ ହାରିଲେ

କୋଲକାତା,୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ଟିଏମ୍‌ସି ଝଡରେ ଭାରତୀୟ ଜନତା ପାର୍ଟିର ଅନେକ ତାରକା ପ୍ରାର୍ଥୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ, ପୂର୍ବତନ ରାଜ୍ୟ ସଭା ଏମ୍‌ପିଙ୍କ ସମେତ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ ଅଛନ୍ତି, କ୍ରିକେଟର୍‌ ମଧ୍ୟ ପରାଜୟର ସାମ୍ନା କରିଛନ୍ତି।
ସବୁଠୁ ବଡ ପରାଜୟ ହେଉଛି ବାବିଲ ସୁପ୍ରିୟୋଙ୍କ ରହିଛି। କୋଲକାତାର ଟଲିଗଞ୍ଜ ଆସନରୁ ଟିଏମସି ପ୍ରାର୍ଥୀ ଅରୁପ ବିଶ୍ୱାସଙ୍କ ବିପକ୍ଷରେ ସୁପ୍ରିୟୋ ୫୦ ହଜାର ଭୋଟରେ ହାରିଛନ୍ତି। ଏଥି ସହିତ ହୁଗୁଳି ଏମ୍‌ପି ତଥା ପୂର୍ବତନ ଅଭିନେତ୍ରୀ ଲକେଟ ଚାଟାର୍ଜୀଙ୍କୁ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚୁଞ୍ଚୁଡା ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଚାଟାର୍ଜୀ ଟିଏମସି ପ୍ରାର୍ଥୀଙ୍କ ଠାରୁ ୧୮ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ହୁଗୁଳିର ତାରକେଶ୍ୱର ଆସନରୁ ପୂର୍ବତନ ରାଜ୍ୟ ସଭା ସାଂସଦ ସ୍ବପ୍ନ ଦାସଗୁପ୍ତା ୭ ହଜାର ଭୋଟରେ ହାରିଯାଇଛନ୍ତି। ଭାଜପା ପକ୍ଷରୁ ଟିକେଟ ଦିଆଯାଇଥିବା ଏମ୍‌ପିଙ୍କ ମଧ୍ୟରୁ କେବଳ ଜଗନ୍ନାଥ ସରକାର ଶାନ୍ତିପୁର ଆସନରୁ ଜିତିବାରେ ସକ୍ଷମ ହୋଇଛନ୍ତି। କୋଲକାତାର ରସବିହାରୀ ଆସନରେ ଭାଜପା ଟିକେଟରେ ଛିଡା ହୋଇଥିବା ପୂର୍ବତନ ସେନା ଡେପୁଟି ଚିଫ ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରତ ସାହା (ଅବସରପ୍ରାପ୍ତ) ମଧ୍ୟ ୨୧ ହଜାରରୁ ଅଧିକ ଭୋଟ ରେ ହାରିଯାଇଛନ୍ତି।
ଏହା ସହିତ ଟିଏମସିର ପାର୍ଥ ଚାଟାର୍ଜୀ ବେହେଲା ପଶ୍ଚିମ ଆସନରେ ଅଭିନେତ୍ରୀ ଶ୍ରବନ୍ତୀ ଚାଟାର୍ଜୀଙ୍କୁ ୪୧,୬୦୮ ଭୋଟରେ ପରାସ୍ତ କରିଛନ୍ତି। ଅଭିନେତ୍ରୀ ପାୟଲ ସରକାର ମଧ୍ୟ ବେହାଲା ପୂର୍ବ ସିଟରେ ରତ୍ନା ଚାଟାର୍ଜୀଙ୍କୁ ହରାଇଥିଲେ। ଅଭିନେତା ରୁଦ୍ରାନିଲ ମଧ୍ୟ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଏହା ସହ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଶାସକ ତୃଣମୂଳ କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହାରିଯାଇଛନ୍ତି। ଭାଜପାର ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ୧,୯୫୬ ଭୋଟରେ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?