ମୁନାଓ୍ବର ଫାରୁକି ବିଗ୍‌ ବସ୍‌ ବିଜେତା

ମୁମ୍ବାଇ,୨୯।୧: ରିଅଲିଟି ଶୋ’ ବିଗ୍‌ ବସ୍‌ ୧୭ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍‌ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାଓ୍ବର ଫାରୁକି ବିଗ୍‌ ବସ୍‌-୧୭ ବିଜୟୀ ଘୋଷିତ ହୋଇଛନ୍ତି। ୩୨ ବର୍ଷୀୟ ମୁନାଓ୍ବରଙ୍କୁ ଟ୍ରଫି ସମେତ ପୁରସ୍କାର ସ୍ବରୂପ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ ହ୍ୟୁଣ୍ଡାଇ କ୍ରେଟା କାର୍‌ ମିଳିଛି। ବିବାଦୀୟ ରିଅଲିଟି ଶୋ’ର ଗ୍ରାଣ୍ଡ ଫିନାଲେର ବିଜୟ ଘୋଷଣା ସମୟକୁ ସମସ୍ତେ ଅପେକ୍ଷା କରି ରହିଥିତ୍ବାବେଳେ ଶେଷରେ ସେହି ମୁହୂର୍ତ୍ତ ଉପନୀତ ହୋଇଥିଲା। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ମୁନାଓ୍ବର ଫାରୁକିଙ୍କୁ ବିଜୟୀ ଘୋଷଣା କରିଥିଲେ। ଅନ୍ୟ ଫିନାଲେ ପ୍ରତିଯୋଗୀମାନେ ହେଲେ ଅଙ୍କିତା ଲୋଖାଣ୍ଡେ, ମନ୍ନାରା ଚୋପ୍ରା ଓ ଅରୁଣ ମଶେଟ୍ଟି।

୧୯୯୨ ଜାନୁଆରୀ ୨୮ରେ ଗୁଜରାଟର ଜୁନାଗଡ଼ରେ ଏକ ମୁସଲିମ୍‌ ପରିବାରରେ ଜନ୍ମିତ ମୁନାଓ୍ବରଙ୍କର ଅଭିନୟ ପ୍ରତି ପିଲାବେଳୁ ଦୁର୍ବଳତା ରହିଥିଲା। ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ପଞ୍ଚମରୁ ପଢ଼ା ଛାଡ଼ିଦେଇଥିଲେ। ୧୪ ବର୍ଷ ବୟସରେ ମା’ଙ୍କୁ ହରାଇବା ପରେ ମୁମ୍ବାଇ ଯାଇ କ୍ୟାରିୟର ପାଇଁ ସଂଘର୍ଷ କରିଥିଲେ। ହାସ୍ୟାଭିନେତା ଭାବେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ସୁନାମ ଅର୍ଜନ କରିଥିଲେ। ୩୨ତମ ଜନ୍ମଦିନରେ ବିଗ୍‌ ବସ୍‌ ମୁକୁଟ ତାଙ୍କ ପାଇଁ ସର୍ବୋତ୍ତମ ବାର୍ଥ ଡେ’ ଗିଫ୍ଟ ସଦୃଶ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଦିନ କନ୍ୟାଙ୍କର ହେଲା ଦୁର୍ଘଟଣା; ICUକୁ ଯାଇ ସିନ୍ଦୂର ପିନ୍ଧାଇଦେଲେ ବର, ତାପରେ…

ଲକ୍ଷ୍ନୌ,୧୪।୫: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ରାତିରେ, କନ୍ୟା ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଯାଇ ସିନ୍ଦୁର…

ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୌନି ରୟ, କହିଲେ-ମୋର ଆଉ ସୂରଜଙ୍କ…

ମୁମ୍ବାଇ: ଅଭିନେତ୍ରୀ ମୌନି ରୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଦିନ ଧରି ଖବରରେ ଅଛନ୍ତି। ସ୍ବାମୀ ସୂରଜ ନାମ୍ବିଆରଙ୍କ ଠାରୁ ତାଙ୍କର ଛାଡପତ୍ର ଗୁଜବ…

ସିଏସ୍‌କେରେ ସାମିଲ ହେଲେ ଦକ୍ଷିଣ ଆଫ୍ରିକାର ଏହି ଅଲରାଉଣ୍ଡର

ଚେନ୍ନାଇ,୧୪ା୫: ଆହତ ସମସ୍ୟା କାରଣରୁ ସ୍ୱଦେଶ ଫେରିଥିବା ଜେମି ଓଭରଟନଙ୍କ ବଦଳ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡିଆନ ଫରେଷ୍ଟରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)…

ଯୋଜନା ନାଁରେ ହରିଲୁଟ୍, ଭଙ୍ଗା ମାଟିଘରେ ୭ ପ୍ରାଣୀଙ୍କ ଦୟନୀୟ ଜୀବନ

ଥୁଆମୂଳ ରାମପୁର,୧୪ା୫(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କାର ଯୋଜନା…

ଚାଇନା ପାଇଁ ୪୫ ବର୍ଷର ପୁରୁଣା ଶପଥ ଭାଙ୍ଗିଲେ ଟ୍ରମ୍ପ, ଖୁସିରେ ଷ୍ଟେଜ ଉପରେ ପିଇଲେ ମଦ! ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୪।୫:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ମଦ୍ୟପାନ କରୁଥିବାର ଦେଖାଯାଇଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…

ପେଟ୍ରୋଲ-ଡିଜେଲକୁ ନେଇ ଭାରତର ଚିନ୍ତାର କାରଣ ନାହିଁ! ରୁଷିଆ ଯୋଗାଇବ…

ନୂଆଦିଲ୍ଲୀ/ମସ୍କୋ,୧୪।୫: ପଶ୍ଚିମ ଏସିଆରେ ସଂଘର୍ଷ ଆଉ ଅସ୍ତ୍ରଶସ୍ତ୍ର ସହିତ ଲଢ଼ାଯାଉନାହିଁ, ବରଂ ଅହଂକାର ସହିତ ଲଢ଼ାଯାଉଛି ଏବଂ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଅନେକ…

ମୁଖ୍ୟମନ୍ତ୍ରୀ, ବିଚାରପତିଙ୍କୁ ପୋଷ୍ଟ କାର୍ଡ ପଠାଇଲେ ଚାଷୀ

କୋକସରା,୧୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପି-ପାସ୍‌ ପୋର୍ଟାଲ ଖୋଲିବା ଓ ପଞ୍ଜୀକରଣ ଦାବିରେ କୋକସରା କୃଷକ ସଚେତନ ମଞ୍ଚର ସଭାପତି ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଅଞ୍ଚଳର…

ଓକିଲଙ୍କ ପୋଷାକରେ ହାଇକୋର୍ଟରେ ନଜର ଆସିଲେ ମମତା, ବାର କାଉନସିଲ ଉଠାଇଲା ଏମିତି ପ୍ରଶ୍ନ ସଭିଏଁ ଆଶ୍ଚର୍ଯ୍ୟ!

କୋଲକାତା,୧୪।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ହାଇକୋର୍ଟରେ ଓକିଲଙ୍କ ପୋଷାକ ପିନ୍ଧି ହାଜର ହେବା ପରେ, ବାର୍‌ କାଉନସିଲ ଅଫ ଇଣ୍ଡିଆ (BCI) ପଶ୍ଚିମବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri