ଫେରୁଛି ‘ବିଗ୍‌ବସ୍‌’: ଚତୁର୍ଦ୍ଦଶ ସଂସ୍କରଣରେ ନଜର ଆସିବେ ଏସବୁ ଲୋକପ୍ରିୟ ଅଭିନେତ୍ରୀ; ଦେଖନ୍ତୁ ତାଲିକା..

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଶୋ’ ‘ବିଗ୍‌ବସ୍‌’। ଚତୁର୍ଦ୍ଦଶ ସଂସ୍କରଣରେ କେଉଁ ପ୍ରତିଯୋଗୀ ଭାଗନେବେ ତାହା ସ୍ଥିର ହୋଇସାରିଲାଣି। କେବଳ ପ୍ରିମିୟରକୁ ଅପେକ୍ଷା। ସବୁଥର ଭଳି ଦବଙ୍ଗ ଖାନ୍‌ ସଲମାନ ମୋଟା ଅଙ୍କର ପାଉଣା ନେଇ ଶୋ’କୁ ହୋଷ୍ଟ କରୁଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ପ୍ରତିଯୋଗୀଙ୍କ ବିଷୟରେ।

ଜାସ୍ମିନ ଭାସିନ: ‘ନାଗିନ-୪’ ଅଭିନେତ୍ରୀ ଜାସ୍ମିନ ନିକଟରେ ‘ଖତରୋ କେ ଖିଲାଡ଼ି-ମେଡ ଇନ୍‌ ଇଣ୍ଡିଆ’ରେ ଭାଗ ନେଇଥିଲେ। ଏକାଧିକ ଥର ତାଙ୍କୁ ବିଗ୍‌ବସ୍‌ ପାଇଁ ଅଫର ମିଳିଥିଲେ ହେଁ ସେ ରାଜି ହେଉ ନ ଥିଲେ। ହେଲେ ଚଳିତ ଥର ସେ ହଁ ଭରିଥିବା କୁହାଯାଉଛି।

ପବିତ୍ରା ପୁନିୟା: ବିଗ୍‌ବସ୍‌-୧୩ର ପ୍ରତିଯୋଗୀ ଥିବା ପାରସ ଛାବଡ଼ାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ପବିତ୍ରା। ଚଳିତ ଥର ସେ ବିଗ୍‌ବସ୍‌ରେ ଯୋଗ ଦେଇପାରନ୍ତି।

ନେହା ଶର୍ମା: ବିଗ୍‌ବସ୍‌ର ଚଳିତ ସଂସ୍କରଣରେ ଅଭିନେତ୍ରୀ ତଥା ମଡେଲ ନେହା ଶର୍ମା ସାମିଲ ହେବେ। ନେହା ନିକଟରେ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ସହ ଏକ ଭିଡିଓରେ ନଜର ଆସିଥିଲେ।

ଇଜାଜ ଖାନ: ଟେଲି ପରଦାର ଲୋକପ୍ରିୟ ଚେହେରା ଇଜାଜ ଖାନ ବିବାଦର ଅନ୍ୟନାମ ବୋଲି କୁହାଯାଏ। ସେ ଅଭିନେତ୍ରୀ ଅନିତା ହସନନ୍ଦାନୀଙ୍କୁ ପ୍ରେମ କରୁଥିଲେ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଇଜାଜ ବିଗ୍‌ବସ୍‌ ୧୪ରେ ନଜର ଆସିବେ।

ନୈନା ସିଂହ: ସ୍ପିଲ୍ଟସ୍‌ଭିଲା ବିଜେତା ନୈନା ଚଳିତ ଥର ବିଗ୍‌ବସ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି।

ସ୍ନେହା ଉଲାଲ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦେଖାଯାଉଥିବା ସ୍ନେହା ଉଲାଲ ବିଗ୍‌ବସ୍‌ରେ ନଜର ଆସିପାରନ୍ତି। ସେ ସଲମାନଙ୍କ ସହ ନିଜର ପ୍ରଥମ ଫିଲ୍ମ କରିଥିଲେ। ହେଲେ ପରେ ଗାୟବ ହୋଇଯାଇଥିଲେ। ଏବେ ସେ ପୁଣି ଅଭିନୟକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

କୁମାର ଜାନୁ: ଗାୟକ କୁମାର ସାନୁଙ୍କ ପୁଅ କୁମାର ଜାନୁ ବିଗ୍‌ବସ୍‌ ଘରକୁ ଆସିପାରନ୍ତି। ନିର୍ମାତାମାନେ ଆଦିତ୍ୟ ନାରାୟଣଙ୍କୁ ଶୋ’କୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ହେଲେ ସେ ମନା କରିବା ପରେ କୁମାର ଜାନୁଙ୍କ ସହ ଚୁକ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ‘ଆରଆରଆର’ର ଜଲୱା, ଗୋଟିଏ ସପ୍ତାହରେ ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାରେ ସାମିଲ

ମୁମ୍ବାଇ: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନୀତ ଏସ ଏସ ରାଜାମୌଳିଙ୍କ ବ୍ଲକବଷ୍ଟର ମୁଭି ‘ଆରଆରଆର’ ଜାପାନି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବାରେ...

ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, କହିଲେ…

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଟୁଇଟର୍‌ରେ ଏକ ପୋଷ୍ଟ କରି ଭେଟେରାନ ଅଭିନେତା ଦିଲୀପ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦୀର୍ଘଦିନ ଧରି...

ବିଲରେ ଧାନ ରୋଉଛନ୍ତି ଏହି ଅଭିନେତା, ଗର୍ଲଫ୍ରେଣ୍ଡ୍‌ ଶେୟାର କଲେ ଫଟୋ

କରୋନା ଭାଇରସ ଯୋଗୁ ଚଳଚ୍ଚିତ୍ର ଶୁଟିଂ ବନ୍ଦ ରହିଛି। ତେବେ ଅନଲକ ସମୟରେ ସର୍ତ୍ତମୂଳକ ଶୁଟିଂକୁ ଅନୁମତି ଦିଆଯାଇଛି। ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ...

ଲକ୍‌ଡାଉନ୍‌ରେ ମନେ ପଡ଼ୁଛନ୍ତି ରିଚା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହିି ଲକ୍‌ଡାଉନ୍‌ ପାଇଁ ବହୁଲୋକଙ୍କ ସ୍ପେଶିଆଲ ପ୍ଲାନ୍‌ଗୁଡ଼ିକ ସବୁ ବନ୍ଦ ହୋଇଯାଇଛି।...

ଗର୍ଭାବସ୍ଥାର ଶେଷ ମାସରେ ଏହା ଖାଇବାକୁ ମନ ବଳାଇଲେ ଅନୁଷ୍କା: ରେଷ୍ଟୁରାଣ୍ଟ ନେଲେ ବିରାଟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଗର୍ଭାବସ୍ଥାର ଶେଷ ମାସରେ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ତେଣୁ ସେ...

ସମୁଦ୍ର କୂଳରେ ରୋମାଣ୍ଟିକ୍‌ ହେଲେ ଦୀପ୍‌ବୀର

ବଲିଉଡ୍‌ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଅନ୍ୟତମ। ଦୁହେଁ ଅନସ୍କ୍ରିନରେ ଅନେକ ଥର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ...

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ...

ଫିଲ୍ମ ନିର୍ମାତା ଗିରଫ

ବଲିଉଡ୍‌ ନିର୍ମାତା କମଲ କିଶୋର ମିଶ୍ରଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ସ୍ତ୍ରୀଙ୍କୁ କାର୍‌ରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅନ୍ଧେରି କୋର୍ଟରେ ହାଜର...

Advertisement
Archives

Model This Week