ଭାରତରେ ହେବାକୁ ଯାଉଛି ବଡ଼ ଘଟଣା! ସତର୍କ କଲା ହିଣ୍ଡେନବର୍ଗ, ଛାନିଆରେ ଆଦାନୀ

ନୂଆଦିଲ୍ଲୀ,୧୦।୮: ଖୁବ୍‌ଶୀଘ୍ର ଭାରତରେ ଘଟିବାକୁ ଯାଉଛି କିଛି ବଡ଼ ଘଟଣା! ଏନେଇ ଶନିବାର ସକାଳୁ ସକାଳୁ ସତର୍କ କରାଇଛି ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ। ତେବେ ସତର୍କବାଣୀ ଶୁଣି ବିଶେଷକରି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ମଧ୍ୟ ଛାନିଆ ହୋଇ ପଡିଥିବେ! କାରଣ ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯାହାକୁ ନେଇ ଆଦାନୀ ଗ୍ରୁପରେ ଚହଳ ପଡିଯାଇଥିଲା। ରିପୋର୍ଟ ଆସିବା ପରେ କେବଳ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇ ନ ଥିଲା, ତାହା ନୁହେଁ ବରଂ ପୁରା ଷ୍ଟକ ମାର୍କେଟରେ କମ୍ପନ ସୃଷ୍ଟି ହୋଇଥିଲା। ତେବେ ବର୍ତ୍ତମାନ ଏହି ହିେଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଭାରତରେ ଭୂକମ୍ପ ସୃଷ୍ଟି ହେବ ବୋଲି ଆଲର୍ଟ କରିଛି। ଆଉ ଆଦାନୀଙ୍କ ପରେ ପରବର୍ତ୍ତୀ କିଏ ଶିକାର ହେବାକୁ ଯାଉଛି ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ କ’ଣ ବଡ଼ ହେବାକୁ ଯାଉଛି ଏନେଇ ହିଣ୍ଡେନବର୍ଗ କିଛି ଖୁଲାସା କରି ନ ଥିବାବେଳେ କମ୍ପାନୀର ଏହି ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି କି ଭାରତର କୌଣସି ବଡ଼ କମ୍ପାନୀକୁ ନେଇ ପୁଣିଥରେ କିଛି ବଡ଼ ଖୁଲାସା ହେବାକୁ ଯାଉଛି।

ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା। ଏହି ରିପୋର୍ଟରେ କମ୍ପାନୀ ଆଦାନୀ ଗ୍ରୁପ ଉପରେ ଅନେକ ସାଂଘାତିକ ଅଭିଯୋଗ ଆଣିଥିଲା ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପର ଶେୟାର ଖସିବା ସହ ଦୁନିଆର ଦ୍ୱିତୀୟ କୋଟିପତି ର଼୍ୟାଙ୍କରୁ ଖସି ସେ ୩୬ ନମ୍ବରରେ ପହଞ୍ଚି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ମୋଦିଙ୍କୁ ପସନ୍ଦ କରେ, ଆମେରିକାରେ ଚମକାଇବା ଭଳି ବୟାନ ଦେଲେ ରାହୁଲ

ଟେକ୍ସାସ,୧୦।୯: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତ ସମୟରେ ପୁଣିଥରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲଞ୍ଚହେଲା iPhone 16: ପ୍ରଥମ ଥର ପାଇଁ ଶୁକ୍ରବାର ବଦଳରେ ସୋମବାର ଥିଲା  ଲଞ୍ଚିଂ ଇଭେଣ୍ଟ: ପଛରେ ରହିଛି ଏହି ବଡ଼କାରଣ  

ନୂଆଦିଲ୍ଲୀ,୧୦।୯: ଭାରତରେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ...

ଉତ୍ତର ପ୍ରଦେଶ ପରେ କାନପୁରର ପାଳି, ଟ୍ରେନ ଓଲଟାଇ ଦେବାକୁ ହୋଇଥିଲା ବଡ ଷଡ଼ଯନ୍ତ୍ର

ଆଜମେର,୧୦।୯: ଉତ୍ତରପ୍ରଦେଶର କାନପୁର ପରେ ଏବେ ରାଜସ୍ଥାନରେ ଏକ ଟ୍ରେନ ଓଲଟାଇବା ପାଇଁ ଷଡ଼ଯନ୍ତ୍ରର ମାମଲା ସାମ୍ନାକୁ ଆସିଛି। ରାଜସ୍ଥାନର ଆଜମେର ଜିଲାର ରେଳ ଟ୍ରାକରେ...

ଭାଙ୍ଗୁଛି କି ଏନଡିଏ? ଖୋଲାଖୋଲି ଶୁଣାଇଦେଲେ ଚିରାଗ ପାସୱାନ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୧୦।୯: ସୋମବାର ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ ଏଲଜେପି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଅଂଶଗ୍ରହଣ କରିଥିଲେ।...

ଆରଜି କର ମାମଲା ମମତା ସରକାରଙ୍କ ପାଇଁ ଚେତାବନୀ, କାହିଁକି ଏମିତି କହିଲେ ଦଳ ଛାଡିଥିବା ନେତା

କୋଲକାତା,୧୦।୯: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ (ଟିଏମସି) ଛାଡିବା ପରେ ଜବାହର ସରକାର ସୋମବାର କହିଛନ୍ତି ଯେ ସେ ରାଜନୀତିରୁ ବାହାରିବା ତାଙ୍କ ମୂଲ୍ୟବୋଧକୁ ହ୍ରାସ କରିବ...

ସନ୍ଦୀପ ଘୋଷଙ୍କ ଆଉ ଏକ କଳାଧନ୍ଦା! ଷ୍ଟୁଡେଣ୍ଟଙ୍କ ପ୍ରାଇଭେଟ ପାର୍ଟ ଛୁଇଁ ପଚାରୁଥିଲେ…

କୋଲକାତା,୧୦।୯: ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ...

ନଭେମ୍ବର ୨୫ରୁ ଭାରତରେ ବିଶ୍ୱ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଭାରତରେ ପ୍ରଥମ ଥର ପାଇଁ ଏକ ୬ ଦିନିଆ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪ ନଭେମ୍ବର ୨୫ରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌,...

ଏସ୍‌ବିଆଇ ପ୍ରପର୍ଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୧୦।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପ୍ରପର୍ଟି ଏକ୍ସପୋ-୨୦୨୪ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଏସବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri