Posted inଜାତୀୟ

ଏସ୍‌ଆଇଏକୁ ବଡ଼ ସଫଳତା, ଜୈଶ୍‌ର ୧୦ ଓଭର ଗ୍ରାଉଣ୍ଡ ଓ୍ପାର୍କର ଗିରଫ…

ଶ୍ରୀନଗର, ୧୬।୨ : ଜମ୍ମୁ-କଶ୍ମୀରରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ)କୁ ବଡ଼ ଧରଣର ସଫଳତା ମିଳିଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀର ଅଞ୍ଚଳରେ ଚଢ଼ାଉ ବେଳେ ଜୈଶ୍‌-ଇ-ମହମ୍ମଦ (ଜେଇଏମ)ର ୧୦ଜଣ ଓଭର ଗ୍ରାଉଣ୍ଡ ଓ୍ପାର୍କରଙ୍କୁ ଗିରଫ କରାଯାଇଛି।

ରାତିରେ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଏସ୍‌ଆଇଏ ସୂତ୍ରରୁ ପ୍ରକାଶ। ଚଢ଼ାଉ ଜେଇଏମ ନେଟୱାର୍କ ଉପରେ କେନ୍ଦ୍ରୀତ ଥିଲା। ଗିରଫ ହୋଇଥିବା ବ୍ୟକ୍ତି ଓଜିଡବ୍ଲ୍ୟୁ ମଡୂ୍ୟଲର ଅଂଶ ବିଶେଷ ଭାବେ ଜେଇଏମ କମାଣ୍ଡରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଥିଲେ।

ଏହି ମଡ୍ୟୁଲର ସଦସ୍ୟମାନେ ସବ-ମଡ୍ୟୁଲରେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରେ ଥିବା ହ୍ୟାଣ୍ଡେଲର୍ସମାନେ ଜମ୍ମୁ-କଶ୍ମୀରରେ ଥିବା ସ୍ଥାନୀୟ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ତେବେ ଭାରତୀୟ ସୁରକ୍ଷା ବାହିନୀଙ୍କ ଦ୍ୱାରା ଆତଙ୍କବାଦୀଙ୍କର ପ୍ରାୟ ସମସ୍ତ ମଡ୍ୟୁଲକୁ ନଷ୍ଟ କରିଦେଇଛନ୍ତି। ଏହା ବ୍ୟତୀତ ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମକୁ ରୋକିବାରେ ମଧ୍ୟ ସଫଳତା ହାସଲ କରିଛନ୍ତି।

ଅପରପକ୍ଷରେ, ଏନକାଉଣ୍ଟର ମାଧ୍ୟମରେ ସ୍ଥାନୀୟ ତଥା କିଛି ବିଦେଶୀ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବାକୁ ପ୍ରସ୍ତୁତ ଇରାନ, ଆମେରିକାକୁ ବଦଳରେ ପଠାଇଲା ଏମିତି ପ୍ରସ୍ତାବ, ଜାଣନ୍ତୁ…

ତେହରାନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ କୂଟନୈତିକ ବିକାଶ ଦେଖାଦେଇଛି। ଇରାନ ଆମେରିକାକୁ ଶାନ୍ତି ଚୁକ୍ତି ପାଇଁ ଏକ ନୂତନ…

ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର…

Video: ଟ୍ରମ୍ପଙ୍କ ମଜା ଉଡାଇଲା ଇରାନ, ଏମିତି ଭିଡ଼ିଓ ଜାରି କଲା ଯିଏ ଦେଖିଲା କହିଲା…

ତେହରାନ,୨୭।୪: ୱାଶିଂଟନରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ, ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଏକ ଲେଗୋ-ଶୈଳୀର…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ…

ହ୍ବାଇଟ ହାଉସ ଡିନର ସୁଟିଂକୁ ନେଇ ଚମକାଇବା ଭଳି କଥା କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୭।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିବିଏସ ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ ଯେ…

ଆଜି ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ସୋମବାର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri