ହିଲ୍‌ ଭ୍ୟୁ’ରେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ବଡ଼ ପଦକ୍ଷେପ, ଛୁଟି ଦିନରେ ବି କାର୍ଯ୍ୟ ତଦାରଖ କଲେ ବିଡିଓ

ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଏବେ ସଜେଇ ହେବାରେ ଲାଗିଛି। ଆସନ୍ତା ପୂଜା ଋତୁରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ସୁଅ ଛୁଟିବ। ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ତଥା ଡୁଲୁରୀ ପାଇନବଣଠାରୁ ଆରମ୍ଭ କରି ହିଲ୍‌ଭିୟୁ ପାର୍କ, ଋଷିମାଳ ପାହାଡ଼ ଆଦି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ହିଲଭିୟୁ ପାର୍କ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଥିବା ବେଳେ ସେହି ପାର୍କ ପରିସର ମଧ୍ୟରେ ଓ୍ବାଚ୍‌ ଟାଓ୍ବାର ରହିଛି ଏବଂ ଏବେ ଆଉ ଏକ ଉଚ୍ଚତମ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ଶିଶୁ ଉଦ୍ୟାନ ରହିଥିବା ବେଳେ ଦୀର୍ଘ ସମୟ ଧରି ଟୟ ଟ୍ରେନ୍‌ ଅଚଳ ହୋଇଯାଇଥିବାରୁ ଶିଶୁ ପର୍ଯ୍ୟଟକ ମୁହଁ ଫେରାଉଥିଲେ। ସେମାନଙ୍କୁ ଆକୃଷ୍ଟ ପାଇଁ ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଏବଂ ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନଙ୍କ ପଦକ୍ଷେପରେ ଏବେ ନୂତନ ଟୟ ଟ୍ରେନ୍‌ ସ୍ଥାପନ କରାଯାଉଛି। ଯାହାକି ୧୦ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇଛି। ଯାହାଦ୍ୱାରା ଶିଶୁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ଆଶା ପ୍ରକାଶ ପାଇଛି।

ସେହିପରି ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ୫ଟି ବିଶ୍ରାମଗୃହ, ପିଣ୍ଡି,, ସିମେଣ୍ଟ ବେଞ୍ଚ, ମିଶନଶକ୍ତି ଷ୍ଟଲ୍‌, ରାତ୍ରିଜଗୁଆଳି ଗୃହ, ଗୋଷ୍ଠୀ ଶୌଚାଳୟ, ସେଲ୍‌ଫି ଜୋନ୍‌, ଟିକେଟ କାଉଣ୍ଟର, କିଡ୍‌ସ ଜୋନ୍‌, ପାନୀୟଜଳର ବ୍ୟବସ୍ଥା, ମୁଖ୍ୟ ଫାଟକ, ତାରବାଡ଼ ଆଦି କାର୍ଯ୍ୟ ଚାଲିଛି।

ଏହାର ତଦାରଖ କରିଛନ୍ତି ବିଡିଓ ଗଦାଧର ପାତ୍ର। ନିଜେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଏହି ପ୍ରକଳ୍ପଗୁଡିକୁ ଛୁଟି ଦିନରେ ମଧ୍ୟ ବୁଲି ଦେଖିଛନ୍ତି। ସେହିପରି ଋଷିମାଳର ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି। ସେ କହିଛନ୍ତି, ଏହି ସବୁ କାର୍ଯ୍ୟ ପର୍ଯ୍ୟଟକଙ୍କ ଆଗମନ ପୂର୍ବରୁ ଶେଷ କରାଯିବା ପାଇଁ ପ୍ରୟାସ କରାଯାଉଛି। ଯାହାକି ଆସନ୍ତା ଦିନରେ ପର୍ଯ୍ୟଟକଙ୍କୁ ସମସ୍ତ ପର୍ଯ୍ୟଟନକ୍ଷେତ୍ର ବୁଲିବାକୁ ଆଗ୍ରହ ଲାଗିବା ସହ ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri