ହସିନାଙ୍କୁ ବଡ଼ ଝଟ୍‌କା, ଅଗଷ୍ଟ ୧୫କୁ ନେଇ ୟୁସୁନ ସରକାର ନେଲେ ଏପରି ନିଷ୍ପତ୍ତି, କାବା ହୋଇଗଲେ ହସିନା

ଢାକା,୧୪।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି। ଏପରିକି ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏବେ ବାଂଲାର ଦାୟିତ୍ୱ ନେଇଛନ୍ତି। କିନ୍ତୁ ଏବେ ଅଗଷ୍ଟ ୧୫କୁ ନେଇ ଦେଶରେ ନୂଆ ଝଡ ସୃଷ୍ଟି ହୋଇଛି। ପ୍ରତିବର୍ଷ ଏହିଦିନ ଭାରତ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ବାଂଲାଦେଶ ଏହିଦିନ ଶୋକ ଦିବସ ପାଳନ କରିଥାଏ। କିନ୍ତୁ ବାଂଲାଦେଶର ନୂଆ ସରକାର ଏବେ ଏହି ଛୁଟିଦିନକୁ ବାତିଲ କରି ଦେଇଛନ୍ତି। ତେବେ ଶେଖ ହସିନାଙ୍କ ପାଇଁ ଏହା ଏକ ବଡ଼ ଝଟ୍‌କା ଠାରୁ କମ ନୁହେଁ ।

ବାଂଲାଦେଶର ମହମ୍ମଦ ୟୁନୁସ ସରକାର ୧୫ ଅଗଷ୍ଟ ଛୁଟିଦିନକୁ ବାତିଲ କରିଛନ୍ତି। ବାଂଲାଦେଶରେ ଏହିଦିନ ଜାତୀୟ ଶୋକ ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ଶେଖ ହସିନାଙ୍କ ବାପା ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା। ୧୯୭୫ ଅଗଷ୍ଟ ୧୫ରେ, ବାଂଲାଦେଶର ରାଜଧାନୀ ଢାକାରେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା।

ତେବେ ଛୁଟିଦିନ ବାତିଲ କରିବାକୁ ବାଂଲାଦେଶର ନୂଆ ସରକାରଙ୍କ ନିଷ୍ପତ୍ତିକୁ ନେଇ ଆଲୋଡ଼ନ ଆରମ୍ଭ ହୋଇଛି। ଏହାକୁ ନେଇ ଶେଖ ହସିନା ଏବଂ ୟୁସୁନ ସରକାର ମୁହାଁମୁହିଁ ହୋଇଛନ୍ତି। ଶେଖ ହସିନା ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏବଂ ସାଧାରଣ ବାଂଲାଦେଶୀମାନଙ୍କୁ ଶୋକ ଦିବସ ପାଳନ କରିବାକୁ କହିଛନ୍ତି। ଶେଖ ହସିନା କହିଛନ୍ତି, ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଅଗଷ୍ଟ ୧୫ରେ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନର ସହିତ ଜାତୀୟ ଶୋକ ଦିବସ ପାଳନ କରନ୍ତୁ। ବଙ୍ଗଳାକୁ ଯାଆନ୍ତୁ, ପୁଷ୍ପମାଲ୍ୟ ଅର୍ପଣ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ, ଯାହାଫଳରେ ବାପାଙ୍କ ଆତ୍ମା ଶାନ୍ତି ପାଇ ପାରିବ।

ତେବେ ଅଗଷ୍ଟ ୧୫ର ଛୁଟି ବାତିଲ କରିବାକୁ ଅନୁମୋଦନ ପରାମର୍ଶଦାତା ପରିଷଦ ବୈଠକରେ ଦିଆଯାଇଥିଲା। ତେବେ ଏହି ନିଷ୍ପତ୍ତି ନେବା ନୂଆ ସରକାର ପାଇଁ ଏତେ ସହଜ ନ ଥିଲା। ଏହି ନିଷ୍ପତ୍ତି ସମ୍ପର୍କରେ ବୈଠକରେ ବହୁ ଆଲୋଚନା ହୋଇଥିଲା। ୟୁନୁସ ଆୱାମୀ ଲିଗ ଛାଡି ବିଭିନ୍ନ ରାଜନୈତିକ ଦଳ ସହ ଏକ ବୈଠକ କରିବାର ଗୋଟିଏ ଦିନ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଦଳଗୁଡିକ ମଧ୍ୟରୁ କେତେକ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ପାଳନ କରିବା ସପକ୍ଷରେ ଥିଲେ ଏବଂ କେତେକ ଏହାକୁ ବିରୋଧ କରିଥିଲେ। ଏହାର ଅର୍ଥ ହେଉଛି ଅଗଷ୍ଟ ୧୫ରେ ଏହି ନିଷ୍ପତ୍ତି ଉପରେ ବଡ଼ ଆଲୋଡ଼ନ ସୃଷ୍ଟି ହେବାକୁ ଯାଉଛି। ଯଦି ଏହି ନିଷ୍ପତ୍ତିକୁ ବହୁ ପରିମାଣରେ ବିରୋଧ କରାଯାଏ, ତେବେ ଏହାର ଅର୍ଥ ବୁଝାଯିବ କି ବାଂଲାରେ ଏବେ ବି ହସିନାଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?