Posted inଖେଳ

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା: ଏହି ଖେଳାଳି ଟୁର୍ନାମେଣ୍ଟରୁ ପ୍ରତ୍ୟାହାର କଲେ ନାଁ

ଚେନ୍ନାଇ,୧।୪: କ୍ରିକେଟରଙ୍କ ପାଇଁ ବାୟୋ ବବଲର ପରିବେଶ ସହଜ ନୁହେଁ । ଖେଳାଳିମାନେ ଗୋଟିଏ ସିରିଜରୁ ଅନ୍ୟ ସିରିଜକୁ ବିନା ବିରତିରେ ଯାଉଛନ୍ତି। ଏପରି ପରିସ୍ଥିତିରେ ଖେଲାଳିଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥା ବହୁତ ପ୍ରଭାବିତ ହେଉଛି। ବାୟୋ ବବୁଲ ଭୟ ହେତୁ ଅନେକ ଖେଳାଳି ଆଇପିଏଲ ଟୁର୍ନାମେଣ୍ଟରୁ ସେମାନଙ୍କ ନାମ ପ୍ରତ୍ୟାହାର କରୁଛନ୍ତି। ଏଭଳି ପରିସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ଖୋଲିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ଝଟ୍‌କା ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହେଜେଲଉଡ ଆଇପିଏଲର ୧୪ତମ ସିଜିନରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଆଇସିସି ଟି -୨୦ ବିଶ୍ୱକପ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଜୋଶ ହେଜେଲଉଡ ଟି-୨୦ ଟୁର୍ନାମେଣ୍ଟରୁ ପ୍ରତ୍ୟାହାର କରିଥିବା ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ନୁହଁନ୍ତି। ତାଙ୍କ ପୂର୍ବରୁ ମିଚେଲ ମାର୍ଶ ମଧ୍ୟ ନାମ ପ୍ରତ୍ୟାହାର କରିଛନ୍ତି। ମାର୍ଶ ସନରାଇଜର୍ସ ହାଇଦ୍ରାବାଦର ଏକ ଅଂଶ ଥିଲେ। ବାୟୋ ବବଲରେ ରହିବା ପରିବର୍ତ୍ତେ ନିଜ ଘରେ ରହିବାକୁ ଏବଂ ଆରାମ କରିବାକୁ ଚାହାଁନ୍ତି। ହେଜେଲଉଡ୍‌ କହିଛନ୍ତି ଯେ. ଆମେ ପ୍ରାୟ ୧୦ ମାସ ଧରି ବାୟୋ ବବଲ ଏବଂ କ୍ୱାରାଣ୍ଟାଇନ୍‌ରେ ରହୁଛୁ, ତେଣୁ ମୁଁ କ୍ରିକେଟରୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛି। ମୁଁ ଆଗାମୀ କିଛି ଦିନ ପରିବାର ସହିତ ବିତାଇବାକୁ ଚାହୁଁଛି। ମୁଁ ଆଗାମୀ ଦୁଇ ମାସ ପାଇଁ ଅଷ୍ଟ୍ରେଲିଆରେ ରହିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ ୧୪ରୁ ନିଜ ନାମ ପ୍ରତ୍ୟାହାର କରିଥିବା ଅଷ୍ଟ୍ରେଲୀୟ ଖେଳାଳିମାନେ ହେଲେ: ଜୋସ ହାଜଲେଉଡ, ମିଚେଲ ମାର୍ଶ, ଜୋଶ ଫିଲିପ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?