Posted inଜାତୀୟ

ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟ୍‌କା, ସେପ୍ଟେମ୍ବର ପହିଲାରୁ ମିଳିବନି…

ନୂଆଦିଲ୍ଲୀ,୨୭।୮: ଏସବିଆଇକୁ ନେଇ ବଡ଼ ଖବର। ସେପ୍ଟେମ୍ବର ପହିଲାରୁ ବଦଳିବ ଏହି ବଡ଼ ନିୟମ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କାର୍ଡ ତା’ର କ୍ରେଡିଟ କାର୍ଡ ରିଓାର୍ଡ ପ୍ରୋଗ୍ରାମରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ୨୦୨୫ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂଆ ନିୟମ ଅନୁଯାୟୀ, କେତେକ ର୍ନିଦ୍ଦିଷ୍ଟ ଏସବିଆଇ କ୍ରେଡିଟ କାର୍ଡ ଧାରୀ ଡିଜିଟାଲ ଗେମିଂ ପ୍ଲାଟଫର୍ମ ଏବଂ ସରକାରୀ ଲେଣଦେଣରେ ରିଓାର୍ଡ ପଏଣ୍ଟ ପାଇବେ ନାହିଁ। ଏହି ପରିବର୍ତ୍ତନ ଲାଇଫଷ୍ଟାଇଲ ହୋମ ସେଣ୍ଟର ଏସବିଆଇ କାର୍ଡ, ଲାଇଫଷ୍ଟାଇଲ ହୋମ ସେଣ୍ଟର ଏସବିଆଇ କାର୍ଡ ସିଲେକ୍ଟ ଏବଂ ଲାଇଫଷ୍ଟାଇଲ ହୋମ ସେଣ୍ଟର ଏସବିଆଇ କାର୍ଡ ପ୍ରାଇମ ଉପରେ ପ୍ରଭାବ ପକାଇବ।

ଏସବିଆଇ କାର୍ଡ ଓ୍ବେବସାଇଟ ଅନୁଯାୟୀ, ୨୦୨୫ ସେପ୍ଟେମ୍ବର ୧ରୁ, ଡିଜିଟାଲ ଗେମିଂ ପ୍ଲାଟଫର୍ମ/ମର୍ଚାଣ୍ଟ ଏବଂ ସରକାରୀ ଲେଣଦେଣରେ ରିଓାର୍ଡ ପଏଣ୍ଟ ପ୍ରଦାନ ବନ୍ଦ ହେବ। ଏହା ଅର୍ଥ ଗ୍ରାହକମାନେ ଅନଲାଇନ ଗେମିଂ କ୍ରେଡିଟ କିମ୍ବା ସରକାରୀ ପୋର୍ଟାଲରେ ପେମେଣ୍ଟ ପାଇଁ ରିଓାର୍ଡ ପଏଣ୍ଟ ପାଇବେ ନାହିଁ। ଏହା ପୂର୍ବରୁ ଡିସେମ୍ବର ୨୦୨୪ରେ ମଧ୍ୟ ଏସବିଆଇ କାର୍ଡ କେତେକ କ୍ରେଡିଟ କାର୍ଡ ପାଇଁ ଏହିପରି ପରିବର୍ତ୍ତନ କରିଥିଲା।

ଏହା ସହିତ, ରିଓାର୍ଡ ପଏଣ୍ଟ ରିଡିମ କରିବା ପାଇଁ ଗ୍ରାହକଙ୍କୁ ୯୯ ଟଙ୍କା ରିଡେମ୍ପସନ ଫି’ ସହ ଅତିରିକ୍ତ ଟିକସ ଦେବାକୁ ପଡିବ ଯାହା ଫିଜିକାଲ ପ୍ରୋଡକ୍ଟ ରିଡେମ୍ପସନ ଏବଂ ଷ୍ଟେଟମେଣ୍ଟ କ୍ରେଡିଟ ପାଇଁ ପ୍ରକ୍ରିୟାକରଣ ଓ ଡେଲିଭରି ଖର୍ଚ୍ଚ ପାଇଁ ଲାଗୁ ହେବ। ଗ୍ରାହକମାନେ ତାଙ୍କର ପୂର୍ବ ରିଓାର୍ଡ ପଏଣ୍ଟକୁ ରିଡିମ କରିବା ପାଇଁ ବିଦ୍ୟମାନ ଏସବିଆଇ କାର୍ଡ ଲଗଇନ ବିବରଣୀ ବ୍ୟବହାର କରିପାରିବେ, ଏଥିପାଇଁ ନୂଆ ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ।

ଏହା ବ୍ୟତୀତ, ଏସବିଆଇ କାର୍ଡ ଗ୍ରାହକମାନେ ରିଓାର୍ଡ ପଏଣ୍ଟ ବ୍ୟବହାର କରି ତାଙ୍କର ବକେୟା ରାଶି ପରିଶୋଧ କରିପାରିବେ, କିନ୍ତୁ ଏହା ୨୦୦୦ର ଗୁଣାଙ୍କରେ ହିଁ ସମ୍ଭବ। ତେବେ, ଏକ କାର୍ଡରୁ ଅନ୍ୟ କାର୍ଡକୁ ରିଓାର୍ଡ ପଏଣ୍ଟ ଟ୍ରାନ୍ସଫର କିମ୍ବା ଏକତ୍ର କରିବାର ସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?