ବଡ଼ ଧନୀଙ୍କ ମହାକାଶ ଦୌଡ଼

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୭ : ଚନ୍ଦ୍ରରେ ପ୍ରଥମେ କିଏ ପାଦ ଥାପିଥିଲେ? ଏହି ପ୍ରଶ୍ନର ଉତ୍ତର ‘ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌’ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଦ୍ୱିତୀୟ ବ୍ୟକ୍ତିଙ୍କ ନାମ ପଚରାଗଲେ ପ୍ରାୟତଃ କେହି ସ୍ମରଣ କରିପାରନ୍ତି ନାହିଁ। କାରଣ ଦ୍ୱିତୀୟରେ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ସେତେଟା ଗୁରୁତ୍ୱ ଦିଆଯାଇ ନ ଥାଏ। ଏହା ହେଉଛି ରାଜକୁମାର ହିରାନିଙ୍କ ବ୍ଲକ୍‌ ବ୍ଲଷ୍ଟର ‘ଥ୍ରୀ ଇଡିୟଟ୍ସ’ର ଏକ ଲୋକପ୍ରିୟ ସଂଳାପ। ତେବେ ବର୍ତ୍ତମାନ ଯେଉଁ ପ୍ରସଙ୍ଗକୁ ନେଇ ସର୍ବତ୍ର ଚର୍ଚ୍ଚା ହେଉଛି, ତା’ର ଚରିତ୍ର ହେଉଛନ୍ତି ବିଶ୍ୱର ୩ ବଡ଼ ଧନୀ। ସ୍ପେସ୍‌ଏକ୍ସ ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତଥା ଚିଫ୍‌ ଇଞ୍ଜିନୟର ଏଲନ୍‌ ରିଭେ ମସ୍କଙ୍କ ମହାକାଶ ମହତ୍ତ୍ୱାକାଂକ୍ଷା ଖବରର ଶିରୋନାମା ମଣ୍ଡନ କରୁଥିବାବେଳେ ଦୌଡ଼ରେ ସାମିଲ ହୋଇଛନ୍ତି ଆଉ ଦୁଇଜଣ ବିଗ୍‌ ବିଜ୍‌ନେସମ୍ୟାନ୍‌। ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ନିଜ ସ୍ପେସ୍‌ଫ୍ଲାଇଟ୍‌ ସର୍ଭିସେସ୍‌ କମ୍ପାନୀ ବ୍ଲ୍ୟୁ ଅରିଜିନ୍‌ ପକ୍ଷରୁ ଆଗାମୀ ମହାକାଶ ଯାତ୍ରା ସମ୍ପର୍କରେ ନିକଟରେ ଘୋଷଣା କରିଥିଲେ। ବେଜୋସ୍‌ ଜୁଲାଇ ୨୦ରେ ମିଶନ ଆରମ୍ଭ କରି ଘରୋଇ ମହାକାଶ ଯାତ୍ରା କ୍ଷେତ୍ରରେ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ବ୍ରିଟେନ ବିଲିଓନେୟାର ତଥା ଭର୍ଜିନ ଗାଲାକ୍ଟିକ୍‌ ମୁଖ୍ୟ ସାର୍‌ ରିଚାର୍ଡ ଚାଲର୍‌ସ ନିକୋଲାସ୍‌ ବ୍ରାନ୍‌ସନ ଜୁଲାଇ ୧୧ରେ ମହାକାଶ ଯାତ୍ରାର ଘୋଷଣା କରି ତାଙ୍କଠାରୁ ଏହି ସୁଯୋଗ ଛଡ଼ାଇନେଇଛନ୍ତି। ମହାକାଶକୁ ଯିବା ପାଇଁ ଏହି ୩ ମ୍ୟାଗ୍‌ନେଟ ପରସ୍ପର ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ କେହି କେହି ମଜାରେ ଏମାନଙ୍କୁ କହୁଛନ୍ତି ‘ଥ୍ରୀ ଇଡିୟଟ୍ସ’।

ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ (ନାସା) ପକ୍ଷରୁ ପଠାଯାଇଥିବା ଆପୋଲୋ-୧୧ ଚନ୍ଦ୍ରପୃଷ୍ଠରେ ୧୯୬୯ ଜୁଲାଇ ୨୦ରେ ଅବତରଣ କରିଥିଲା। ଆସନ୍ତା ୧୧ ତାରିଖରେ ଏହି ସଫଳତାକୁ ୫୨ ବର୍ଷ ପୂରିବାକୁ ଯାଉଛି। ଏହି ଅବସରରେ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ରକେଟ କମ୍ପାନୀ ବ୍ଲ୍ୟୁ ଅରିଜିନ୍‌ ପକ୍ଷରୁ ଜୁଲାଇ ୨୦ରେ ନ୍ୟୁ ଶେପାର୍ଡ ସ୍ପେସ୍‌କ୍ରାଫ୍ଟ ମହାକାଶକୁ ପଠାଇବା ପାଇଁ ଘୋଷଣା କରାଯାଇଛି। ଉକ୍ତ ସବ୍‌ଅର୍ବିଟାଲ ଜୟରାଇଡ୍‌ରେ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ, ୮୨ ବର୍ଷୀୟା ପଥପ୍ରଦର୍ଶିକା ମହିଳା ପାଇଲଟ୍‌ ଓ୍ବାଲି ଫଙ୍କ୍‌ ଏବଂ ୨୮ ନିୟୁତ ଡଲାର ପଇଠ କରିଥିବା ଜଣେ ଅଜ୍ଞାତ ବ୍ୟକ୍ତି ମହାକାଶ ଯାତ୍ରା କରିବେ। ଏହି ଘୋଷଣା ସହ ଘରୋଇ ବ୍ୟବସାୟିକ ମହାକାଶ ଯାତ୍ରା ପାଇଁ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଯାଇଛି। କାରଣ ବେଜୋସ୍‌ଙ୍କ ଯାତ୍ରାର ୯ ଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୧ରେ ମହାକାଶ ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଲିଓନେୟାର ଏଣ୍ଟରପ୍ରିନ୍ୟୁର୍‌ ରିଚାର୍ଡ ବ୍ରାନ୍‌ସନ। ଏହି ଦିନ ବ୍ରାନ୍‌ସନଙ୍କ ପରବର୍ତ୍ତୀ ମହାକାଶଯାନ ଭର୍ଜିନ୍ସ ଭିଭିଏସ୍‌ ୟୁନିଟି ସ୍ପେସ୍‌ପ୍ଲେନକୁ ମହାକାଶକୁ ପ୍ରେରଣ କରାଯିବ ବୋଲି ମହାକାଶ ପର୍ଯ୍ୟଟନ କମ୍ପାନୀ ଭର୍ଜିନ ଗାଲାକ୍ଟିକ୍‌ ପକ୍ଷରୁ ଘୋଷଣା କରାଯାଇଛି। ଉକ୍ତ ମହାକାଶଯାନରେ ବ୍ରାନ୍‌ସନ ମଧ୍ୟ ଯିବେ। ୨୦୨୨ରେ ବ୍ୟବସାୟିକ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ଏହି କମ୍ପାନୀ ପକ୍ଷରୁ ଆଉ ଦୁଇଥର ମହାକାଶଯାନ ପ୍ରେରଣ କରାଯିବ। ଏଥିରେ ସଫଳତା ମିଳିଲେ ମହାକାଶ ଦୌଡ଼ କ୍ଷେତ୍ରରେ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏଥିସହ ଘରୋଇ ବ୍ୟବସାୟିକ ମହାକାଶ ଯାତ୍ରା ସକାଶେ ଏକ ନୂଆ ଯୁଗ ପାଇଁ ବାଟ ଫିଟିଯିବ ବୋଲି କୁହାଯାଉଛି।
ମସ୍କଙ୍କ ସ୍ପେସ୍‌ଏକ୍ସ ଚଳିତ ବର୍ଷର ଶେଷ ଆଡ଼କୁ ଏକ ଅର୍ବିଟାଲ(ଗ୍ରହ କକ୍ଷ ସମ୍ବନ୍ଧୀୟ) ଫ୍ଲାଇଟ୍‌ରେ ୪ ଜଣଙ୍କୁ ମହାକାଶ ଯାତ୍ରା ପାଇଁ ସୁଯୋଗ ଦେବ। କେବଳ ନାଗରିକଙ୍କୁ ନେଇ ଯିବାରେ ଏହା ହେବ ମହାକାଶ ଯାତ୍ରା ଇତିହାସରେ ପ୍ରଥମ। ସ୍ପେସ୍‌ଏକ୍ସର ଡ୍ରାଗନ୍‌ ସ୍ପେସ୍‌କ୍ରାଫ୍ଟର ସାରଥି ପାଲଟିବେ ଆମେରିକୀୟ ଟେକ୍‌ ଏଣ୍ଟରପ୍ରିନ୍ୟୁର୍‌ ଜାରେଡ୍‌ ଆଇସାକ୍‌ମ୍ୟାନ୍‌। ପ୍ରାୟ ୨ ଦଶନ୍ଧି ତଳେ ପ୍ରତିଷ୍ଠିତ ସ୍ପେସ୍‌ଏକ୍ସ ଗତବର୍ଷ ଏହାର ପ୍ରଥମ ମାନବ ମହାକାଶ ଯାତ୍ରା ଆରମ୍ଭ କରିଥିଲା। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌)ରେ ଜଣେ କ୍ରିଉଙ୍କୁ ପହଞ୍ଚାଇବାରେ ଏହା ଥିଲା ପ୍ରଥମ ବେସରକାରୀ ଯାନ। ୪ ଜଣିଆ ମହାକାଶ ଯାତ୍ରୀଙ୍କୁ ନେଇ ଏକ ନୂଆ ଟିମ୍‌ ଗତ ଏପ୍ରିଲ ଶେଷ ଆଡ଼କୁ ଆଇଏସ୍‌ଏସ୍‌ରେ ପହଞ୍ଚତ୍ଥିଲା। ଏକ ପୁରୁଣା ସ୍ପେସ୍‌ଫ୍ଲାଇଟ୍‌କୁ ରିସାଇକ୍ଲିଂ କରାଯାଇ ପ୍ରସ୍ତୁତ ରକେଟ୍‌ ବୁଷ୍ଟର ଜରିଆରେ ଏହାର ଉତ୍‌କ୍ଷେପଣ କରାଯାଇଥିଲା। ଏହି ମହାକାଶ ଯାତ୍ରା ଭିନ୍ନ ଗ୍ରହଗୁଡ଼ିକରେ ମାନବ ବସତି ସ୍ଥାପନ ପାଇଁ ଏଲନ୍‌ ମସ୍କଙ୍କ ସ୍ବପ୍ନ ପୂରଣ ଦିଗରେ ସହାୟକ ହେବ। ଲାଲଗ୍ରହ ମଙ୍ଗଳକୁ ଏକକାଳୀନ ୧୦୦ ଜଣଙ୍କୁ ଯାତ୍ରା କରାଇବା ପାଇଁ ଏହି ଆଦ୍ୟ ନମୁନାଗୁଡ଼ିକୁ ପ୍ରାକ୍‌ ପରୀକ୍ଷଣ ବୋଲି ବିବେଚନା କରାଯାଉଛି। ୨୦୩୩ରେ ମହାକାଶଚାରୀଙ୍କୁ ମଙ୍ଗଳ ପଠାଇବା ପାଇଁ ନାସା ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହାର ୭ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୨୬ ସୁଦ୍ଧା ଲାଲଗ୍ରହରେ ମାନବ ବସତି ସ୍ଥାପନର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ପ୍ରସ୍ତୁତିରେ ମସ୍କ ବ୍ୟସ୍ତ ଅଛନ୍ତି। ମଙ୍ଗଳରେ ଏହା ମାନବ ସଭ୍ୟତା ସ୍ଥାପନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ପୃଥିବୀରୁ ମଙ୍ଗଳକୁ ଯାତ୍ରା କରିବା ପାଇଁ ୬ ମାସ ଲାଗୁଛି। କିନ୍ତୁ ମସ୍କ ମାତ୍ର ମାସକରେ ମଙ୍ଗଳକୁ ମହାକାଶଯାନ ପଠାଯାଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମାଜନ୍‌ ସିଇଓ ପଦ ଛାଡ଼ିବା ପରେ ବେଜୋସ୍‌ ନିଜ ମହାକାଶ ଯାତ୍ରା ପ୍ରସ୍ତୁତି ଚଳାଇଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ମସ୍କ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ମହାକାଶ ପର୍ଯ୍ୟଟନ: ଭାରତ ପାଇଁ ସୁଯୋଗ

ଘରୋଇ ମହାକାଶ ଯାତ୍ରା ଯୋଜନା ନୂଆ ନୁହେଁ। ୨୦୦୧ରେ ଡେନିସ୍‌ ଟିଟୋ ନାମକ ଜଣେ ଧନୀ ବ୍ୟବସାୟୀ ରୁଷିଆର ସୋୟୁଜ୍‌ ସ୍ପେସ୍‌କ୍ରାଫ୍ଟରେ ଆଇଏସ୍‌ଏସ୍‌ ଯାଇଥିଲେ। ଗୋଟିଏ ସିଟ୍‌ ଲାଗି ସେ ୨୦ ନିୟୁତ ଡଲାର ପଇଠ କରିଥିଲେ। କିନ୍ତୁ ୨୦୦୯ରେ ରୁଷିଆର ସ୍ପେସ୍‌ ଏଜେନ୍ସି ଉକ୍ତ ମହାକାଶ କାର୍ଯ୍ୟକ୍ରମ ଉପରୁ ପରଦା ହଟାଇବା ବେଳକୁ ମାତ୍ର ୭ ଜଣ ବ୍ୟକ୍ତି ତାଙ୍କୁ ଅନୁସରଣ କରିବାରେ ସକ୍ଷମ ହୋଇଥିଲେ। ଘରୋଇ ସ୍ପେସ୍‌ କମ୍ପାନୀଗୁଡ଼ିକ ମହାକାଶ ପର୍ଯ୍ୟଟନକୁ ନୂଆ ଦିଗ ଦେଖାଇଛନ୍ତି। ସେହି ସାଇନ୍ସ-ଫିକ୍ସନ ଉତ୍ସାହୀମାନେ ମହାକାଶରେ ମାନବ ଜାତିର ଭବିଷ୍ୟତ ଗଢ଼ିବାକୁ ସ୍ବପ୍ନ ଦେଖୁଛନ୍ତି। ତାହା ବାସ୍ତବରେ ପରିଣତ ହେବା ପୂର୍ବରୁ ଏହି ଲିଜର୍‌ ଟୁରିଜମ୍‌ ମହାକାଶ ଯାତ୍ରାର ନିରାପତ୍ତା ଓ ବିଶ୍ୱସନୀୟତାକୁ ସୁନିଶ୍ଚିତ କରିପାରିବ। ଭାରତ କଥା ବିଚାର କଲେ ବର୍ତ୍ତମାନ ସୁଦ୍ଧା ଘରୋଇ ମହାକାଶ ଯାତ୍ରା ଆରମ୍ଭ ହୋଇନାହିଁ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଉପଲବ୍ଧ ସୁବିଧା ଓ ଭିତ୍ତିଭୂମି ବ୍ୟବହାର ପାଇଁ ଘରୋଇ ପକ୍ଷଙ୍କୁ ଗତବର୍ଷ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। କିନ୍ତୁ ତାହା ସାଟେଲାଇଟ୍‌ ଏବଂ ମହାକାଶଭିତ୍ତିକ ସେବା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା। ଏହି ପଦକ୍ଷେପ ମହାକାଶ ପର୍ଯ୍ୟଟନ ଭଳି ଆବିଷ୍କାର କ୍ଷେତ୍ରରେ ଆଗ୍ରହୀ ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବା ସମ୍ଭାବନା ବହନ କରେ।
ଭାରତର ପ୍ରଥମ ମ୍ୟାନ୍‌ଡ ସ୍ପେସ୍‌ ମିଶନ (ମଣିଷଙ୍କୁ ନେଇ ମହାକାଶ ଯାତ୍ରା) ଗଗନୟାନ କୋଭିଡ୍‌-୧୯ ମହାମାରୀ ଯୋଗୁ ବର୍ଷେ କିମ୍ବା ଦୁଇବର୍ଷ ବିଳମ୍ବିତ ହୋଇଛି। ଏହା ସମ୍ଭବ ହେଲେ ଇସ୍ରୋ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସୁପର ସ୍ପେସ୍‌ ପାଓ୍ବାର ହୋଇପାରିବ। ଏଥିସହ ସ୍ପେସ୍‌ ଟୁରିଜମ୍‌ର ଲାଭଦାୟକ ବ୍ୟବସାୟ କ୍ଷେତ୍ରରେ ଭାରତୀୟ ମହାକାଶ ସଂସ୍ଥାକୁ ବଳ ମିଳିବ। ଏହି ଟ୍ରାକ୍‌ ରେକର୍ଡକୁ ନେଇ ଇସ୍ରୋ ମହକାଶ ଯାତ୍ରା ଆଗ୍ରହୀମାନଙ୍କୁ ବେଜୋସ୍‌, ବ୍ରାନ୍‌ସନ ଏବଂ ମସ୍କଙ୍କ ତୁଳନାରେ ଶସ୍ତାରେ ଟିକେଟ ଦେଇପାରିବ। ଶୀଘ୍ର ହେଉକି ବିଳମ୍ବରେ ଏହି ଦିନ ଆସିବ ବୋଲି ଆଶା କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିନେଇଥିଲେ ବୃଦ୍ଧ, ଏଇଠୁ ମିଳିଲା ପତ୍ତା

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri