ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ ପରୀକ୍ଷାର୍ଥୀ ଅକ୍ଲାନ୍ତ ପରିଶ୍ରମ ଏବଂ ଜ୍ଞାନକୌଶଳରେ ପରୀକ୍ଷା ଉତ୍ତୀର୍ଣ୍ଣ କରିଥାନ୍ତି। ପ୍ରଶାସନିକ ସେବା ପାଇବାର ଆଶା ରଖିଥିବା ଯୁବକଙ୍କୁ ଜିଲାରେ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରରେ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ର ଖୋଲାଯାଇ ମାଗଣାରେ ଭାରତୀୟ ପ୍ରଶାସନିକ ସେବା, ଓଡ଼ିଶା ପ୍ରଶାସନିକ ସେବା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ଭାସନ କହିଛନ୍ତି। ଏହାର ସଫଳତା ପରେ ତାଲିମକୁ ବ୍ୟାପକ କରିବା ପାଇଁ ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ସାଧନା କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷିରେ ଜିଲା ପ୍ରଶାସନ ଏକ ପ୍ଲାନ ପ୍ରସ୍ତୁତ କରିଥିବା ଜିଲାପାଳ ସୂଚନା ଦେଇଛନ୍ତି।

ପ୍ରତି ସାଧନା କେନ୍ଦ୍ରରେ ୫୦ଟି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯିବ। ଯେଉଁ ଆଶାୟୀ ବୟସ ଅଧିକ ହୋଇଯାଇଥିବା କାରଣରୁ ସ୍କୁଲ ନଯାଇ ଡ୍ରପ ଆଉଟ ହେଉଛନ୍ତି, ସେମାନଙ୍କୁ ଓପେନ ସ୍କୁଲ ଜରିଆରେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ସାଧନା କେନ୍ଦ୍ର ଗୁଡ଼ିକ ଲକ୍ଷ୍ୟ ନିକେତନ ଅଧୀନରେ ରହିବ ବୋଲି ଜିଲାପାଳ କହିଛନ୍ତି।

ଗ୍ରାମାଞ୍ଚଳ ଓ ଅନଗ୍ରସର ବର୍ଗର ମେଧାବୀ ଛାତ୍ରୀଛାତ୍ରମାନେ ଅର୍ଥାଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହୋଇ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ। ଶିକ୍ଷା ଓ ଦକ୍ଷତାର ଏହି ଦ୍ୱିମୁଖୀ ବିକାଶ ମୋଡେଲ ଓ ଯୁବସମାଜକୁ ଆତ୍ମନିର୍ଭରଶୀଳ କରିବା ସହ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧିରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜିଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଗ୍ରାମାଞ୍ଚଳରେ ଅନେକ ପ୍ରତିଭାବାନ ଛାତ୍ରୀଛାତ୍ର ଅଛନ୍ତି ଯେଉଁମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ, ଭାଷାଗତ ଦକ୍ଷତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସୁଯୋଗ ପ୍ରଦାନ କରାଗଲେ ସଫଳତା ହାସଲ କରିପାରିବେ। ଏହି ଅବସରରେ ମୈାଳିକ ଦକ୍ଷତା ହାସଲ କରିବା ଦ୍ୱାରା ଯୁବପିଢିଙ୍କ ପାଇଁ ନିଯୁକ୍ତିର ଅନେକ ନୂଆ ଦ୍ୱାର ଖୋଲିଯିବ। ଏହି ଦକ୍ଷତା ଅଭିଯାନ ସମଗ୍ର ଓ ଯୁବସମାଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟକୁ ଏକ ନୂତନ ସମୃଦ୍ଧି ଆ ନେଇଯିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଜିଲାପାଳ ବିଶ୍ବାସ ରଖିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

ଭିତରେ ଶୋଇଥିଲେ ପରିବାର, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର

ପଦ୍ମପୁର,୨୯।୭ (ପ୍ରଦୀପ୍ତ ଦାଶ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଦ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri