Posted inଜାତୀୟ

ବଜେଟ ଅଧିବେଶନରେ ବଡ଼ ଆହ୍ବାନ

ନୂଆଦିଲ୍ଲୀ,୩୧ା୧: ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ପାଇଁ ସୋମବାର ଆରମ୍ଭ ହେବାକୁ ଥିବା ଅଧିବେଶନ କେନ୍ଦ୍ର ସରକାରଙ୍କୁ ସହଜ ହେବ ନାହିଁ। କାରଣ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର କିଛିଦିନ ବାକି ଅଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଉପରୋକ୍ତ ୫ ରାଜ୍ୟରେ ମତଦାତାଙ୍କୁ ଭାଜପା ସପକ୍ଷକୁ ଟାଣିବା ପାଇଁ କେନ୍ଦ୍ରୀୟ ବଜେଟକୁ ଆୟୁଧ କରିପାରନ୍ତି। ବିଶେଷକରି କେନ୍ଦ୍ର ଉପରେ ଚାଷୀକୁଳ ଅସନ୍ତୁଷ୍ଟ ଥିବାରୁ ସେମାନଙ୍କୁ ଶାନ୍ତ କରି ଭୋଟ୍‌ରେ ରୂପାନ୍ତରିତ କରିବା ଲାଗି ସରକାର କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ଆବଣ୍ଟନ ଓ ସବ୍‌ସିଡି ପ୍ରଦାନ ଭଳି ବଡ଼ ଘୋଷଣା କରିପାରନ୍ତି। ତେବେ ମୋଦି ସରକାରଙ୍କୁ ଘେରି ଅପଦସ୍ଥ କରିବାର ସୁଯୋଗକୁ ବିରୋଧୀ ମଧ୍ୟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ପେଗାସସ୍‌ ସ୍ପାଏଓ୍ବେର ଜରିଆରେ ଗୁପ୍ତଚରଗିରି, ଚାଇନାର ଅତିକ୍ରମଣ ଓ ଚାଷୀଙ୍କ ଦୁର୍ଦ୍ଦଶା ପ୍ରସଙ୍ଗକୁ ଅସ୍ତ୍ର କରିବା ଏକପ୍ରକାର ନିଶ୍ଚିତ।
କୋଭିଡ୍‌-୧୯ ମହାମାରୀ ମଧ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ମହାମାରୀ ପୀଡ଼ିତଙ୍କ ପାଇଁ ସ୍ବତନ୍ତ୍ର ରିଲିଫ୍‌ ପ୍ୟାକେଜ୍‌ ପ୍ରଦାନ ଲାଗି ଏହି ଅଧିବେଶନରେ ଦାବି ଉଠାଯିବ ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଘୋଷଣା କରିଛି। ସେହିପରି ଏୟାର ଇଣ୍ଡିଆର ଘରୋଇକରଣ କରି ଏହାକୁ ଟାଟା ସନ୍ସ ହାତକୁ ଟେକିଦେବା ଏବଂ ହିନ୍ଦୁତ୍ୱବାଦୀଙ୍କ ଘୃଣା ମନ୍ତବ୍ୟ ଭଳି ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ଦଳ ଉଠାଇବ। ତେବେ ସରକାରଙ୍କ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି ପେଗାସସ୍‌ ସ୍ପାଏଓ୍ବେର। ଗତ ୨୮ରେ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ୨୦୧୭ ଜୁଲାଇରେ ଇସ୍ରାଏଲ ଗସ୍ତ ସମୟରେ ଜେରୁଜେଲମ୍‌ ସହ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଥିଲେ। ସେ ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ କରିଥିବା ୨ ବିଲିୟନ୍‌ ଡଲାରର ଏହି ଚୁକ୍ତିରେ ପେଗାସସ୍‌ ସ୍ପାଏଓ୍ବେର ସାମିଲ ଥିଲା। ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ବିକଶିତ ଉକ୍ତ ଫୋନ୍‌ ହ୍ୟାକିଂ ସଫ୍ଟଓ୍ବେରକୁ ଭାରତର ବହୁ ବିରୋଧୀ ନେତା, ଅଧିକାର କର୍ମୀ, ବିଚାରପତି ଓ ଖବରଦାତାଙ୍କ ଉପରେ ଗୁପ୍ତଚରଗିରି କରାଇବା ପାଇଁ ବ୍ୟବହାର କରାଯାଇଥିବା ନେଇ ପୂର୍ବରୁ ମଧ୍ୟ ରିପୋର୍ଟ ପ୍ରକାଶ ପାଇସାରିଛି। ଗତବର୍ଷ ଏହି ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବେକାର ହୋଇଯାଇଥିବାବେଳେ ନ୍ୟୁୟର୍କ ଟାଇମ୍ସର ସଦ୍ୟ ପ୍ରଘଟ ପରେ ଦେଶରେ ପୁଣି ଥରେ ପେଗାସସ୍‌ ଝଡ଼ ରାଜନୈତିକ ହଟଚମଟ ସୃଷ୍ଟି କରିଛି। କେବଳ କଂଗ୍ରେସ ନୁହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଶରଦ ପାଓ୍ବାରଙ୍କ ଏନ୍‌ସିପି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ଏବଂ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ପାର୍ଲାମେଣ୍ଟରେ ଏହାକୁ ନେଇ ଅଚଳାବସ୍ଥା ସୃଷ୍ଟି ହେବା ସଙ୍କେତ ମିଳିଛି। ସେହିପରି ଲଦାଖରେ ପଡ଼ୋଶୀ ଚାଇନା ସୈନ୍ୟଙ୍କ ବାରମ୍ବାର ଅତିକ୍ରମଣ ପ୍ରସଙ୍ଗରେ ନୀରବତାକୁ ନେଇ ମଧ୍ୟ ମୋଦି ସରକାର ବିବାଦୀୟ ହୋଇଛନ୍ତି। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ପିପୁଲ୍ସ ଲିବରରେଶନ ଆର୍ମି (ପିଏଲ୍‌ଏ)ର ଦୌରାମତ୍‌ୟ ବଢ଼ିଚାଲିଛି। ଅରୁଣାଚଳ ପ୍ରଦେଶ, ଆସାମ ଓ ଉତ୍ତରାଖଣ୍ଡ ସୀମାନ୍ତ ଗ୍ରାମଗୁଡ଼ିକୁ ଚାଇନା ମାଡ଼ିବସୁଛି। ସୀମାରେ ବେଜିଂର ସାମରିକ ଉପସ୍ଥିତି ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିବାବେଳେ ମୋଦି ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି। ତେଣୁ ଏହା ଉପରେ ବି ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ହଟ୍ଟଗୋଳ କରିପାରନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କୃଷକଙ୍କ ସମସ୍ୟା। ୨୦୨୦ ସେପ୍ଟେମ୍ବରରେ ସରକାର ଆଣିଥିବା ୩ ବିବାଦୀୟ କୃଷି ଆଇନକୁ ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଅଁାଇ କିଛିମାସ ତଳେ ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ ଏବେ ବି ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ମିଳୁନାହିଁ। ମହାମାରୀ ପରଠାରୁ ଦେଶରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଥିବାବେଳେ ପେଟ୍ରୋଲ ଓ ଡିଜେଲ ସମେତ ଅନ୍ୟ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦରଦାମ ବୃଦ୍ଧିରେ ବ୍ରେକ୍‌ ଲଗାଇବା ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେରୋଜଗାର ବଢ଼ୁଥିବାବେଳେ ସରକାର କେବଳ ଭାଷଣ ଦେଉଛନ୍ତି। ୟୁପିର ଲଖିମପୁର ଖେରି ହିଂସାରେ କୃଷକଙ୍କ ହତ୍ୟା ପାଇଁ ଦାୟୀ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ସରକାର ଘଣ୍ଟ ଘୋଡ଼ାଉଛନ୍ତି। ଏହି ସବୁ ଦୋଷ ତ୍ରୁଟି ତୁରନ୍ତ ସୁଧାରି ଲୋକଙ୍କ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ରବିବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରକୁ ଆହ୍ବାନ ଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ମତାମତ ନେଇ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଖାର୍ଗେ ସ୍ପଷ୍ଟ କରିଛନ୍ତି।

ସର୍ବଦଳୀୟ ବୈଠକ ଆଜି

ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ସୋମବାର ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚତୁର୍ଥ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ବିରୋଧୀ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ସକାଶେ କେନ୍ଦ୍ର ସରକାର ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ସୁରୁଖୁରୁରେ ଗୃହକାର୍ଯ୍ୟ ସମ୍ପାଦନ ପାଇଁ ଆଲୋଚନା କରିବାକୁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ଟାରେ ଭର୍ଚୁଆଲ ମୋଡ୍‌ରେ ଏହି ବୈଠକ ହେବ। ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବୃୟାରୀ ୧୧ରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାକୁ ଥିବାବେଳେ ଏହାର ମୁକାବିଲା ଲାଗି ସରକାର ରଣନୀତି ସ୍ଥିର କରିବାକୁ ଯାଉଛନ୍ତି। ଏନେଇ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ପରେ ଭାଜପା ସଂସଦୀୟ ଦଳ ବୈଠକ ଏବଂ ଏନ୍‌ଡିଏ ସହଯୋଗୀ ନେତାମାନଙ୍କୁ ନେଇ ଏକ ପୃଥକ୍‌ ବୈଠକ ହେବ। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ସୋମବାର ଉଚ୍ଚ ସଦନର ଦଳୀୟ ନେତାଙ୍କୁ ନେଇ ଏକ ବୈଠକ କରିବେ। ଅନ୍ୟପକ୍ଷେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ରବିବାର ଅପରାହ୍ନ ୩ଟାରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ଉଭୟ ଶାସକ ଓ ବିରୋଧୀ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଦିଆଯାଇଛି, ଯାହାର କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?