କରୋନା ଲଢ଼େଇରେ ବଡ଼ ଅଭିଯାନ: ଜାନୁୟାରୀ ୨ରୁ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ,୩୧।୧୨: ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଜାନୁୟାରୀ ୨ଠାରୁ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ହୋଇଥିବା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ଆଦି ୪ ରାଜ୍ୟରେ ୪୮ ଘଣ୍ଟିଆ ଟିକାକରଣ ଅଭ୍ୟାସ (ମକ୍‌ ଡ୍ରିଲ୍‌) କରାଯାଇଥିଲା। ମାତ୍ର ଏବେ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ କରାଯିବ। ଏଥିରେ ପ୍ରତି ରାଜ୍ୟର ୨ଟି ସହରକୁ ଚିହ୍ନଟ କରାଯିବ। ପ୍ରକୃତ ଟିକାଦାନ ପୂର୍ବରୁ ଚିହ୍ନଟ ହୋଇଥିବା ସହରରେ ମକ୍‌ ଡିଲ୍‌ରେ ଏକ ଅଭ୍ୟାସ ହେବ। ଏଥିରେ ଲୋକଙ୍କୁ ଟିକାଦାନ ନ ଦିଆଗଲେ ମଧ୍ୟ ଅନ୍ୟ ସମସ୍ତ ପ୍ରକ୍ରିୟାକୁ ଯାଞ୍ଚ୍‌ କରାଯିବ। ମକ୍‌ ଡ୍ରିଲ୍‌ ଜିଲା ହସ୍ପିଟାଲ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ହସ୍ପିଟାଲ ଆଦିରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ…

ନୂଆଦିଲ୍ଲୀ, ୨୬।୩ : କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। କଂଗ୍ରେସର ମହାସଚିବ ଏବଂ...

ଲାଲୁଙ୍କୁ ଝଟ୍‌କା: ଅସୁସ୍ଥତା ପରେ ବି ମିଳିଲାନି ଜାମିନ

ରାଞ୍ଚି,୨୯ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି ।...

ବିପଜ୍ଜନକ ହୋଇପାରେ ମୌସୁମୀ

ନୂଆଦିଲ୍ଲୀ, ୮ା୬: ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି...

ମନେ ପଡନ୍ତି ବାପୁ

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ...

ମନ୍ଦିରରେ ଉଡିବ ହଳଦିଆ ପତାକା: ନିର୍ବାଚନ ପୂର୍ବରୁ ଗେହଲଟଙ୍କ ଘୋଷଣା

ଜୟପୁର,୨୫।୫: କର୍ନାଟକରେ ବିଜୟ ପରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ବର୍ଷ ଶେଷରେ ହେବାକୁ ଥିବା...

ଭାରତରେ ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩।୧ : ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ (ଇନସାକୋଗ) ମଙ୍ଗଳବାର କରୋନା ଭାଇରସ ମହାମାରୀର ଭୟାବହତା ମଧ୍ୟରେ ଏକ ବୁଲେଟିନ ଜାରି କରି କହିଛି ଯେ...

ଆଥ୍‌ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର...

Advertisement
Archives

Model This Week