ସରକାରଙ୍କ ବଡ଼ ଘୋଷଣା: ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ଜାରି ରହିଛି। ଶନିବାରଠାରୁ ଦେଶବ୍ୟାପୀ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ତେବେ ସରକାରଙ୍କ ପକ୍ଷରୁ କରୋନା ଟିକାଦାନ ନେଇ ବଡ଼ ଘୋଷଣା କରାଯାଇଛି। ଦେଶରେ ସମସ୍ତଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଯେଉଁଭଳି ମାଗଣା ଟିକା ଦିଆଯିବ ସେହିଭଳି ଦେଶର ସମସ୍ତ ଅଞ୍ଚଳରେ ଏହା ଉପଲବ୍ଧ ହେବ। ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ଉତ୍ତର ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଯେଉଁମାନଙ୍କୁ ଟିକା ଦିଆଯିବ ତାହାର ତାଲିକା ପ୍ରସ୍ତୁତ କରାଯାଇଛି। ୫୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ସେଥିମଧ୍ୟରେ ଏକ କୋଟି ସ୍ବାସ୍ଥ୍ୟକର୍ମୀ ଏବଂ ୨ କୋଟି ଫ୍ରଣ୍ଟଲାଇନ୍‌ ଓ୍ବାର୍କର ରହିଛନ୍ତି। ଜୁଲାଇ ସୁଦ୍ଧା ଦେଶର ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ କଠୋରତା-ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି ଦେଶ: ହମିଦ୍‌ ଅନସାରୀ

ନୂଆଦିଲ୍ଲୀ,୨୧।୧୧: କରୋନା ମହାମାରୀ ପୂର୍ବରୁ ଦେଶରେ ଧାର୍ମିକ କଠୋରତା ଏବଂ ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ଚିନ୍ତା ଧାରା ସୃଷ୍ଟି...

ପ୍ରେମିକାଙ୍କ ସହମତିରେ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କଲେ ପ୍ରେମିକ; କାରଣ ଜାଣିଲେ ହୋଇଯିବେ…

ପାଟଣା,୨୧।୮: ବିହାରର ନାଳନ୍ଦା ଜିଲାରୁ ଏସିଡ୍‌ ଆକ୍ରମଣର ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରେମିକା ନିଜ ଦେହରେ ଏସିଡ୍‌ ପକାଇବାକୁ ପ୍ରେମିକଙ୍କୁ...

ଆଶାକର୍ମୀଙ୍କୁ ମାଡ଼ମାରି ଜଣେ ଗିରଫ: ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଜିଲାପାଳ

ବାଲେଶ୍ୱର ଅଫିସ, ୨୪।୪: ବାଲେଶ୍ୱର ଜିଲା ବାରବାଟି ଗ୍ରାମର ଆଶାକର୍ମୀ ସୁଭଦ୍ରା ଭଞ୍ଜ ପ୍ରଶାସନ ପକ୍ଷରୁ ନେଳିଆବାଗ୍‌ କଣ୍ଟେନମେଣ୍ଟ ଅଞ୍ଚଳରେ ସର୍ଭେ କାମରେ ନିୟୋଜିତ ଅଛନ୍ତି।...

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି...

ବାଲେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ,୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୨୦ା୪ : ବାଲେଶ୍ୱର ଜିଲାରେ ସୋମବାର ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କର ଟ୍ରାଭେଲ୍‌...

ରାଜ୍ୟରେ କରୋନା ଟେଷ୍ଟିଂ ପାଇଁ କେତେ କିଟ୍‌ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବିନା ଟେଷ୍ଟିଂରେ ”ଲକ୍‌ଡ଼ାଉନ“ ନିରର୍ଥକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) କହିଛି। ଯେଉଁ ପର୍ଯ୍ୟନ୍ତ ବ୍ୟାପକ ଟେଷ୍ଟ କରାଯାଇନାହିଁ , ସେ ଯାଏ ”ଲକ୍‌ଡ଼ାଉନ“...

ଜାମିନ ଆବେଦନର ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): ନ୍ୟାୟପାଳିକାରେ ମାମଲା ବୋଝ କମାଇବା ପାଇଁ ଜଣିକିଆ ଖଣ୍ଡପୀଠ ଗଠନ ଲାଗି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ଖଣ୍ଡପୀଠଗୁଡ଼ିକରେ ଜାମିନ, ମାମଲା ସ୍ଥାନାନ୍ତର ଏବଂ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ...

Advertisement
Archives

Model This Week