Posted inଜାତୀୟ

ବଡ ଘୋଷଣା: ଝିଅ ଥିଲେ ମିଳିବ ୨ଲକ୍ଷ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୭।୨:ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଏବେ ବି କେତେକ ସ୍ଥାନରେ ଝିଅ ଜନ୍ମ କରିବାକୁ ବୋଝ ମନେ କରୁଥିଲେ ମଧ୍ୟ ଅନେକଙ୍କ ଘରେ ଝିଅ ଆସିଲେ ଖୁସିର ଲହଡି ଭାଙ୍ଗେ। ଏବେ ଦେଶରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ଖୋଦ୍‌ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ଯୋଜନାର ଆରମ୍ଭ କରିଛନ୍ତି। ଶିଶୁ କନ୍ୟା ହତ୍ୟା ରୋକିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ତାହା ହେଉଛି ଭାଗଲକ୍ଷ୍ମୀ ଯୋଜନା।

ଏହି ଯୋଜନା ମାଧ୍ୟମରେ ପିଲାଙ୍କର ଅଭିଭାବକ ଉପକୃତ ହୋଇପାରିବେ। ଏହା ଏକ ସବସିଡି ଯୋଜନା। ଏହା ମାଧ୍ୟମରେ ପିଲାଜନ୍ମ ପରେ ସେମାନେ ଏହି ଟଙ୍କା ପାଇପାରିବେ। ଏହି ଯୋଜନା କର୍ନାଟକ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଛି। ଏହି ଯୋଜନା ଅଧିନରେ ୨୧ବର୍ଷ ପୂରଣ କରିଥିବା ଝିଅଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଝିଅ,କନ୍ୟା ଶିଶୁ, ବିବାହ ଓ ଅନ୍ୟାନ୍ୟ ଖଚ୍ଚ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ଯୋଜନା। ଏହା ମାଧ୍ୟମରେ ସରକାରଙ୍କ ଠାରୁ ପ୍ରାପ୍ତ ନିର୍ଦ୍ଧିଷ୍ଟ ରାଶି ଓ ମାଆବାପାଙ୍କ ଦେଇଥିବା କିସ୍ତିରେ ସୁଧକୁ ମିଶାଇ ସମୟ ସମାପ୍ତ ହେବା ପରେ ଝିଅଙ୍କୁ ପ୍ରଦାନ କରାଯାଏ।

ବାର୍ଷିକ ଆୟ ଦୁଇଲକ୍ଷରୁ କମ୍‌ ଥିବା ଭାରତୀୟ ନାଗରିକ ଏଥିପାଇଁ ଆପ୍ଲାଏ କରିପାରିବେ। ଗୋଟିଏ ପରିବାରରେ ଦୁଇଟି ଶିଶୁ କନ୍ୟା ଥିଲେ ବି ସେ ଏହି ଯୋଜନାରେ ହିତାଧିକାରୀ ହୋଇପାରିବେ। ଏହି ଯୋଜନାର ଲାଭ ପାଇବା ପାଇଁ ହେଲେ ପ୍ରଥମେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରନ୍ତୁ। ସେଠାରେ ଆପଣଙ୍କୁ ଶିଶୁକନ୍ୟାର ଜନ୍ମ ପ୍ରମାଣପତ୍ର, ଅଭିଭାବକଙ୍କ ଆଧାରକାର୍ଡ, ଜାତି ପ୍ରମାଣପତ୍ର, ଫୋନ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ପଡିବ। ଧ୍ୟାନ ରଖିବେ ୨୦୦୬ ମାର୍ଚ୍ଚ ୩୧ ପରେ ଜନ୍ମ ହୋଇଥିବା ଝିଅ ଏଥିପାଇଁ ଯୋଗ୍ୟ ହୋଇପାରିବେ।ପ୍ରଥମେ କନ୍ୟା ସନ୍ତାନର ଜନ୍ମ ଉପରେ ୧୯,୩୦୦ଟଙ୍କା ଜମା କରାଯିବ। ଝିଅକୁ ୧୮ବର୍ଷ ପୂରଣ ହୋଇଗଲେ ତାଙ୍କୁ ୧,୦୦,୦୯୭ଟଙ୍କା ମିଳିବ। ସେହିପରି କନ୍ୟା ସନ୍ତାନ ଜନ୍ମ ପରେ ୧୮,୩୫୦ଟଙ୍କା ଜମା କରିବେ। ତାଙ୍କୁ ୧୮ବର୍ଷ ପୂରଣ ହେଲେ ୧,୦୦,୦୫୨ଟଙ୍କା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?