Advertisement
Posted inଫୁରସତ

ଅଧିକାରୀ କହିଲେ ପ୍ରଥମଥର ଧରିଛନ୍ତି ଏତେ ବଡ଼ ଆଉ ଓଜନିଆ ସାପ

ଆମେରିକାର ଫ୍ଲୋରିଡା ଠାରେ ୭୫ ପାଉଣ୍ଡ ଅର୍ଥାତ୍‌ ୩୦ କିଲୋ ଓଜନର ଏକ ସାପ ମିଳିଛି। ଏହି ସାପର ଲମ୍ବ ୧୦ ଫୁଟ। ସାପଟି ବୋଆ କନ୍‌ଷ୍ଟ୍ରିକ୍ଟର ଭାବରେ ଜଣାଶୁଣା। ଫ୍ଲୋରିଡା ମାଛ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆୟୋଗ (FWC)ର ଅଧିକାରୀ ଏହି ସାପକୁ ବହୁତ କଷ୍ଟରେ ଧରିଥିଲେ। ଅଧିକାରୀ କହିଛନ୍ତି, ପ୍ରଥମ ଥର ପାଇଁ ସେ ଏତେ ବଡ଼ ଏବଂ ଓଜନିଆ ସାପକୁ କାବୁ କରିଥିଲେ।

ଜଣେ ଅଧିକାରୀ କହିଛନ୍ତି, ‘ମୁଁ ସାପର ମୁଣ୍ଡ ଧରି ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲି। ଏହା ବହୁତ କଷ୍ଟସାଧ୍ୟ କାର୍ଯ୍ୟ ଥିଲା। ତା’ପରେ ମୁଁ ସାପଟିକୁ ସେଠାରୁ ଟାଣି ଆଣିଲି ଏବଂ ତା’ ଶରୀର ଉପରେ କିଛି ନିୟନ୍ତ୍ରଣ ହାସଲ କଲି। ସେହି ସ୍ଥାନରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ଧରିବାରେ ସାହାଯ୍ୟ କରିଥିଲେ। ପରେ ସାପକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖାଯାଇଥିଲା।

ସେ ଏହା ମଧ୍ୟ କହିଛନ୍ତି, ଏହା ଏକ ବଡ଼ ସାପ ବୋଲି ସେ ଜାଣିଛନ୍ତି। ‘ଦକ୍ଷିଣ ଫ୍ଲୋରିଡ଼ାଠାରେ ମୁଁ ସାରା ଜୀବନ ସାପମାନଙ୍କ ସହ ରହୁଥିଲି। ମୁଁ ଯେତେବେଳେ ଛୋଟ ଥିଲି, ମୋ’ ପାଖରେ ବି ସାପ ଥିଲା। କିନ୍ତୁ କେବେ ଏତେବଡ଼ ସାପ ଧରି ନ ଥିଲି। ଏହା ନିଶ୍ଚିତ ଭାବରେ ଏକ ରୋମାଞ୍ଚକର ଅନୁଭୂତି ଥିଲା।

ବୋଆ କନଷ୍ଟ୍ରିକ୍ଟର ସାପ ବିଷାକ୍ତ ନୁହେଁ। ଯଦିଓ ସେମାନେ ନିଜକୁ ରକ୍ଷା କରିବା ପାଇଁ କୁକୁର ଏବଂ ବିଲେଇମାନଙ୍କୁ କାମୁଡ଼ି ପାରନ୍ତି, ତଥାପି ସେମାନେ ଚାହିଁଲେ ଲୋକଙ୍କ ଗୃହପାଳିତ ପଶୁମାନଙ୍କୁ ମାରିବା ଏବଂ ଖାଇବା ପାଇଁ ଶକ୍ତି ଅଛି। କୁହାଯାଏ,ଏହି ସାପମାନେ ୧୯୯୦ରୁ ଫ୍ଲୋରିଡାଠାରେ ରହିଆସୁଛନ୍ତି। ସେମାନେ କେବଳ ମିଆମି, ମିଆମି-ଡେଡ୍‌ କାଉଣ୍ଟିରେ ଥିବା ଚାଲର୍‌ସ ଡିରିଙ୍ଗ ଇଷ୍ଟେଟ ପାଖରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଲେ ଶତାଧିକ କୁମ୍ଭୀର: ଦେଖନ୍ତୁ ଭିଡିଓ

ଡଙ୍ଗାକୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ଶତାଧିକ କୁମ୍ଭୀର। ଜୀବନ ବିକଳରେ କୁମ୍ଭୀର ଗୁଡିକ ପଳାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

ଅପହରଣ ହୋଇଥିବା ସ୍ତ୍ରୀକୁ ଖୋଜିବା ଲାଗି ୯୦ କିମି ଚାଲିଲେ ସ୍ବାମୀ

ହନୁମାନଗଡ଼, ୨୩।୮: ରାଜସ୍ଥାନର ହନୁମାନଗଡ଼ ଜିଲାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ତେବେ ସ୍ଥାନୀୟ ପୋଲିସ ଅଭିଯୋଗ କରିବାର ୮ ଦିନ ପରେ...

କୁକୁର ଜନ୍ମଦିନରେ ମହିଳା ଖର୍ଚ୍ଚ କଲେ ୧୧ ଲକ୍ଷ ଟଙ୍କା

ବେଜିଂ: ସାଧାରଣତଃ ଗୃହପାଳିତ ପ୍ରାଣୀଙ୍କ ମଧ୍ୟରେ ଲୋକଙ୍କର ଅଧିକ ସ୍ନେହ ଥାଏ କୁକୁର ପ୍ରତି । ଏବେ ଏମିତି ଏକ କୁକୁରର ଜନ୍ମଦିନରେ ୧୧ ଲକ୍ଷ...

ଦୁଇପଟେ ଚାହିଁ ରହିଥିଲା ମୃତ୍ୟୁ : ବିଲେଇକୁ ମାରି ଏଭଳି ଖାଇଲା ବାଘ; ଲୋମ ଟାଙ୍କୁରା ଭାଇରାଲ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ନିଜ ପ୍ରାଇଭେଟ ପାର୍ଟକୁ ଗୁଳି ଚଳାଇଲେ ମଡେଲ, କାରଣ ଜାଣିଲେ…

ଓ୍ବାଶିଂଟନ,୨୬ା୧୧: ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ମଡେଲ ନିଜ  ପ୍ରାଇଭେଟ ପାର୍ଟକୁ ଶୁଟ୍‌ କରି ଦେଇଛନ୍ତି । ମଡେଲ ଜଣଙ୍କ...

ବିନା ନିମନ୍ତ୍ରଣରେ ଭୋଜି ଖାଉ ଖାଉ ଧରାପଡିଗଲେ ଏମ୍‌ବିଏ ଛାତ୍ର, ଆଉ ତା’ପରେ…

ଏବେ ବିବାହ ସିଜିନ୍‌ ଚାଲିଛି। ଏହା ସହିତ ସେହି ଲୋକମାନେ ମଧ୍ୟ ଫେରି ଆସିଛନ୍ତି, ଯେଉଁମାନେ ବିନା ନିମନ୍ତ୍ରଣରେ ବିବାହ ସମାରୋହରେ ପହଞ୍ଚି ସ୍ବାଦିଷ୍ଟ ଖାଦ୍ୟର...

ବିରିୟାନୀ ଦାମ ୨୦,୦୦୦ଟଙ୍କା

ବିରିୟାନୀ କଥା ଉଠିଲେ ପାଟିରୁ ଲାଳ ଗଡିଆସେ। ପ୍ରାୟ ସମସ୍ତଙ୍କୁ ଭଲ ଲାଗେ ଏହାର ସ୍ବାଦ। ଭଲ ଓ ଫେମସ୍‌ ବିରିୟାନୀ ଖାଇବା ପାଇଁ ତ...

Advertisement
Archives

Model This Week