Advertisement

ହ୍ବାଇଟ୍‌ ହାଉସ୍‌ରେ ବାହାହେବେ ବାଇଡେନ୍‌ଙ୍କ ନାତୁଣୀ

ଓ୍ବାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନକାଳ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ନାତୁଣୀ ନାଓମି ବାଇଡେନ୍‌ ଆସନ୍ତା ଶନିବାର ପ୍ରେମିକ ନିଲ୍‌ଙ୍କ ହାତ ଧରିବାକୁ ଯାଉଛନ୍ତି। ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ବିବାହ ସମ୍ପନ୍ନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ହ୍ବାଇଟ୍‌ ହାଉସ୍‌ ଇତିହାସରେ ଏହା ୧୯ତମ ବାହାଘର। କୌଣସି ରାଷ୍ଟ୍ରପତିଙ୍କ ନାତୁଣୀ ବାହାହେବା ହେଉଛି ପ୍ରଥମ ଘଟଣା। ୨୮ ବର୍ଷୀୟା ନାଓମି ପେସାରେ ଜଣେ ଆଇନଜୀବୀ। ତାଙ୍କ ପ୍ରେମିକ ପିଟର ନିଲ୍‌ (୨୫) ନିକଟରେ ପେନ୍‌ସିଲଭାନିଆ ଲ’ ୟୁନିଭର୍ସିଟିରୁ ସ୍ନତକତ୍ୱ ହାସଲ କରିଛନ୍ତି। ୪ ବର୍ଷ ପୂର୍ବ ନାଓମି ଓ ନିଲ୍‌ ଜଣେ କମନ୍‌ଫ୍ରେଣ୍ଡଙ୍କ ଘରେ ଅନୁଷ୍ଠିତ ପାର୍ଟିରେ ପରସ୍ପରକୁ ଭେଟିଥିଲେ। ଦୁହେଁ ପ୍ରେମ ସମ୍ପର୍କରେ ଆସିବା ପରେ ଓ୍ବାଶିଂଟନ୍‌ରେ ଏକାଠି ରହୁଛନ୍ତି। ନାତୁଣୀଙ୍କ ବାହାଘର ନେଇ ଫାଷ୍ଟଲେଡି ଜିଲ୍‌ ବାଇଡେନ୍‌ ଉତ୍ସାହିତ ଥିବା କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ରେ ହୋଇସାରିଥିବା ୧୮ ବାହାଘର ଭିତରୁ ୯ଟି ବାହାଘର ରାଷ୍ଟ୍ରପତିଙ୍କ ଝିଅମାନଙ୍କର। ୧୯୭୧ରେ ରିଚାର୍ଡ ନିକ୍ସନଙ୍କ ଝିଅଙ୍କ ବାହାଘର ହ୍ବାଇଟ୍‌ ହାଉସ୍‌ରେ କରାଯାଇଥିଲା। ଏହା ପୂର୍ବରୁ ରାଷ୍ଟ୍ରପତି ଲିଣ୍ଡୋନ୍‌ ବି. ଜନ୍‌ସନ୍‌ଙ୍କ ଝିଅ ୧୯୬୭ରେ ନିଜ ଜୀବନସାଥୀଙ୍କ ହାତ ଧରିଥିଲେ। ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଗ୍ରୋଭର କ୍ଲେଭ୍‌ଲାଣ୍ଡ ନିଜେ ହ୍ବାଇଟ୍‌ ହାଉସ୍‌ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିର ଉପରେ ପ୍ରତି ୧୨ ବର୍ଷରେ ଥରେ ହୁଏ ବଜ୍ରପାତ…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସେହିପରି କେତେକ ମନ୍ଦିରରେ ଥିବା ରହସ୍ୟ ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରିପାରି ନାହିଁ।...

ଏମିତି ମନ୍ଦିର ଯେଉଁଠି ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଏ ଟଙ୍କା, ଅଳଙ୍କାର

ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେମିତି ଏକ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରତଲାମ ଶହରର ମାଣକରେ ଅବସ୍ଥିତ ମା’...

୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ

କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି...

ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ।...

ଟୁଇଟର ସହ ୪୪ ବିଲିୟନ ଡଲାରର ଚୁକ୍ତି ବନ୍ଦ ପାଇଁ ଚିଠି ଲେଖିଲେ ଏଲନ ମସ୍କ

ୱାଶିଂଟନ,୯ ।୭: ଅରବପତି ତଥା ଟେଲସା କମ୍ପାନୀର ମୁଖ୍ୟ ଏଲନ ମସ୍କଙ୍କ ଟିମ ଟୁଇଟରକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ଟୁଇଟର ଇଙ୍କର ଅଧିଗ୍ରହଣକୁ...

ପେଟ୍ରୋଲ ନୁହେଁ, ଏଥର ପାଣିରେ ଚାଲିବ ବାଇକ୍‌

ୟଶ୍‌ ନାମକ ଜଣେ ଯୁକ୍ତଦୁଇ ଛାତ୍ର ଏବଂ ତାଙ୍କର ୪ ସାଙ୍ଗ ମିଶି ଏକ କମାଲ ଦେଖାଇଛନ୍ତି। ଏହି କମାଲରେ ଏମିତି ଏକ କିଟ୍‌ ପ୍ରସ୍ତୁତ...

ରଖେ ହରି ମାରେ କିଏ?: ଶ୍ରୀଲଙ୍କା ବିସ୍ଫୋରଣରେ ରକ୍ଷା ପାଇଥିବା ମୂଳ ଭାରତୀୟ ଦମ୍ପତ୍ତି ୨୬/୧୧ ମୁମ୍ବାଇ ଆକ୍ରମଣରେ ମଧ୍ୟ ଥିଲେ ସୁରକ୍ଷିତ

କଲମ୍ବୋ,୨୯।୪: କଥାରେ ଅଛି ରଖେ ହରି ମାରେ କିଏ?। ଏହା ମୂଳ ଭାରତୀୟ ଦମ୍ପତ୍ତି ଅଭିନବ ଚାରି ଏବଂ ତାଙ୍କ ସ୍ତ୍ରୀ ନବରୂପ ଚାରିଙ୍କ ପାଇଁ...

ଶାଶୁ-ବୋହୂ ମିଶିକି କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଶାଶୁ-ବୋହୂ ଝଗଡା ବିଷୟରେ ଶୁଣିଥିବେ କିନ୍ତୁ ସମାଜରେ ଏମିତି କିଛି ଶାଶୁ-ବୋହୂ ଅଛନ୍ତି ସେମାନେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାଡଖଣ୍ଡରେ ଏମିତି...

Advertisement
Archives

Model This Week