ହ୍ବାଇଟ୍‌ ହାଉସ୍‌ରେ ବାହାହେବେ ବାଇଡେନ୍‌ଙ୍କ ନାତୁଣୀ

ଓ୍ବାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନକାଳ ମଧ୍ୟରେ ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ ବାହାଘର ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ନାତୁଣୀ ନାଓମି ବାଇଡେନ୍‌ ଆସନ୍ତା ଶନିବାର ପ୍ରେମିକ ନିଲ୍‌ଙ୍କ ହାତ ଧରିବାକୁ ଯାଉଛନ୍ତି। ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ବିବାହ ସମ୍ପନ୍ନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ହ୍ବାଇଟ୍‌ ହାଉସ୍‌ ଇତିହାସରେ ଏହା ୧୯ତମ ବାହାଘର। କୌଣସି ରାଷ୍ଟ୍ରପତିଙ୍କ ନାତୁଣୀ ବାହାହେବା ହେଉଛି ପ୍ରଥମ ଘଟଣା। ୨୮ ବର୍ଷୀୟା ନାଓମି ପେସାରେ ଜଣେ ଆଇନଜୀବୀ। ତାଙ୍କ ପ୍ରେମିକ ପିଟର ନିଲ୍‌ (୨୫) ନିକଟରେ ପେନ୍‌ସିଲଭାନିଆ ଲ’ ୟୁନିଭର୍ସିଟିରୁ ସ୍ନତକତ୍ୱ ହାସଲ କରିଛନ୍ତି। ୪ ବର୍ଷ ପୂର୍ବ ନାଓମି ଓ ନିଲ୍‌ ଜଣେ କମନ୍‌ଫ୍ରେଣ୍ଡଙ୍କ ଘରେ ଅନୁଷ୍ଠିତ ପାର୍ଟିରେ ପରସ୍ପରକୁ ଭେଟିଥିଲେ। ଦୁହେଁ ପ୍ରେମ ସମ୍ପର୍କରେ ଆସିବା ପରେ ଓ୍ବାଶିଂଟନ୍‌ରେ ଏକାଠି ରହୁଛନ୍ତି। ନାତୁଣୀଙ୍କ ବାହାଘର ନେଇ ଫାଷ୍ଟଲେଡି ଜିଲ୍‌ ବାଇଡେନ୍‌ ଉତ୍ସାହିତ ଥିବା କହିଛନ୍ତି।
ହ୍ବାଇଟ୍‌ ହାଉସ୍‌ରେ ହୋଇସାରିଥିବା ୧୮ ବାହାଘର ଭିତରୁ ୯ଟି ବାହାଘର ରାଷ୍ଟ୍ରପତିଙ୍କ ଝିଅମାନଙ୍କର। ୧୯୭୧ରେ ରିଚାର୍ଡ ନିକ୍ସନଙ୍କ ଝିଅଙ୍କ ବାହାଘର ହ୍ବାଇଟ୍‌ ହାଉସ୍‌ରେ କରାଯାଇଥିଲା। ଏହା ପୂର୍ବରୁ ରାଷ୍ଟ୍ରପତି ଲିଣ୍ଡୋନ୍‌ ବି. ଜନ୍‌ସନ୍‌ଙ୍କ ଝିଅ ୧୯୬୭ରେ ନିଜ ଜୀବନସାଥୀଙ୍କ ହାତ ଧରିଥିଲେ। ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଗ୍ରୋଭର କ୍ଲେଭ୍‌ଲାଣ୍ଡ ନିଜେ ହ୍ବାଇଟ୍‌ ହାଉସ୍‌ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri