ପୋଲାଣ୍ଡରେ ବାଇଡେନ୍‌

ଓ୍ବାର୍‌ସ,୨୨।୨: କିଭ୍‌ ଦଖଲର ସ୍ବପ୍ନ ଦେଖିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବର୍ଷକ ତଳେ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଅଦ୍ୟାବଧି ୟୁକ୍ରେନ୍‌ ଉପରେ ରୁଷିଆ ତୁହାକୁ ତୁହା ମିଶାଇଲ୍‌ ଓ ରକେଟ୍‌ ମାଡ଼ କରିଆସିଛି। ଏହାର ଜବାବ୍‌ରେ ୟୁକ୍ରେନ୍‌ ମଧ୍ୟ ଯଥାସାଧ୍ୟ ରୁଷୀୟ ସୈନ୍ୟଙ୍କୁ ଟାର୍ଗେଟ୍‌ କରିଛି। ଯୁଦ୍ଧକୁ ବର୍ଷେ ପୂରିବାକୁ ଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡମିର ଜେଲେନ୍‌ସ୍କି ନିଜ ପରାକ୍ରମ ଦେଖାଇ ଅଟଳ ରହିଛନ୍ତି। ଆମେରିକା ସମେତ ନାଟୋ ସହଯୋଗୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌କୁ ମଜଭୁତ ଭାବେ ପ୍ରତିରୋଧ କରିବା ପାଇଁ ବଳ ଦେଇଛି। ଏଭଳି ସମୟରେ ପୁଟିନ୍‌ ନିଜ ସ୍ବପ୍ନ ପୂରଣ ହୋଇପାରିବ ନାହିଁ ବୋଲି ନିଶ୍ଚିତ ହେବା ପରେ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଉପରେ ଦୋଷ ଲଦିଛନ୍ତି।
ଫେବୃୟାରୀ ୨୪ରେ ଆରମ୍ଭ ହୋଇଥିବା ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଆଉ ଦୁଇଦିନ ପରେ ବର୍ଷେ ପୂରିବାକୁ ଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କିଭ୍‌ ଗସ୍ତ ଶେଷକରି ମଙ୍ଗଳବାର ପୋଲାଣ୍ଡ ରାଜଧାନୀ ଓ୍ବାର୍‌ସରେ ପହଞ୍ଚତ୍ଛନ୍ତି। ଏହି ଅବସରରେ ସେ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ୍‌ ଡୁଡାଙ୍କୁ ଭେଟିଛନ୍ତି। ୟୁକ୍ରେନ୍‌କୁ ସହଯୋଗ, ରୁଷିଆ ଉପରେ କଟକଣା ଜାରି ଏବଂ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)କୁ ମଜଭୁତ କରିବା ଉପରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିସହ ଶକ୍ତି, ସିଭିଲ୍‌ ନ୍ୟୁକ୍ଲିୟର ଏନର୍ଜି, ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମଧ୍ୟ ସହମତି ପ୍ରକାଶ ପାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଡୁଡା କହିଛନ୍ତି, ପୋଲାଣ୍ଡକୁ ବାଇଡେନ୍‌ଙ୍କ ଗସ୍ତ ୟୁରୋପରେ ସୁରକ୍ଷା ବଜାୟ ରଖିବା ଦିଗରେ ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି। ଆମେରିକା ସାରା ବିଶ୍ୱରେ ଶୃଙ୍ଖଳା ବଜାୟ ରଖିବାକୁ ସକ୍ଷମ ବୋଲି ବାଇଡେନ୍‌ଙ୍କ ଆଗରେ ଡୁଡା ପ୍ରକାଶ କରିଛନ୍ତି।
ପୁଟିନ୍‌ଙ୍କ ନିଷ୍ପତ୍ତି ଦାୟିତ୍ୱହୀନ
ଏଥେନ୍ସ ଗସ୍ତରେ ଥିବା ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି, ଷ୍ଟ୍ରାଟେଜିକ୍‌ ଆମର୍‌ସ ରିଡକ୍ସନ୍‌ ଟ୍ରିଟି (ଷ୍ଟାର୍ଟ)କୁ ରଦ୍ଦ କରିବା ନେଇ ପୁଟିନ୍‌ଙ୍କ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦାୟିତ୍ୱହୀନ। ରୁଷିଆ ପ୍ରକୃତରେ କ’ଣ କରୁଛି ତାହା ଉପରେ ଆମର ନଜର ରହିବ। ଆମେରିକା ଓ ଆମ ସହଯୋଗୀ ରାଷ୍ଟ୍ରଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସବୁ ପ୍ରୟାସ ଜାରି ରଖିବୁ। ସେହିପରି ପରରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ପୁଟିନ୍‌ଙ୍କ ଏହି ପଦକ୍ଷେପର ବ୍ୟବହାରିକ ପ୍ରଭାବ ଅସ୍ପଷ୍ଟ। ଆମ ଆଣବିକ ଅସ୍ତ୍ରଶସ୍ତ୍ରଗୁଡ଼ିକର ଅବସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ଓ୍ବାଶିଂଟନ୍‌ ମନେକରୁନାହିଁ।
ତାଇଓ୍ବାନ୍‌ ପ୍ରସଙ୍ଗ: ଚାଇନାକୁ ରୁଷିଆର ସମର୍ଥନ
ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ୍‌ ୟି ମସ୍କୋରେ ରୁଷିଆର ପ୍ରଭାବଶାଳୀ ସିକ୍ୟୁରିଟି କାଉନ୍‌ସିଲ୍‌ ମୁଖ୍ୟ ନିକୋଲାଇ ପଟ୍ରୁଶେଭ୍‌ଙ୍କୁ ଭେଟିଛନ୍ତି। ମସ୍କୋ ଓ ବେଜିଂ ପାଶ୍ଚାତ୍ୟ ବିରୋଧରେ ଏକାଠି ହୋଇ ରହିବା ଜରୁରୀ। ତାଇଓ୍ବାନ୍‌, ହଂକଂ ଏବଂ ଶିଞ୍ଜିଆନ୍‌ ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟକୁ ରୁଷିଆ ସମର୍ଥନ କରୁଛି ବୋଲି ଓ୍ବାଙ୍ଗ୍‌ଙ୍କୁ ପୁଟିନ୍‌ଙ୍କ ଘନିଷ୍ଠ ସହଯୋଗୀ ନିକୋଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?