ବାଇଡେନ କରିଛନ୍ତି ପ୍ଳାଷ୍ଟିକ ସର୍ଜରୀ:ବିରୋଧୀ ନେତା ଗ୍ରେଗ ମର୍ଫିଙ୍କ ଦାବି…

ଓ୍ବାଶିଂଟନ,୧୩।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅତ୍ୟଧିକ ବୋଟକ୍ସ ବ୍ୟବହାର କରୁଛନ୍ତି ବୋଲି କହି ରିପବ୍ଲିକାନ ସାଂସଦ ଗ୍ରେଗ ମର୍ଫି ରାଷ୍ଟ୍ରପତିଙ୍କ ପୁଣି ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମାଲୋଚନା କରିଛନ୍ତି। ଉତ୍ତର କାରୋଲିନାର ପ୍ରତିନିଧିତ୍ୱ କରୁଥିବା ଗ୍ରେଗ ମର୍ଫି, ଅସ୍ତ୍ରୋପଚାରର ପୂର୍ବତନ ପ୍ରଫେସର ତଥା ପୂର୍ବ କାରୋଲିନା ୟୁନିଭରସିଟି ସ୍କୁଲ ଅଫ ମେଡିସିନର ୟୁରୋଲୋଜି ବିଭାଗର ମୁଖ୍ୟ। ବାଇଡେନଙ୍କ ସ୍ବାସ୍ଥ୍ୟ ବିଷୟରେ ସେ କହିଛନ୍ତି ସେ ଅତ୍ୟଧିକ ପ୍ଲାଷ୍ଟିକ ସର୍ଜରୀ ଏବଂ ଫିଲର୍‌ କରିଛନ୍ତି।

ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ଘୋଷଣା କରିବା ପରେ ବାଇଡେନ ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ସମ୍ପ୍ରତି, ବାଇଡେନ ଆମେରିକାର ଇତିହାସର ସର୍ବ ବୟସ୍କ ରାଷ୍ଟ୍ରପତି ଅଟନ୍ତି ଏବଂ ହ୍ବାଇଟ ହାଉସରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବା ବେଳକୁ ତାଙ୍କୁ ୮୬ ବର୍ଷ ହେବ। ତାଙ୍କର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତାଧାରାକୁ ସେ ଖଣ୍ଡନ କରି କହିଛନ୍ତି ତାଙ୍କ ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରୁଛି।

ସେ ପୂର୍ବରୁ କହିଥିଲେ, ମୁଁ ଏପର୍ଯ୍ୟନ୍ତ ନିଜକୁ ବୃଦ୍ଧ ମନେ କରୁ ନାହିଁ। ମୁଁ ବର୍ତ୍ତମାନ ଏପରି କିଛି କରିପାରୁ ନାହିଁ ଯାହା ମୁଁ କରି ପାରିବିନି ବୋଲି ଭାବୁଛି। ଶାରୀରିକ ହେଉ କି ମାନସିକ – କିମ୍ବା ଅନ୍ୟ କିଛି ମୁଁ ସବୁ କ୍ଷେତ୍ରରେ ସୁସ୍ଥ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ୟୁସୁଫ ପଠାନ କେଉଁ ପ୍ରମୁଖ ଦାବି କରିଥିଲେ? ଯଦି ଏହା ପୂରଣ ହୁଏ, ତେବେ…

ନୂଆଦିଲ୍ଲୀ,୭।୮: ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ…

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…

ମୋହନା,୭ା୮(ମନ୍ମଥ ମିଶ୍ର): ଆର୍‌.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍‌ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର…

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri