ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍‌

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ହତ୍ୟାକାରୀ କହିଛନ୍ତି। ସେ କହିଛନ୍ତି, ୨୦୨୦ ଆମେରିକୀୟ ନିର୍ବାଚନରେ ପୁଟିନଙ୍କ ଠକେଇର ପ୍ରମାଣ ପାଇଛନ୍ତି। ସେ ଚାହିଁଲେ ପଦକ୍ଷେପ ନେଇପାରିବେ।

ପୁଟିନ୍‌ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଜୋ ଯେମିତି ଦୁନିଆ ତାଙ୍କୁ ସେମିତି ଦେଖାଯାଉଛି। ତଥାପି ସେ ବାଇଡେନ୍‌ଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଏହା ମଧ୍ୟ ସତ ଯେ, ଆମେ ବ୍ୟକ୍ତିଗତ ସ୍ତରରେ ପରସ୍ପରକୁ ଜାଣୁ। ପୁଟିନ୍‌ କହିଛନ୍ତି, ଆମେ ଲୋକ, ସହର, ଏବଂ ଦେଶଗୁଡ଼ିକର ମୂଲ୍ୟାଙ୍କନ ଏବଂ ବିଶ୍ଳେଷଣ କରୁ। ଆମେ ସବୁବେଳେ ଦର୍ପଣକୁ ଦେଖିଥାଉ। ଆମେ ନିଜକୁ ଅନ୍ୟମାନଙ୍କ ମଧ୍ୟରେ ଦେଖୁ। ଆମେ ସବୁବେଳେ ଅନ୍ୟମାନଙ୍କ କହୁ ମାତ୍ର ନିଜେ କ’ଣ ଭୁଲିଯାଉ। ଏହା ଏକ ପରିହାସ ସଦୃଶ।

Share