ସଚେତନତା ବାର୍ତ୍ତା ବାଣ୍ଟୁଛି ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୧୪।୧୨: ରୁଟ୍‌ସ ଅଫ ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ମିଶନ ଓଡ଼ିଶା ସହଯୋଗରେ ଗତ ୧୧ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମଠାରୁ ଟୁର ଦି କଳିଙ୍ଗ ସାଇକେଲ ଶୋଭଯାତ୍ରା ବାହାରିଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀମାନେ ସାଇକେଲରେ ଦୀର୍ଘ ୧୩୦୦ କିମି ଯାତ୍ରା କରି ଓଡ଼ିଶାର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳରୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ଟିମ ଲିଡ଼ର ତଥା ରୁଟସ୍‌ ଅଫ ଓଡ଼ିଶା ଫାଉଣ୍ଡେସନ ଅଧ୍ୟକ୍ଷ ସୁଧୀର କୁମାର ଦାଶ କହିଛନ୍ତି। ଏଥିସହ ବିଶ୍ୱତାପନକୁ ରୋକିବା, ନିଶା ନିବାରଣ ଓ ପରିବେଶ ପ୍ରଦୂଷଣର ରୋକିବାବହୁ ସଚେତନତା ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ଏହି ଟିମ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରରେ ପହଞ୍ଚିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଟିମକୁ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ଓ ବ୍ରହ୍ମପୁର ଡ଼ିଏଫଓ ଅମ୍ଲାନ ନାୟକ ଇଞ୍ଜିନିୟରିିଂ ସ୍କୁଲ ଛକ ସ୍ଥିତ ରାଜସ୍ବ ନିରୀକ୍ଷଣ ବଙ୍ଗଳାରେ ସ୍ବାଗତ ଜଣାଇଥିଲେ। ଟିମ ଏହି ଅଭିନବ ପ୍ରୟାସ ମାଧ୍ୟମରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ଉଭୟ ଏସପି ଓ ଡ଼ିଏଫଓ ସାଧୁବାଦ ଜଣାଇଛନ୍ତି। ମିଳିଥିବା ସୁଚନା ଅନୁସାରେ ଏହି ଟିମ୍‌ ପ୍ରଥମ ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ବାହାରିଛି। ତୃତୀୟ ଦିନ ସୁଦ୍ଧା ପ୍ରାୟ ୪୫୦ କିମି ରାସ୍ତା ଅତିକ୍ରମ କରିଛନ୍ତି। ଏହି ସାଇକେଲ ଶୋଭାଯାତ୍ରା ଡ଼ିସେମ୍ବର ୨୩ ତାରିଖରେ ଉଦଯାପିତ ହେବ। ଶୋଭାଯାତ୍ରା ଓ ସଚେତନ ବାର୍ତ୍ତା ସହ ଏହି ଟିମ ପଥ ମଧ୍ୟରେ ବହୁ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ସାଧାରଣ ଲୋକଙ୍କ ସହ ମିଶି ପରିବେଶ ସଚେତନା, ପ୍ଳାଷ୍ଟିକ ବର୍ଜନ, ସାଇକେଲର ବହୁଳ ଉପଯୋଗ ଭଳି ବହୁ ବିଷୟରେ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri