ନିଜ ଖର୍ଚ୍ଚରେ ଗଛ ଲଗାଇ ସୁରକ୍ଷା ଦେଉଛନ୍ତି ବିଭୂତି

ନବରଙ୍ଗପୁର,୫।୬(ବି.ପ୍ର.): ଗଛର ଉପକାରିତାକୁ ହୃଦୟଙ୍ଗମ କରି ନିଜେ ବିଭିନ୍ନ ଗଛ ଲଗାଇବା ସହ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସାମାଜିକ କର୍ମୀ ବିଭୂତି ପ୍ରସାଦ ପଣ୍ଡା। ଏହି କାମରେ ସହଯୋଗ କରନ୍ତି ସ୍ତ୍ରୀ ସୁନୀତା ଶତପଥୀ। ବିଭୂତିଙ୍କ ଉଦ୍ୟମରେ ଅନେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୀର୍ଘ ୬ ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବର ଓ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ରାସ୍ତା ଘାଟ, ଶ୍ମଶାନ ଓ ମନ୍ଦିର ପରିସରରେ ଗଛ ଲଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଭୂତି।
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ଏକ ଖୋଲା ସ୍ଥାନରେ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା କରାଗଲା। ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାକୁ ଗଛ ଲଗାଇବାକୁ ଚାହିଁଲେ ବିଭୂତି। ମନ୍ଦିର ପରିସର ଓ ରାସ୍ତାର ଦୁଇ ପାର୍ଶ୍ୱରେ ତୁଳସୀ, ରୁଦ୍ରାକ୍ଷ, ଗୁଆ, ସପେଟା, ଡାଳଚିନି, ତେଜପତ୍ର, ଲିମ୍ବ, ଚମ୍ପା, ଡାଳିମ୍ବ, ତେଜପତ୍ର, ପାନପାତ୍ର, ସଜନା, ଗମ୍ଭାରୀ, ପିଜୁଳି, ନଡ଼ିଆ, ବିଭିନ୍ନ ପ୍ରକାର ଗୋଲାପ, ଶାଗୁଆନ, ଟଗର, ମାଳତୀ, ହେନା, ଅଶ୍ୱଗନ୍ଧା ଓ ସର୍ପଗନ୍ଧା ଭଳି ଅନେକ ଔଷଧୀୟ ବୃକ୍ଷ ଲଗାଇଲେ। ସେମାନଙ୍କ ସେବା ଯତ୍ନର ଦାୟିତ୍ୱ ମଧ୍ୟ ନେଉଥିଲେ ବିଭୂତି। ସେହିଭଳି ୪୦ ସ୍ଥାନରେ ରାସ୍ତାକଡ଼, ଛକ ଓ ଶ୍ମଶାନକୁ ସଂଯୋଗ କରୁଥିବା ରାସ୍ତା ଓ ପରିସର ମଧ୍ୟରେ ଗଛ ଲଗାଯାଇଛି। ଗଛଗୁଡ଼ିକ ଫୁଲ ଫଳରେ ଭର୍ତ୍ତିହୋଇ ଶୋଭା ବର୍ଦ୍ଧନ କରୁଛି। ଫଳଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି ବୋଲି ବିଭୂତି କହିଛନ୍ତି। ପାପଡ଼ାହାଣ୍ଡି, ଦଳେଇଗୁଡ଼ାର ଚାଷୀମାନଙ୍କ ସହ ଆଲୋଚନା ସରିଛି। ଜମି ହିଡ଼ରେ ଜୁନ୍‌ ମାସରେ ୩ ଶହ ଫଳ ଗଛ ଲଗାଯିବ ବୋଲି ସେ କହିଛନ୍ତି। ଅଣ ଜଳସେଚିତ ଜମିରେ ଖରିଫ ଋତୁରେ ଧାନ ଚାଷ ହେଉନାହିଁ। ଉକ୍ତ ସମୟରେ ଜମି ଖାଲି ରହୁଛି। ଏଥିପାଇଁ ଫଳଗଛ ଲଗାଯିବ। ଚାଷୀ ଫଳ ଉପଭୋଗ କରିବା ସହ ପରିବେଶ ମଧ୍ୟ ସବୁଜ ସୁନ୍ଦର ରହିବ। ଯେଉଁ ଗଛଗୁଡିକ ଲଗାଯିବ ସେଥିରେ ଜମି କିଭଳି ନଷ୍ଟ ହେବ ନାହିଁ ସେନେଇ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ୨ଟି ଗଛ ଲଗାନ୍ତୁ। ଘର ଭିତରେ ବିଭିନ୍ନ ଫଳ, ଫୁଲ ଓ ଔଷଧୀୟ ଚାରା ଲଗାନ୍ତୁ । ସ୍ଥାନର ଅଭାବ ଥିଲେ ଛାତ ଉପରେ କୁଡୁଆରେ ମଧ୍ୟ ତୁଳସୀ, ଫୁଲ ଓ ଫଳ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱ ତୁଲାଇପାରିବେ ବୋଲି ବିଭୂତି କହିଛନ୍ତି। ଆଜିର ଦିନରେ ପରିବେଶ ସୁରକ୍ଷା ହିଁ ସମସ୍ତଙ୍କ ମୂଳମନ୍ତ୍ର ହୋଇ ରହିବା ଆବଶ୍ୟକ। ଦିନକୁ ଦିନ ପରିବେଶ ବିଗିଡ଼ିବାରେ ଲାଗିଛି। ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ଅଛି। ବୃକ୍ଷଲତା ମନୁଷ୍ୟ ଜୀବନ, ପଶୁ , ପକ୍ଷୀ ଓ କୀଟପତଙ୍ଗ ସମସ୍ତଙ୍କୁ ଉପାଦେୟତା ଯୋଗାଇ ଆସୁଛି। ପରିବେଶ ସୁରକ୍ଷା ହେଲେ ଆମେ ସୁସ୍ଥ ଜୀବନ ଯାପନ କରିପାରିବା । ଏନେଇ ବିଭିନ୍ନ ଚାରାରୋପଣ କରିବା ସହ ଅନ୍ୟକୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଭୂତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri