ଧମକାଉଛି ବିଏମ୍‌ସି

ଭୁବନେଶ୍ୱର, ୧୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କ ଉପରେ ଦିନକୁ ଦିନ ଚାପ ବଢ଼ାଇବାରେ ଲାଗିଛି। ଲୋକଙ୍କ ବିରୋଧ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ଘର ସିଲ୍‌ କରିବାକୁ ବସିଲାଣି ବିଏମ୍‌ସି। ନିୟମିତ ଟିକସ ପଇଠ କରୁ ନ ଥିବା ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ ୧୨ତାରିଖରେ ବିଏମ୍‌ସି ଡେପୁଟି କମିଶନର(ରାଜସ୍ବ) ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ଚିଠି ଜାରି କରିଥିବା ନେଇ ରବିବାର ଜଣାପଡ଼ିଛି। ଆବଶ୍ୟକ ସୁବିଧା ସୁଯୋଗ ନ ଯୋଗାଇ ବିଏମ୍‌ସିର ଏଭଳି କାର୍ଯ୍ୟାନୁଷ୍ଠାନ ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ। ସେପଟେ ବିଏମ୍‌ସିର ଏଭଳି ଧମକ ବିଷୟରେ ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସି ଯଦି ଏହାର ନିଷ୍ପତ୍ତିରେ ପରିବର୍ତ୍ତନ ନ କରେ ତେବେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ଆଇନର ଦ୍ୱାରସ୍ଥ ହେବାକୁ ଲୋକମାନେ ଚେତାବନୀ ଦେଲେଣି। ଅପରପକ୍ଷରେ ଲୋକମାନଙ୍କ ଆକ୍ରୋଶକୁ ଦେଖି ବିଏମ୍‌ସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ସଫେଇ ଦେଇ କହିଛନ୍ତି, ଏହି ନିର୍ଦ୍ଦେଶ ବ୍ୟକ୍ତିଗତ ମାଲିକାନାରେ ଥିବା ଘର ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା କେବଳ ବ୍ୟବସାୟିକ ପ୍ରତିଷ୍ଠାନ ବା ୩ବର୍ଷରୁ ଊର୍ଦ୍ଧ୍ୱ ଧରି ଯେଉଁମାନଙ୍କ ଅଧିକ ଟିକସ ବକେୟା ରହିଥିବ ସେମାନଙ୍କ ବିରୋଧରେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି(ଓପିଡିଆର୍‌)ଆକ୍ଟ-୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍‌ କରିବାକୁ କୁହାଯାଇଛି।
ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବହୁ ଲୋକ ହୋଲ୍ଡିଂ ଟିକସ ଦେଇ ନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ଯଥାଶୀଘ୍ର ଓପିଡିଆର ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଉ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ସେମାନଙ୍କ କୋଠାଗୁଡିକୁ ସିଲ୍‌ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ କ୍ଷତି ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ବିଏମ୍‌ସି ଡେପୁଟି କମିଶନର ମିଶ୍ର କହିଛନ୍ତି, ବଡ଼ ବଡ଼ ଟିକସ ଖିଲାପକାରୀଙ୍କ ବିରୋଧରେ ଓପିଡିଆର୍‌ ଆକ୍ଟ ଅନୁଯାୟୀ ସାର୍ଟିଫିକେଟ କେସ୍‌ କରାଯିବା ଏକ ନିୟମିତ ପ୍ରକ୍ରିୟା। ଏ ସମ୍ପର୍କରେ ଅଡିଟ୍‌ରେ ମଧ୍ୟ ନିର୍ଦ୍ଦେଶନାମା ରହିଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୋନାଲ୍‌ ଡେପୁଟି କମିଶନରଙ୍କୁ ଚିଠି କରାଯାଇଛି। ଏଥିରେ କୌଣସି ବ୍ୟକ୍ତିଗତ ଘର ବିରୋଧରେ କେସ୍‌ କରାଯାଏ ନାହିଁ। ତେଣୁ ଜନସାଧାରଣ ଅଯଥାରେ ଭୟଭୀତ ହେବା ଠିକ୍‌ ନୁହେଁ। ସେହିପରି ୨୦୧୯ରେ ନୂଆ ବେଞ୍ଚମାର୍କ ଭାଲ୍ୟୁଏଶନ୍‌ ଅନୁଯାୟୀ ଟିକସ ଧାର୍ଯ୍ୟ କରାଯାଇଛି। ତେବେ ନୂଆ ଧାର୍ଯ୍ୟ ଟିକସ ଦେଇ ନ ଥିବା ଘରଗୁଡିକୁ ସିଲ୍‌ କରାଯିବ ବୋଲି ଯେଉଁ ସନ୍ଦେହ ଜାତ ହେଉଛି ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ମିଶ୍ର କହିଛନ୍ତି।
ବିଏମ୍‌ସିର ଏଭଳି ନିର୍ଦ୍ଦେଶ ପରେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବମିଖାଲ୍‌ ଅଞ୍ଚଳରେ ରହୁଥିବା ସୁକାନ୍ତୀ ଚାନ୍ଦଙ୍କ କହିବା ହେଲା କୋଭିଡ୍‌-୧୯ ସମୟରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାବେଳେ ବିଏମ୍‌ସି ଅଧିକ ଟିକସ ସଂଗ୍ରହ କରିବାକୁ ଚାହୁଁଛି। ପୂର୍ବରୁ ହୋଲ୍‌ଡିଂ ଟିକସ ବାବଦରେ ତାଙ୍କୁ ୭୦୦ଟଙ୍କା ଦେବାକୁ ପଡ଼ୁଥିଲା। ଏବେ ମାସିକ ୧୭ହଜାର ଟଙ୍କା ଦେବାକୁ କୁହାଯାଉଛି। ଏପରି କି ବିଏମ୍‌ସି କର୍ତ୍ତୃପକ୍ଷ ଏବେ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ମଧ୍ୟ ଧମକ୍‌ ଦେଲେଣି। ଏହା କେବଳ ଲୋକଙ୍କ ଉପରେ ଅଧିକ ଚାପ ସୃଷ୍ଟି କରୁ ନାହିଁ ବରଂ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରାଯାଉଛି, ଯାହାକି ବେଆଇନ। ବିଏମ୍‌ସି କର୍ତ୍ତୃପକ୍ଷ ଏହାର ପୁନର୍ବିଚାର ନ କଲେ, ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ଲୋକମାନେ ପଛାଇବେ ନାହିଁ। ଭୀମଟାଙ୍ଗୀ ଅଞ୍ଚଳରେ ରହୁଥିବା ରଞ୍ଜିତ ବେହେରା କହିଛନ୍ତି ସେ ପ୍ରତିବର୍ଷ ଠିକ୍‌ ସମୟରେ ବିଏମ୍‌ସିକୁ ଟିକସ ପୈଠ କରିଥାନ୍ତି। ତେବେ ଗତ ୩ବର୍ଷ ହେବ କିଛି ବ୍ୟକ୍ତିଗତ କାରଣରୁ ଏହି ଟିକସ ପୈଠ କରିପାରି ନାହାନ୍ତି। ପୂର୍ବରୁ ଟିକସ ପୈଠ ନ କଲେ ବିଏମ୍‌ସିରୁ ଲୋକ ଘରକୁ ଆସନ୍ତି କିମ୍ବା ଫୋନ୍‌ କରନ୍ତି। ମାତ୍ର ଏବେ ୩ବର୍ଷ ହେବ ବିଏମସ୍‌ିରୁ କେହି ଆସିନାହାନ୍ତି। ତେବେ ହଠାତ୍‌ ଏବେ ବାକିଆ ଟିକସ ପୈଠ ନେଇ ବିଏମ୍‌ସିର ଏଭଳି ନିର୍ଦ୍ଦେଶନାମା ସାଧାରଣ ଲୋକଙ୍କୁ ଭୟଭୀତ କରାଇଛି। ସେହିପରି ସତ୍ୟନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ବ୍ୟବସାୟୀ ରଶ୍ମିରେଖା ବେହେରାଙ୍କ କହିବା ହେଲା, ସେ ଗତ ୨ବର୍ଷ ହେବ ବିଏମ୍‌ସିର ଟିକସ ଦେଇନାହାନ୍ତି। ତେବେ ବାକିଆ ଟିକସ ଥିବା ଲୋକଙ୍କ ଘର, ଦୋକାନ ସିଲ୍‌ ହେବା କଥା ଶୁଣିବା ପରେ ଭୟଭୀତ ହୋଇଯାଇଛନ୍ତି। ବିଏମ୍‌ସିର ଏଭଳି ନୂଆ ନୂଆ ନିୟମ ହଇରାଣରେ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri